Odisha news

ଶୀତଋତୁରେ ପାୱାର ହାଉସ ଏବିସି ଜୁସ : ପ୍ରତିଦିନ ପିଅନ୍ତୁ ମାତ୍ର ଗୋଟିଏ ଗ୍ଲାସ ଓ ପାଆନ୍ତୁ ୬ ଟି ଚମତ୍କାର ଲାଭ

0

ଏବିସି ଜୁସ ଶୁଣିବା ମାତ୍ରକେ ଖୁବ ଅଦ୍ଭୁତ ଲାଗୁଚି ନାଁ ଟି, ଏମିତିରେ ତ ଆମେ ପ୍ରତ୍ୟେକ ଫଳ ନାମରେ ଅଲଗା ଅଲଗା ଜୁସ ବିଷୟରେ ଶୁଣିଛୁ, ଯେପରିକି ଆମ୍ବ ଜୁସ, କମଳା ଜୁସ, ସପୁରୀ ଜୁସ ଇତ୍ୟାଦି, କିନ୍ତୁ ଏହି ଏବିସି ଜୁସ କଣ ? ଏହା ନିଶ୍ଚିନ୍ତ ଭାବରେ ଆପଣଙ୍କ ମନରେ କିଛି ଗୋଟିଏ ଧାରଣା ସୃଷ୍ଟି କରୁଥିବ l ଏବିସି ଜୁସ ଅର୍ଥ ଏ ରେ ଆପେଲ ବା ସେଓ, ବି ରେ ବିଟ ରୁଟ ଏବଂ ସି ରେ କ୍ୟାରଟ ବା ଗାଜର ରେ ପ୍ରସ୍ତୁତ ଜୁସ ଅଟେ l ଏହି ଜୁସ ଫିଟନେସ ପସନ୍ଦ ବ୍ୟକ୍ତିଙ୍କ ର ଖୁବ ପ୍ରିୟ ଅଟେ l ଏହା ଶରୀର କୁ ସୁସ୍ଥ ରଖିବା ସହିତ ଡିଟକ୍ସ କରିଥାଏ l ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ବିଧି ଓ ପିଇବାର ଲାଭ l

* ଏବିସି ଜୁସ ରେ ଥିବା ନିୟୁଟ୍ରିଏଣ୍ଟସ ଗୁଡିକ କଣ –
– ଜିଙ୍କ, ପୋଟାସିୟମ, ମାଙ୍ଗାନିଜ
– ଭିଟାମିନ ଏ, ଭିଟାମିନ ବି 6, ଭିଟାମିନ ସି
– କ୍ୟାଲସିୟମ, କପର, ଆଇରନ ଓ ମଗ୍ନେଶୀୟମ

* ଏବିସି ଜୁସ ପିଇବାର ଲାଭ –
– ଏତେ ଗୁଡିଏ ନିୟୁଟ୍ରିଏଣ୍ଟସ ଥିବା ଓ ଆଣ୍ଟି ଅକ୍ସିଡେଣ୍ଟ ଥିବା କାରଣରୁ ଜୁସ ଆମ ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ ରଖିଥାଏ ଓ ଶ୍ୱେତ ରକ୍ତ କଣିକା ବା ହ୍ୱାଇଟ ବ୍ଲଡ଼ ସେଲ ବୃଦ୍ଧି କରିଥାଏ
– ଶରୀର ର ଅନେକ ଗୁଡିଏ ନିୟୁଟ୍ରିଏଣ୍ଟସ ଏହି ଜୁସ ପିଇବା ଦ୍ୱାରା ଠିକ ରହିଥାଏ ଓ ଶରୀର ରେ କମି ଥିବା ଭୀଟାମୀନସ ମଧ୍ୟ ପୁର୍ଣ ହୋଇଥାଏ l
– ଶରୀର କୁ ଏହି ଜୁସ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ ଏବଂ ବର୍ଜ୍ୟ ବସ୍ତୁକୁ ଶରୀରରୁ ବାହାର କରିଥାଏ l ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ l
– ଏହି ଜୁସ ସେବନ ଦ୍ୱାରା ଉଭୟ ତ୍ୱଚା ଓ କେଶ କୁ ଭଲ ଫଳ ମିଳିଥାଏ l ଯାହାଦ୍ୱାରା ସ୍କିଂ ଟାଇଟ ରୁହେ ଓ କେଶ ଝଡ଼ିବା କମି ଯାଇଥାଏ l
– ବିଶେଷ କଥାଟି ହେଲା ଓଜନ ହ୍ରାସ କରିବାରେ ଏବିସି ଜୁସ ସାହାଯ୍ୟ କରିଥାଏ l ଗ୍ୟାସ, ଏସିଡ଼ିଟି ସମସ୍ୟା ଦୂର ହୋଇ ଖାଦ୍ୟ ହଜମ ସହଜ ରେ ହୋଇଥାଏ l
– କୋଲେଷ୍ଟ୍ରଲ ହ୍ରାସ କରି ବ୍ଲଡ଼ ପ୍ରେସର ସନ୍ତୁଳନ ରଖିଥାଏ, ଶରୀର କୁ ଶୀତଋତୁରେ ରୋଗ ମୁକ୍ତ ରଖିଥାଏ l

ଏବିସି ଜୁସ ପ୍ରସ୍ତୁତ କରିବାର ବିଧି –
ସେଓ, ଗାଜର, ବିଟ ରୁଟ କୁ ଭଲରେ ଧୋଇ କାଟି ନିଅନ୍ତୁ, ଏହାକୁ ମିକସି ଯାର ରେ ପକାଇ ସେଥିରେ ସାମାନ୍ୟ ଗୁଡ଼ ଗୁଣ୍ଡ, କଳା ଲୁଣ ସ୍ୱାଦ ଅନୁସାରେ ମିଶାଇ ନିଅନ୍ତୁ , ସାମାନ୍ୟ ପାଣି ଦେଇ ପେଷି ଦିଅନ୍ତୁ l ଏହାପରେ ଗ୍ଲାସ ରେ ଢାଳି ସେଥିରେ ସାମାନ୍ୟ ଲେମ୍ବୁ ଚିପୁଡ଼ି ସେବନ କରନ୍ତୁ l

Leave A Reply