Odisha news

କାକଟପୁର : ତୈଳଦର ବୃଦ୍ଧି ବିରୋଧରେ ସିପିଆଇର ପ୍ରତିବାଦ ଆନ୍ଦାଳନ

0

କାକଟପୁର-୦୨/୭ କିଛି ଦିନ ହେବ ଲଗାତର ପେଟୋ୍ରଲ,ଡିଜେଲର ଦରବୃଦ୍ଧି ଫଳରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ତମାନ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୨ଡଲାର ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧି ଯୋଗୁଁ ତୈଳଦରରେ ବୃଦ୍ଧି ଘଟିଛି ।

ଯାହା ଫଳରେ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ହୋଇ ସାଧାରଣ ଲୋକଙ୍କ ତେଲ ଲୁଣ ସଂସାରରେ ନିଁଆ ଲଗାଇ ଦେଇଛି । ତୁରନ୍ତ ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର ଦାବୀ କରି କାକଟପୁର-ଅସ୍ତରଙ୍ଗ ଜୋନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ କାକଟପୁରର କଲେଜଛକ ଠାରେ ଏକ ପ୍ରତିବାଦ ଆନେ୍ଦାଳନ କରା୍ାଇଥିଲା ।

ଏହି ଆନେ୍ଦାଳନରେ ଜୋନାଲ କମିଟି ସଂପାଦକ ବିପିନ ବିହାରୀ ରାଉତ,କାର୍ଯ୍ୟକାରୀ କମିଟି ସଭାପତି ସୁରେଶ ଚନ୍ଦ୍ର ବିଶ୍ୱାଳ,ପରିଷଦ ସଭ୍ୟ ବିପିନ ବିହାରୀ ଜେନା, ନବଘନ ମଲ୍ଲ, ବିଷ୍ଣୁଚରଣ ନାୟକ, ବିକାଶ ମୁଦୁଲି, ନରେନ୍ଦ୍ର ଦାଶ, ରାମଚନ୍ଦ୍ର ରଣା, ଅଜଗର ଖାଁ, ରହିମୁଦ୍ଦିନ ଖାଁ, କୁନୁୁୁ ଖାଁ ଓ ଶେଖ ମେହେତାଜଙ୍କ ସମେତ ଶତାଧିକ ସିପିଆଇ ସମର୍ଥକ ଅଂଶଗ୍ରହଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରୀବ ମାରଣ ନୀତି ବିରୋଧରେ ନାରା ଦେଇଥିଲେ ।

Nalco
Leave A Reply