ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଫାକଲ୍ଟି ଡେଭଲେପମେଣ୍ଟ ପ୍ରୋଗ୍ରାମ ପାଇଁ ଜିଓ ଇନଷ୍ଟିଚ୍ୟୁଟ ସହିତ ଏଆଇସିଟିଇର ସହଭାଗିତା
ନାଭି ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଫାକଲ୍ଟି ଡେଭଲେପମେଣ୍ଟ ପ୍ରୋଗ୍ରାମ ପାଇଁ ଜିଓ ଇନଷ୍ଟିଚ୍ୟୁଟ ସହିତ ସହଭାଗିତା କରିଛି ଏଆଇସିଟିଇ (ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ) । ଏଆଇସିଟିଇ ସ୍ୱୀକୃତ ଅନୁଷ୍ଠାନ ଗୁଡିକର ଫାକଲ୍ଟି ସଦସ୍ୟଙ୍କ ଦକ୍ଷତା ବିକାଶ ଓ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ଏଆଇସିଟିଇର ଅଟଳ କାର୍ଯ୍ୟକ୍ରମ ଅଧୀନରେ ଏହି ସହଭାଗିତା ହୋଇଛି ।
ଏହାର ବିଶ୍ୱସ୍ତରୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ସାଇନ୍ସ ପ୍ରୋଗ୍ରାମ ପାଇଁ ପ୍ରସିଦ୍ଧ ଜିଓ ଇନଷ୍ଟିଚ୍ୟୁଟରେ ଏହି ୫ ଦିନିଆ ଫାକଲ୍ଟି ଡେଭଲେପମେଣ୍ଟ ପ୍ରୋଗ୍ରାମ ଆୟୋଜିତ ହେବ । ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଟି ଜି ସୀତାରାମ ୨୧ ଅଗଷ୍ଟରେ ଏହି ପ୍ରୋଗ୍ରାମର ଶୁଭାରମ୍ଭ କରିବେ ।
ଶିକ୍ଷା କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତି ଓ ବରିଷ୍ଠ ଫାକଲ୍ଟିମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଜ୍ଞାନ ବଳରେ ସଶକ୍ତ କରିବା ତଥା ଇମରସିଭ ଲର୍ଣ୍ଣିଙ୍ଗ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ବ୍ୟବହାର ସମୟରେ ନୈତିକ ସତର୍କତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଏହି ପ୍ରୋଗ୍ରାମରେ ଫାକଲ୍ଟି ସମେତ ୪୦ ଜଣ ଏଆଇସିଟିଇ ଚୟନିତ ସଦସ୍ୟଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରାଯିବ ।