Odisha news

ଜେ ଏସ ଡ ବ୍ଲୁ ପ୍ରକଳ୍ପ ଲୋକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ

0
ପାରାଦୀପ : ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପରେ ସ୍ଥାନୀୟ ଲୋକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରାଯାଉଛି। ଜିଲ୍ଲା ପ୍ରଶାସନ ଜରିଆରେ ସ୍ଥାନୀୟ ଲୋକମାନେ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ସହଯୋଗ କରିଥିବା ବେଳେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଯଥେଷ୍ଟ ପରିମାଣର ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ମାତ୍ର ଏଠାରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ, ଆତ୍ମନିର୍ଭରଶୀଳ ସହିତ ରୋଜଗାରକ୍ଷମ ହେବାକୁ କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି।
ଜେ ଏସ ଡ ବ୍ଲୁ ପ୍ରକଳ୍ପର ସ୍ଥାନୀୟ କ୍ଷେତ୍ରୀୟ କାର୍ଯ୍ୟାଳୟ ଠାରେ ତିନି ପଞ୍ଚାୟତର ଲୋକମାନଙ୍କୁ ନେଇ ତିନି ଦିନ ଧରି ଏକ ଭେଣ୍ତର ପଞ୍ଚିକରଣ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏଥିରେ ସ୍ଥାନୀୟ ଲୋକମାନେ କିଭଳି ଭେଣ୍ଡର ପଞ୍ଜିକରଣ ସେ ନେଇ କମ୍ପାନୀ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନେ ଅବଗତ କରାଇଥିଲେ। ଏଥି ପାଇଁ ଆବଶ୍ୟକୀୟ କାଗଜପତ୍ର ଯଥା _ ପଞ୍ଜିକରଣ ପ୍ରମାଣପତ୍ର,ଜି ଏସ ଟି ପ୍ରମାଣପତ୍ର, ଫ୍ୟାନ, ଏମ୍ ଏସ୍ ଏମ୍ ଇ ପ୍ରମାଣପତ୍ର, ବ୍ୟାଙ୍କ ବିବରଣୀ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଆବଶ୍ୟକ ଥିବାର କୁହାଯାଇଥିଲା।ଯେ କୌଣସି ବର୍ଗର ବ୍ୟକ୍ତିମାନେ ଏହି ଭେଣ୍ଡର ପଞ୍ଜିକରଣ ହେଲା ପରେ ଆଗାମୀ ଦିନରେ କମ୍ପାନୀ ପକ୍ଷରୁ ରାସ୍ତା ଆମ, ନିର୍ମାଣ ସାମଗ୍ରୀ ଯୋଗାଣ, ଯନ୍ତ୍ରପାତି ଓ ପରିବହନ ପାଇଁ ଗାଡ଼ି ବ୍ୟବସ୍ଥା ଆଦି କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ। ଏଥି ସହିତ ବିଭିନ୍ନ କମ୍ପାନୀ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ କାମ କରିବାର ଦକ୍ଷତା ହାସଲ କରି ପାରିବେ।
ପୂର୍ବରୁ ଏହି ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳରୁ ୧୫ ରୁ ୨୦ ଜଣ ମଧ୍ୟରେ ଭେଣ୍ଡର କାର୍ଯ୍ୟ କରୁଥିଲେ ବେଳେ ଏବେ ତିନି ପଞ୍ଚାୟତରୂ ପ୍ରାୟ ୭୦ ଜଣ ଭେଣ୍ଡର ପଞ୍ଜିକରଣ ପାଇଁ ସେମାନଙ୍କ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରିଛନ୍ତି। ଏହି ନୂତନ ଭେଣ୍ଡର ମାନଙ୍କ ମଧ୍ୟରେ ଅନେକ ଯୁବଗୋଷ୍ଠୀଙ୍କ ଆଗ୍ରହ ରହିଥିବାର ଦେଖିବାକୁ ମିଳିଛି। ଢ଼ିଙ୍କିଆ ଗାଁ ର କୁମାର ମଲ୍ଲିକ, ବିପୁନି ଦାସ, ଗୋବିନ୍ଦପୁର ଗାଁର ଚନ୍ଦନ ପଣ୍ଡା,ମାହାଳ ଗାଁର ସରୋଜ ଦାସ ପ୍ରମୁଖ ଜେ ଏସ ଡ ବ୍ଲୁ ର ଏହି ବ୍ୟବସ୍ଥାକୁ ସ୍ବାଗତ କରିବା ସହିତ କିଛି କାମ କରି ରୋଜଗାରକ୍ଷମ ହେବାକୁ ଆଶା ରଖିଛନ୍ତି। ଏହି ଭେଣ୍ଡର ପଞ୍ଜିକରଣ ବ୍ୟବସ୍ଥାରେ ଅନେକ ସ୍ଥାନୀୟ ଯୁବଗୋଷ୍ଠୀ ତଥା କୃଶଳୀ ଓ ଅର୍ଧକୁଶଳୀ ତଥା ସାଧାରଣ ଶ୍ରମିକ ମାନେ କାର୍ଯ୍ୟରେ ନିୟୋଜିତ ହେବା ସହିତ ନିଜ ପରିବାର ପାଇଁ କିଛି ରୋଜଗାର କରି ପାରିବେ ବୋଲି ଢ଼ିଙ୍କିଆର ସରପଞ୍ଚ କିଶୋର ପରିଡ଼ା ପ୍ରକାଶ କରିଛନ୍ତି।
ସାଧାରଣ  ତଥା ସ୍ଥାନୀୟ ଲୋକମାନେ କମ୍ପାନୀର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଲେ ସେମାନଙ୍କ ମଧ୍ୟରେ ସ୍ବଚ୍ଛତା ଓ ବିଶ୍ବାସନୀୟତା ବୃଦ୍ଧି ପାଇବ। ଏଥି ସହିତ କମ୍ପାନୀର ଅଧିକାରୀ ମାନେ ଲୋକମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ରହିବା ସହିତ ସହଯୋଗ ମଧ୍ୟ ମିଳି ପାରିବ। କମ୍ପାନୀ ପକ୍ଷରୁ ଗୋଟିଏ ପଟେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ ପ୍ରଦାନ କରୂଥିଲା ବେଳେ ସାଧାରଣ ଲୋକମାନଙ୍କୁ ଭେଣ୍ଡର ପଞ୍ଜିକରଣ ଜରିଆରେ ରୋଜଗାରକ୍ଷମ ବ୍ୟବସ୍ଥାକୁ ସାଧାରଣରେ ସ୍ବାଗତ କରାଯାଇଛି।
Nalco
Leave A Reply