କାକଟପୁର 24/12 ପୁରୀ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ(ପୁମୁଲୁ) ରେ କୋଟି କୋଟି ଟଙ୍କା ହେରେଫେର ବିଷୟ ରେ ଜଣା ପଡିବା ପରେ, ପୁମୁଲୁ ପରିଚାଳନା କର୍ତ୍ତୃପକ୍ଷ ଅନୁଧ୍ୟାନ କରି ପୁମୁଲୁ ପରିଚାଳନା ପରିଷଦ ବୈଠକ ରେ ଉକ୍ତ ପ୍ରସ୍ତାବ ଆଲୋଚନା କରାଯାଇ ସାଧାରଣ ପରିଚାଳକ ଡ଼ଃ ସଂଜୀବ ପତି ଙ୍କୁ ନିଲମ୍ବିତ କରି ବିଭାଗୀୟ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଆଦେଶ ଦେଇଛନ୍ତି l ଡ଼ଃ ପତି କର୍ମଚାରୀ ଙ୍କ( 25%) ଦରମା କାଟି (LIC) ଜମା ଟଙ୍କା (LIC) ରେ ଜମା କରି ନଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି l ଯାହାକି ବର୍ତ୍ତମାନ ର ଆକଳନ ପ୍ରାୟ( 1.5 )କୋଟି ରୁ ଉର୍ଦ୍ଧ ହେବ l ବିଭାଗୀୟ ତଦନ୍ତ ହେଲେ ଅଧିକ ପରିମାଣ ହେବ ବୋଲି ସମ୍ଭାବନା ରହିଛି l ଦୈନିକ ଏକ ଲକ୍ଷ ଲିଟର ଦୁଗ୍ଧ ପୁମୁଲୁ ସଂଗ୍ରହ କରୁଥିବା ବେଳେ ସାଧାରଣ ପରିଚାଳକ ଙ୍କ ଦୁର୍ନୀତି ଖୋର ମନଭାବ ଓ ଚାଷୀ ମାରଣା ନୀତି ଯୋଗୁଁ ଦୁଗ୍ଧ ଚାଷୀ ମାନେ ଅନେକ କ୍ଷତି ସହିବା ସହ ପୁମୁଲୁ ରୁ ମୁହଁ ଫେରାଇ ଅନ୍ୟ ସଂସ୍ଥା କୁ ଦୁଗ୍ଧ ଦେଉଥିଲେ l ଏବେ ସାଧାରଣ ପରିଚାଳକ ଙ୍କ ନୀଲମ୍ବନ ଖବର ଶୁଣି ଦୁଗ୍ଧ ଚାଷୀ ଓ କର୍ମଚାରୀ ମହଲରେ ଖୁସି ର ଲହରି ଖେଳି ଯାଇଛି l ଏବେ ଦୈନିକ ପୁମୁଲୁ ପୂର୍ବ ପରି ଅଧିକ ରୁ ଅଧିକ ଦୁଗ୍ଧ ସଂଗ୍ରହ କରିପାରିବ ବୋଲି ଦୁଗ୍ଧ ଚାଷୀମାନେ ପ୍ରକାଶ କରିଛନ୍ତି l
