Odisha news

ବିରିଡି : ମହିଳାମାନେ ଗ୍ୟାସ ଏଜେନ୍ସି ଦ୍ୱାରା ଶୋଷଣର ଶିକାର

0

ବିରିଡି, ୦୨ା୦୭ ; ବିରିଡି ବ୍ଲକ ବାସନ୍ଦରା ଗ୍ରାମ ପଂଚାୟତ ସମେତ ଅନ୍ୟ କେତେକ ପଂଚାୟତର ମହିଳାମାନେ ଗ୍ୟାସ ଏଜେନ୍ସିଙ୍କ ଦ୍ୱାରା ଶୋଷଣ ଶିକାର ହେଉଥିବା ଅଭିଯୋଗ ହୋଇଛି । ଖାସ କରି କଟକ ଜିଲ୍ଲାର ଅଡସପୁର ଠାରେ ଥିବା ଉଦ୍ଦୟ ନାଥ ଭାରତ ଗ୍ୟାସ ଏଜେନ୍ସି ଠାରୁ ୨୨ ମୌଜାର ୨ ହଜାର ସଯୋଗ ନେଇଥିବା ବେଳେ ଅଧିକାଂଶ ହିତାଧିକାରୀ ଠକାମିର ଶିକାର ହୋଇଥିବା କହିଛନ୍ତି ।

ବାସନ୍ଦରା ପଂଚାୟତର ଗ୍ୟାସ ସଂଯୋଗ ନେଇଥିବା ହିତାଧିକାରୀମାନେ କହିଛଚନ୍ତି ଯେ ଉଦୟନାଥ ଭାରତ ଗ୍ୟାସ ଏଜେନ୍ସି ଗାଡି ଗାଁ ଗାଁ ରେ ବୁଲି ଗ୍ୟାସ ଡେଲିଭରୀ କରୁଛି । ଏହି ଗ୍ୟାସ ହିତାଧିକାରୀମାନଙ୍କୁ ଦେବା ବେଳେ ସେଥିେô ଆସୁଥିବା ସଂପୃକ୍ତ ଏଜେନ୍ସିର କର୍ମଚାରୀମାନେ ଗୋଟିଏ ଗ୍ୟାସ ସିଲିଣ୍ଡର ଦେଇ ୪୦ ରୁ ୬୦ ଟଙ୍କା ଅଧିକ ପର୍ଯ୍ୟନ୍ତ ଜୁଲମ କରି ମହିଳାମାନଙ୍କ ଠାରୁ ଆଦାୟ କରୁଛନ୍ତି । ଏମିତିକି ଏହି ଅର୍ଥ ନ ଦେଲେ ସେମାନଙ୍କୁ ଗ୍ୟାସ ଦିଆଯିବ ନାହିଁ ବୋଲି ମଧ୍ୟ କର୍ମଚାରୀମାନେ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହେଉଛି ।

ତେବେ ସପୃକ୍ତ ଗ୍ୟାସ ଏଜେନ୍ସି ଙ୍କ ଦ୍ୱାରା ବହୁ ହିତାଧିକାରୀ ଶୋଷଣର ଶିକାର ହେଉଥିବା ଏବଂ ୨୨ ମୌଜା ଅଂଚଳର ବହୁ ହିତାଧିକାରୀଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ଦେବା ପାଇଁ ବର୍ଷକରୁ ଅଧିକ ସମୟ ହେବ କାଗଜ ପତ୍ର ନେଇଥିବା ଉଦୟନାଥ ଭାରତ ଗ୍ୟାସ ଏଜେନ୍ସି ଏପର୍ଯ୍ୟନ୍ତ ଗ୍ୟାସ ଠିକ ସମୟରେ ଲୋକଙ୍କୁ ପ୍ରଦାନ କରିନଥିବାରୁ ସେମାନେ ସରକାରଙ୍କ ଦ୍ୱାରା ଶୋଷିତ ମାଗଣା ଗ୍ୟାସ ପାଇବା ଯୋଜନାରୁ ବଂଚିତ ହୋଇଛନ୍ତି ଯାହା ମଧ୍ୟ ପୂର୍ବରୁ ଅଭିଯୋଗ ହୋଇ ଆସୁଛି ତେଣୁ ସଂପୃକ୍ତ ଏଜେନ୍ସି ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତା ରମାକାନ୍ତ ଭୋଇ ଦାବି କରିଛନ୍ତି ।

Nalco
Leave A Reply