Odisha news

ଆସିଗଲା ଗ୍ରୀଷ୍ମ ଋତୁ : ହୋଇଯାଆନ୍ତୁ ପ୍ୟାକେଜ ଫ୍ରୁଟ ଜୁସ ପ୍ରତି ସତର୍କ , ସ୍ୱାସ୍ଥ୍ୟ ପକ୍ଷରେ ହୋଇପାରେ କ୍ଷତିକାରକ

0

ଗ୍ରୀଷ୍ମ ଋତୁ ଆସିଯିବା ମାତ୍ରକେ ଥଣ୍ଡା ପାନୀୟ ର ଚାହିଦା ବଜାରରେ ଅଧିକ ବଢ଼ିଯାଇ ଥାଏ l ତେଣୁ ଆମେ ମାନେ ମଧ୍ୟ ଖୁବ ଆଗ୍ରହ ର ସହିତ ସେହି ଜୁସ କୁ ପିଇବାକୁ ଭୁଲି ନଥାଉ l  ଖରା ଓ ଗରମ ପ୍ରକୋପ ରୁ ନିଜକୁ ସାମାନ୍ୟ ଆଶ୍ବସ୍ତି ଦେବା ପାଇଁ ଆମେ ବଜାରରେ ମିଳୁଥିବା  କୋଲ୍ଡ ଡ୍ରିଂକ୍ସ ସେବନ ପ୍ରଚୁର ପରିମାଣ ରେ କରିଥାଉ l ଆମେ ପ୍ରାକୃତିକ ଉପାୟ ରେ ଫଳ ରସ ସେବନ କରିବା ବଦଳରେ ଆଜିକାଲି ର ଫ୍ରୁଟ ଜୁସ ଯାହାକି ବିଶେଷ ଭାବରେ ପରିଜର୍ଭେଟିବ ଦେଇ ପ୍ୟାକିଂ କରାଯାଇ ଥାଏ ତାହାକୁ ସେବନ କରିବା ପାଇଁ ଉଚିତ ମନେ କରିଥାଉ l  କିନ୍ତୁ ଆପଣ ଙ୍କର ସାମାନ୍ୟ ଭୁଲ ଆପଣଙ୍କୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଆଡକୁ ମଧ୍ୟ ଟାଣି ନେଇପାରେ ଆପଣ ତାହା ଜାଣି ନାହାନ୍ତି l  ଆସନ୍ତୁ ଆଜି ଜାଣିବା ବଜାରରେ ମିଳୁଥିବା ପ୍ୟାକେଜ ଜୁସ ଓ  କୋଲ୍ଡ ଡ୍ରିଂକ୍ସ ଆମ ଶରୀର ପାଇଁ କେଉଁ ସବୁ ସମସ୍ୟା ସୃଷ୍ଟି କରିଥାଏ l

* ପିଲା ମାନଙ୍କ ପାଇଁ କ୍ଷତି କାରକ –
ପ୍ୟାକେଜ ଜୁସ କୁ ସୁରକ୍ଷିତ ରଖିବା ଓ ଦୀର୍ଘ ଦିନ ଧରି ସ୍ଥାୟୀ ଭାବରେ ରଖିବା ପାଇଁ ଏଥିରେ ଅନେକ ପ୍ରକାରର କେମିକାଲସ ମିଶା ଯାଇଥାଏ l  ତେଣୁ ଏହାକୁ ସେବନ କରିବା ଦ୍ୱାରା ପିଲା ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ l  ଏହି ଜୁସ ଓ  କୋଲ୍ଡ ଡ୍ରିଂକ୍ସ ପିଲାଙ୍କ ଲିଭର ବା ଯକୃତ ପାଇଁ କ୍ଷତିକାରକ ହୋଇଥାଏ l  ତେଣୁ ସେଥିପ୍ରତି ମାତାପିତା ଦୃଷ୍ଟି ଦେବା ଆବଶ୍ୟକ l

* ପେଟ ସମ୍ବନ୍ଧିତ ରୋଗ ହୋଇଥାଏ –
ପ୍ୟାକେଟ ବନ୍ଦ ଜୁସ ଓ  କୋଲ୍ଡ ଡ୍ରିଂକ୍ସ ପେଟ ସମ୍ବନ୍ଧୀୟ ଅନେକ ରୋଗର କାରଣ ହୋଇଥାଏ l  ଏହା ମଣିଷର ହଜମ ଶକ୍ତି ହ୍ରାସ କରିବା ସହ ଗ୍ୟାସ , ଡାଇରିଆ, ପାଚନ ସମସ୍ୟା ର କାରଣ ହୋଇଥାଏ l  ଏଥିରେ ମିଶିଥିବା କେମିକାଲ ପାଚନ ତନ୍ତ୍ର କୁ ବାଧା ପ୍ରାପ୍ତ କରାଇଥାଏ l  କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ଦେଖା ଯାଇଥାଏ l

* ମସ୍ତିଷ୍କ ଜଡିତ ସମସ୍ୟା –
ମାର୍କେଟ ଚାଲୁଥିବା ସମସ୍ତ ଜୁସ ଓ  କୋଲ୍ଡ ଡ୍ରିଂକ୍ସ  ରେ କାର୍ବନିକ୍ସ , କେଡ଼ମିୟମ ଓ ମରକରି ଭଳି କେମିକାଲଶ ର ପ୍ରୟୋଗ ହୋଇଥାଏ l  ଏହାକୁ ସେବନ କରିବା ଦ୍ୱାରା ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଥାଏ l  ତେଣୁ ପ୍ୟାକେଟ ଵାଲା ଫ୍ରୁଟ ଜୁସ ସେବନ କରିବାରୁ ଦୁରେଇ ରୁହନ୍ତୁ l

* ମୋଟାପଣ ର ଶିକାର –
ଦୀର୍ଘ ସମୟ ଧରି ଜୁସ ସେବନ କରିବା ଦ୍ୱାରା ଆପଣ ମୋଟାପଣ ର ଶିକାର ହୋଇ ପାରନ୍ତି l କାହିଁକି ନ  କୋଲ୍ଡ ଡ୍ରିଂକ୍ସ ହେଉ କିମ୍ବା ପ୍ୟାକେଟ ଜୁସ ହେଉ ଏଥିରେ ସକରିନ ଓ ଆର୍ଟିଫିସିଆଲ ସୁଗାର ଅଧିକ ମାତ୍ରାରେ ରହିଥାଏ ଯାହାକି ମୋଟାପଣ କାରଣ  ହୋଇଥାଏ l

Govt
Leave A Reply