Odisha news

୨୫ ଲକ୍ଷ ଟଙ୍କା ଜୁଆରେ ହାରିବା ପରେ ବ୍ୟକ୍ତି କଲେ ଆତ୍ମହତ୍ୟା : କଣ ଥିଲା ତାଙ୍କ ଶେଷ ସନ୍ଦେଶ

0

ନୂଆଦିଲ୍ଲୀ : ପୁଡୁଚେରୀର ବିଜୟ କୁମାର ଗୋଟିଏ ମୋବାଇଲ ଫୋନର ଦୋକାନ କରିଥିଲେ ଓ ଗୋଟିଏ ସନ୍ତାନର ଜଣକ ମଧ୍ୟ ଅଟନ୍ତି l ସେ ଗୋଟିଏ ସଫଳ ବ୍ୟବସାୟୀ ଥିଲେ ,କିନ୍ତୁ ନିଜ ସାଙ୍ଗ ମାନଙ୍କର କହିବା ପରେ ସେ ଗୋଟିଏ ଅନଲାଇନ ଗେମ୍ ଆପରେ ଯୋଡି ହୋଇଥିଲେ l ତାଙ୍କ ସାଙ୍ଗମାନେ ତାଙ୍କୁ କହିଥିଲେ ଯେ ଏହି ଗେମ୍ ଆପରେ ପଇସା ଅଧିକରୁ ଅଧିକ ରୋଜଗାର କରିହୁଏ  l ସେ ପଇସା ଲୋଭରେ ଏହି ଗେମ୍ ଆପରେ ଅଲଗା ଅଲଗା ତିନିଟି ଆଇଡି ଖୋଲିଥିଲେ l ଏହି ଗେମ୍ ଆପରେ ଏକ ପ୍ରକାରର ଜୁଆ ଖେଳ ହୁଏ l ଏହି ଜୁଆ ଖେଳରେ ସେ ୨୫ ଲକ୍ଷରୁ ଅଧିକ ଟଙ୍କା ହରି ଯାଇଥିଲେ l

ହାରିଯିବା ପରେ ବିଜୟ କୁମାର ହତାଶ ହୋଇ ଭାଙ୍ଗି ପଡ଼ିଥିଲେ l ନିଜ ଜୀବନର ସମସ୍ତ ପୁଞ୍ଜି ଏହି ଅନଲାଇନ ଜୁଆ ଖେଳରେ ଲଗାଇଥିଲେ l ତେଣୁ ସେ ସ୍ଥିର କଲେ ଆତ୍ମହତ୍ୟା କରିବେ l ଆତ୍ମହତ୍ୟା କରିବା ପୂର୍ବରୁ ବିଜୟ କୁମାର ଗୋଟିଏ ଅଡିଓ ରେକର୍ଡ କରିଛନ୍ତି l ଯେଉଁଥିରେ ସେ କହିଛନ୍ତି ” ମୁଁ ତିନିଟି ଆଇଡି ବ୍ୟବହାର କରି ଏହି ଅନଲାଇନ ଜୁଆ ଖେଳରେ ୨୫ ରୁ ୩୦ ଲକ୍ଷ ଟଙ୍କା କ୍ଷତି ଘଟାଇଛି l ମୁଁ ଦିନରାତି ଏହି ଖେଳକୁ ଖେଳୁଥିଲି ଓ ନିଜର ସ୍ୱାସ୍ଥ୍ୟ ମଧ୍ୟ ଖରାପ କରି ଦେଲି l ପ୍ରଥମେ ୩ ହଜାର ଟଙ୍କା ଜିତିବା ପରେ ମତେ ଏହି ଖେଳର ନିଶା ଲାଗିଗଲା ଓ ଏହାପରେ ମୋର ୨ ଲକ୍ଷ ତାଙ୍କ କ୍ଷତି ହୋଇଗଲା l ଜୁଆ ଖେଳିବାର କିଛି ଦିନ ପରେ ଏହାର ନୀତି ନିୟମ ବବିଷୟରେ ମୁଁ ଜାଣିଲି କିନ୍ତୁ ବାହାରକୁ ବାହାରିବା ପାଇଁ ମୋ ପାଖରେ କୌଣସି ରାସ୍ତା ନଥିଲା l

ଆପଣ ମାନେ ଯଦି ଅନଲାଇନ ଜୁଆ ଖେଳୁଛନ୍ତି ତେବେ ସେଠି ପ୍ରତି ସଜାଗ ରୁହନ୍ତୁ l କାରଣ ଏହି ଜୁଆ ଖେଳ ଆପଣ ମାନଙ୍କୁ ତଳି ତଳାନ୍ତ କରି ଦେବ l”ଆତ୍ମହତ୍ୟା କରିବା ପୂର୍ବରୁ ବିଜୟ କୁମାର ନିଜ ପତ୍ନୀଙ୍କୁ ଏହି ଅଡିଓଟି ସେୟାର କରିଛନ୍ତି ଓ କହିଛନ୍ତି ଲୋକମାନେ ଅନଲାଇନ ଜୁଆର ପ୍ରଭାବକୁ ଜାଣିବା ଆବଶ୍ୟକ l ସେ ଏହା ମଧ୍ୟ କହିଛନ୍ତି ଏହି ଅନଲାଇନ ଜୁଆ ଖେଳ ଉପରେ ଆମ ଭାରତରେ ପ୍ରତିବନ୍ଧକ ଲାଗିବ ଉଚିତ l ବିଜୟ କୁମାର ନିରୁଦ୍ଧିଷ୍ଟ ରହିବ ପରେ ତାଙ୍କର ପରିବାର ଲୋକେ ନିଖୋଜ ହେବାର ରିପୋର୍ଟ ପୋଲିସ ଥାନାରେ ଲେଖାଇ ଥିଲେ l ଏହା ପରେ କୋରକାଡୁ ପୋଲିସ ଏକ ତଲାସୀ ଅଭିଯାନ ଆରମ୍ଭ କରିଥିଲା ଓ ରବିବାର ଦିନ ତାଙ୍କର ମୃତ ଦେହ ଉଦ୍ଧାର କରିଥିଲା l

Leave A Reply