କାକଟପୁର ୧୮/୮ ରାଜ୍ୟ କଂଗ୍ରେସ କମିଟି ଆହ୍ୱାନ କ୍ରମେ କାକଟପୁର ବ୍ଳକ କଂଗ୍ରେସ ସଭାପତି ଅବଧୂତ ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ କର୍ମୀ ବ୍ଳକ ଘେରାଉ କରି ଏକ ପଥପ୍ରାନ୍ତ ସଭା କରିଥିଲେ। କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ବିଶ୍ବଭୂଷଣ ଦାସ, କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୁତ ସ୍ୱାଇଁ, ପଞ୍ଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ,ଓଥକା ପଞ୍ଚାୟତ ସଭାପତି କୃଷ୍ଣଚନ୍ଦ୍ର ବିଶ୍ୱାଳ, ବରିଷ୍ଠ ଆଇନଜୀବି ତଥା କୃଷକ ନେତା ପ୍ରଫୁଲ୍ଲ କୁମାର ନାୟକ,ସମ୍ମାନୀୟ ଅତିଥି ବ୍ଳକ କଂଗ୍ରେସ ଶୃଙ୍ଖଳା କମିଟିର ସଭାପତି ବିଚିତ୍ରାନନ୍ଦ ଦାଶ,ଯୁବ ସଂଗଠକ ସୈମ୍ୟକାନ୍ତ ଖୁଣ୍ଟିଆ,ଯଶୋବନ୍ତ ନାରାୟଣ ମହାନ୍ତି,ସୁକାନ୍ତ ପରିଡ଼ା, ଅରକ୍ଷିତ କାଣ୍ଡି,ତପନ କୁମାର କାଣ୍ଡି, ଶଙ୍କର ମଲିକ ପ୍ରମୁଖ ଯୋଗଦେଇ କାକଟପୁର ବ୍ଳକରେ ପିସି କାରବାର,ମିଶନଶକ୍ତି ନିଯୁକ୍ତିରେ ଘୋଟାଲା,ଆବାସ ଯୋଜନାରେ ଦୁର୍ନୀତି,ବେକାରୀ ସମସ୍ୟା,ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା,ଚାଷୀମାରଣ ନୀତି, କେନାଲରେ ପର୍ଯ୍ୟାପ୍ତ ପରିମାଣରେ ପାଣି ନ ଆସିବା, ବ୍ୟୟବହୁଳ ,ଓ ଟାଟା କମ୍ପାନୀର ବିଜୁଳି ଉପଭୋକ୍ତା ମା୍ରଣ ନୀତି ସୁହାଣପୁର ଓ କାହା ନିର୍ଦ୍ଧେଶରେ ସମିତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ପ୍ରଭୃତି ସ୍ଥାନୀୟ ସମସ୍ୟା ଉପରେ ସରକାରଙ୍କୁ ସମାଲୋଚନା କରିବା ସହ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ 9 ଦଫା ଏକ ଦାବିପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ l ବିଭିନ୍ନ ପଞ୍ଚାୟତ ରୁ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l ଆଇନ ଶୃଙ୍ଖଳା ଦିଗରେ କାକଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଉମେଶ ସାହୁ ଙ୍କ ତତ୍ୱାବଧାନରେ ରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ l