ନୂଆଦିଲ୍ଲୀ / ଭୂବନେଶ୍ଵର, ମାର୍ଚ୍ଚ 06, 2019: କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନିମନ୍ତେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ) କୁ ସମ୍ମାନ ଜନକ ଗୋଲଡେନ ପିକକ ସିଏସଆର ସମ୍ମାନ – 2019 ପ୍ରଦାନ କରାଯାଇଛି I ଓଡିଶା, ଛତିଶଗଡ ଏବଂ ଝାରଖଣ୍ଡରେ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ପାଇଁ ଜେଏସପିଏଲ କୁ ଏହି ପୁରସ୍କାର ଦିଆଯାଇଛି I ମୁମ୍ବାଇ ଠାରେ ଇନଷ୍ଟିଚୁଟ ଅଫ ଡାଇରେକ୍ଟର୍ସ (ଆଇ ଓ ଡ଼ି) ଦ୍ୱାରା ଆୟୋଜିତ ଅନୁଷ୍ଠିତ 14ତମ ଅନ୍ତର୍ଜାତୀୟ ସିଏସଆର ସମ୍ମିଳନୀରେ, କମ୍ପାନୀ ପକ୍ଷରୁ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା କେରଳର ଲୋକାୟୁକ୍ତ ଜଷ୍ଟିସ ସି. ଜୋସେଫ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ I ଏହି ଅବସରରେ ଜିଏମଆର ଗୃପର ପ୍ରତିଷ୍ଠାତା ଶ୍ରୀ ଜି ଏମ ରାଓ, ଆଇଓଡ଼ିର ସଭାପତି ଲେଫ୍ଟନେଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜେ.ଏସ. ଆହଲୁୱାଲିଆ ଏବଂ ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ I
ଏହି ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଶ୍ରୀମତୀ ଶାଲୁ ଜିନ୍ଦଲ ‘ସମ୍ମିଳିତ ବିକାଶ ନିମନ୍ତେ ସିଏସଆର ପାଇଁ ବୋର୍ଡ ରୁମ ରଣନୀତି’ ସମ୍ପର୍କରେ ବକ୍ତବ୍ୟ ରଖିଥଲେ I ନିଜ ଅଭିଭାଷଣରେ ଶ୍ରୀମତୀ ଜିନ୍ଦଲ କେବଳ ଲାଭ (ପ୍ରଫିଟ) ନୁହେଁ, ଜନସାଧାରଣ (ପିପୁଲ) ଏବଂ ପରିବେଶ (ପ୍ଲାନେଟ) ଉପରେ ଗୁରୁତ୍ୱ ଆରୋପ କରିଥିଲେ I ସାମାଜିକ ଦୁର୍ବଳ ଏବଂ ବଞ୍ଚିତ ଲୋକ ମାନଙ୍କୁ ବିକାଶଧାରାରେ ସାମିଲ କରିବା ଉପରେ ସେ ମଧ୍ୟ ଗୁରତ୍ୱ ଦେଇଥିଲେ I ଏହି ପୁରସ୍କାର ନିମନ୍ତେ ସେ ଆଇଓଡ଼ି ତଥା ଜୁରୀ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ I
ଜେଏସପିଏଲ ତାର ସିଏସଆର ଆର୍ମ ଜେଏସପିଏଲ ଫାଉଣ୍ଡେସନ ମାଧ୍ୟମରେ ଓଡିଶା, ଛତିଶଗଡ ଏବଂ ଝାରଖଣ୍ଡର 550 ଗ୍ରାମରେ ସ୍ୱାସ୍ଥ୍ୟ , ଶିକ୍ଷା, ଜୀବନ ଜୀବିକା, କୌଶଳ ବିକାଶ, ଭିତିଭୂମି ନିର୍ମାଣ, ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଆସୁଛି I ମିଳିତ ଜାତିସଙ୍ଘର ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ ଯୋଜନାବଦ୍ଧ ଏହି କାର୍ଯ୍ୟକ୍ରମଦ୍ୱାରା 18 ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି I ସିଏସଆର କାର୍ଯ୍ୟ ନିମନ୍ତେ ଜେଏସପିଏଲ କୁ ନିକଟରେ ଆସୋଚାମ ଦ୍ୱାରା ୱମେନ ଆଚିଭର୍ସ ଆୱାର୍ଡ, ଫିକି ସିଏସଆର ଆୱାର୍ଡ, ଏନଜିଓ ବକ୍ସ ସିଏସଆର ଆୱାର୍ଡ, ଗୋଲଡେନ ପିକକ କାମେଣ୍ଡେସନ ଅନ ସସ୍ତେନବିଲିଟି 2019, ମହାତ୍ମା ଆୱାର୍ଡ ଫର ସୋସିଆଲ ଗୁଡ଼ ଆଦି ବିଭିନ୍ନ ପୁରସ୍କାର ରେ ସମ୍ମାନିତ କରାଯାଇଛି I