Odisha news

ସେବକ ସମିତି ସଦସ୍ୟଙ୍କ ପରଲୋକ ରେ ଶୋକ

0
କାକଟପୁର 11/8  କାକଟପୁର ସେବକ ସାହିର ସେବାୟତ ନିଯୋଗ ର ପୂର୍ବତନ ସଦସ୍ୟ ତଥା ଅବସରପ୍ରାପ୍ତ ସରକାରୀ ପ୍ରେସ କର୍ମଚାରୀ ନରେନ୍ଦ୍ର କୁମାର ଦୀକ୍ଷିତ (76) ଙ୍କର  ବୁଧବାର  ଦିନ  ସମୟରେ ପରଲୋକ ହୋଇ ଯାଇଛି l ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ l ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଵା ପରେ ବହୁ ଜ୍ଞାନୀଗୁଣି ସମ ସାମୟିକ ବ୍ୟକ୍ତି,ରାଜନୈତିକ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ l ସରକାରୀ ଚାକିରୀ ଅବସର ନେଲା ପରେ ସ୍ବର୍ଗତ ଦୀକ୍ଷିତ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ରହି ଅନେକ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ l ସେବାୟତ ନିଯୋଗ ର ସଦସ୍ୟ ଥିବା ବେଳେ କାକଟପୁର ର ପ୍ରମୁଖ ଶୈବ ପୀଠ ସ୍ୱମେଶ୍ୱର ମନ୍ଦିର ର ଉନ୍ନତି ଓ ଦକ୍ଷିଣ ଚଣ୍ଡୀ ମନ୍ଦିର ର ପୁନଃଉଦ୍ଧର,ମଙ୍ଗଳା ମନ୍ଦିର ର ବିବାଦୀୟ ସମ୍ପତିକୁ ନିଜ ଦକ୍ଷତା ବଳରେ ଫେରାଇ ଆଣିଥିଲେ l ସେ ଜଣେ ମେଳାପୀ ସ୍ପଷ୍ଟବାଦୀ, ବନ୍ଧୁ ଵସ୍ଚଳ, ଧର୍ମାନୁଗାମୀ ଭାବେ ଅଞ୍ଚଳ ବେଶ ପରିଚିତ ଥିଲେ l  ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଟ ପୁତ୍ର ଆଶିଷ, ମାନସ, ପୁତ୍ର ବଧୂ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ, ତାଙ୍କ ଅନ୍ତିମ ସଂସ୍କାର ଗ୍ରାମ୍ୟ ଶ୍ମଶାନ lରେ କରାଯାଇଥିବା ବେଳେ ଜ୍ୟେଷ୍ଟ ପୁତ୍ର ଆଶିଷ ମୁଖାଗ୍ନି ଦେଇଥିଲେ l ଅନ୍ତିମ ସଂସ୍କାର ରେ ଏକ ମାତ୍ର ଜ୍ୱାଇଁ ପ୍ରାଚୀ ଯୁବ ସାମାଜିକ ସଂଗଠନ ର ସଭାପତି ଦେବରାଜ ଦୀକ୍ଷିତ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ,ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ,ସରପଞ୍ଚ ଅଭୟ କୁମାର ସେଠୀ,, ପୂର୍ବତନ ସରପଞ୍ଚ ପ୍ରତିନିଧି  ଦିଲୀପ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ l
Leave A Reply