ଅମ୍ଫାନ୍ : କେଉଁଠି ମାଡ଼ ହେବ ବାତ୍ୟା ,କାଲି ଦକ୍ଷିଣ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ହେବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର: ଅମ୍ଫାନ୍ ପ୍ରଭାବରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା ପବନ। କାଲି ଦକ୍ଷିଣ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ହେବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ ବେଗରେ ପବନ ଓ ଅପରାହ୍ନରେ ୧୧୦-୧୨୦ କିମି ବେଗରେ ପବନ ବହିବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ।
ଏହି ସମୟରେ ଏହା ଉତ୍ତର ଦିଗରେ ଗତି କରିବ। ଏହା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ମୁହାଁଇବ। ୨୦ ଅପରାହ୍ନରେ ଅମ୍ପନ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ।