ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସାରା ଭାରତ ବର୍ଷରେ କୋଭିଡ-୧୯ କୁ ପରାସ୍ତ କରିବା ଲକ୍ଷ୍ୟ ନେଇ ଅନୁଗୁଳ ଜିଲ୍ଲାର ତୃଣମୂଳ ସ୍ତରରେ କାମ କରୁଥିବା ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ନିମନ୍ତେ ମାସ୍କ ଓ ସାନିଟାଇଜର କିଟ୍ ପ୍ରଦାନ କରାଯାଇଅଛି । ଜିଲ୍ଲାର ସମସ୍ତ ୧୬୫୪ ଅଙ୍ଗନବାଡି କେନ୍ଦ୍ରର ସର୍ବମୋଟ ୩୨୭୬ ଜଣ ଅଙ୍ଗନବାଡି କର୍ମଚାରୀ ମାନଙ୍କ ନିମନ୍ତେ କୋଭିଡ-୧୯ ନିରାକରଣ ପାଇଁ ଏହି ସାନିଟାରୀ କିଟ୍ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏହି ମାସ୍କ ଗୁଡିକୁ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ସାହାଯ୍ୟ ପ୍ରାପ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଅଛି ।
ଯଦ୍ୱାରା ଏହି ମହିଳ ।ମାନଙ୍କୁ କୋଭିଡ-୧୯ ଜନିତ ଲକ୍ ଡାଉନ୍ ସମୟରେ ସ୍ୱରୋଜଗାର କରିବାର ଅବସର ମିଳିପାରିଛି । ବର୍ତମାନ ସୁଦ୍ଧା ଜେଏସପିଏଲ ପକ୍ଷରୁ ବିଭିନ୍ନ ସାମାଜିକ କର୍ମୀ, କୋଭିଡ ଯୋଦ୍ଧା ଏବଂ ଏହାର ନିରାକରଣ ନିମନ୍ତେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଗୁଳ, ବଡବିଲ ଏବଂ ଭୁବନେଶ୍ୱରରେ ୧.୩ ଲକ୍ଷ ମାସ୍କ ବଟଂନ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରର ସୁରକ୍ଷା ଏବଂ ପରିଚାଳନା କର୍ମୀ ମାନଙ୍କୁ ମଧ୍ୟ ୧୭୦୦ ମାସ୍କ ଯୋଗାଇ ଦିଆଯାଇଛି ।
ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପିଏଲ ଫାଉଣ୍ଡେସନ ଏହାର ମିଶନ ଜିରୋ ହଙ୍ଗର ଅଧିନରେ ଜାତୀୟ ଲକ୍ ଡାଉନ୍ ଦିନ ପର ଠାରୁ ଏ ପର୍ଯ୍ୟନ୍ତ ଏକ ଲକ୍ଷରର ଉଦ୍ଧ୍ୱର୍ ପ୍ରବାସୀ ଶ୍ରମିକ ଓ ସାମାଜିକ ଭାବେ ଅସୁରକ୍ଷିତ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ନିମନ୍ତେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦ୍ରବ୍ୟ ଯୋଗାଇ ଆସିଛି । ଏଥିରେ ଅନୁଗୋଳ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୫୦୦୦୦ ଭୋଜନ ପ୍ରଦାନ କରାଯାଇଛି । ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ପ୍ରେରଣାରେ ଜେଏସପିଏଲ ପ୍ଲାଟଂର ଅ୍ଧକ୍ଷ ପାଖରେ ଯେପରି କେହି ଭୋକିଲା ପେଟରେ ନିଦ୍ରା ନ ଯାଆନ୍ତୁ, ସେଥି ପାଇଁ ଏହି ମିଶନ ଜିରୋ ହଙ୍ଗର କାର୍ଯ୍ୟକାରୀ କରାଯାଇଛି ।