ବିରିଡି, ୦୨ା୦୭ ; ବିରିଡି ବ୍ଲକ ମଧ୍ୟଶାସନର ଜଣେ ପ୍ରଶିଦ୍ଧ ଲାଭ କରିଥିବା ବାଲୁକା ଶିଳ୍ପୀ ନାରାୟଣ ବେଉରା । ସେ ଏବେ ଅଂଚଳର ଯୁବ ପିଢୀ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । କରୋନା ଲକଡାଉନ ଥିଲେ ସୁଧା ସେ ଆଦୈ ନିରୁସôାହିତ ନ ହୋଇ ବର୍ତମାନ ନିଜ ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ବେଶ ଦି ପଇସା ଉପାଜ୍ଜନ କରି ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି ।
ଆଜିକାଲିକ ଯୁବକମାନେ ଚାଷବାସରୁ ସମ୍ପୁର୍ଣ୍ଣ ମୁହଁ ଫେରାଇ ନେଇଥିବା ବେଳେ ନାରାୟଣ କିନ୍ତୁ ଚାଷ କରିବାରେ ନିଜର ଆଗ୍ରହ ଦେଖାଇବା ସହିତ ଯୁବ ପିଢୀମାନଙ୍କ ପାଇଁ ପ୍ରେରଣା ଯୋଗାଇ ଦେଇଛନ୍ତି ।
ମଧ୍ୟଶାସନର ଜଣେ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ନାରାୟଣ ନିଜର ପାଠ ପଢା ବେଳ ଠାରୁ ବାଲୁକା କଳା ଶିଳ୍ପୀ ଭାବେ ନିଜକୁ ପ୍ରତିପାଦିତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାର ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ବାଲୁକା କଳା ପ୍ରଦର୍ଶନ ଇଭେଂଟରେ ଭାଗ ନେଇ ନିଜର ଚମକôାରିତା ଦେଖାଇଛନ୍ତି ।
ବର୍ତମାନ ଦିର୍ଘ ୬ ମାସ ହେବ ମହାମାରୀ କରୋନା ଯୋଗୁଁ କଳା ପଦର୍ଶନ କରିବାରେ ସୁଯୋଗ ନଥିବାରୁ ସେ ଏବେ ଘରେ ରହୁଛନ୍ତି । ଏହି ସମୟରେ ନିଜ ଜମିରେ କଲରା, ବାଇଗଣ, କାକୁଡି, କଖାରୁ ଓ ଅନ୍ୟାନ୍ୟ ପରିବା ଲଗାଇ ବେଶ ଅର୍ଥ ଉପାଜ୍ଜନରେ ଲାଗି ପଡିଛନ୍ତି । ତେବେ ବର୍ତମାନର ପରିସ୍ଥିତିରେ ସମସ୍ତେ ବିଶେଷକରି ଯୁବକମାନେ ଯେତିକି ହୋଇପାରୁଛି ସେତିକି ଚାଷ କରି ଅର୍ଥ ଉପାଜ୍ଜନ କରିବା ସହ ନିଜ ପରିବାର ଆବଶ୍ୟକତା ପୁରଣ କରିବାରେ ସହାୟକ ହୁଅନ୍ତୁ ବୋଲି ନାରାୟଣ ବେହେରା ଆହ୍ୱାନ ରଖିଛନ୍ତି ।