Odisha news

୫ ଟି ସଚିବ ଙ୍କ କାକଟପୁର ନିର୍ବାଚନ ମଣ୍ଡଳୀ ରେ ବିକାଶର ସମୀକ୍ଷା, କୋଟି କୋଟି ଟଙ୍କା ପ୍ୟାକେଜ ଘୋଷଣା.

0
କାକଟପୁର :-19/08:-ଭରସା ଆଉ ପ୍ରତିବଦ୍ଧତା ର ଚିତ୍ର, ଗୋଟେ ପଟେ ଜନତା ଆଉ ଗୋଟେ ପଟେ ପ୍ରଶାସନ. ଯେବେ ଆଖି ଆଗରେ ଅପେକ୍ଷା ର ଆଶା ଥାଏ ଦୁଆରମୁହଁରେ ଦମ୍ବ ଠିଆ ହୁଏ. କାକଟପୁର ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ ୫ ଟି ସଚିବ ଙ୍କ ମାରାଥନ ସମୀକ୍ଷା ଯେତିକି ପ୍ରେରଣା ଦାୟୀ ରୂପାନ୍ତରଣ ଫର୍ଦ ରେ ଯୋଡି ହେବ କାକଟପୁର ବାସୀଙ୍କ ଉତ୍ସାହ ସେତିକି ଉଲେଖନୀୟ. ଗାଁ ଗହଳି ସରକାରୀ ଗୃହ ପଡିରହିଥିଲେ ବିଡ଼ିଓ ଙ୍କୁ ଜଣାନ୍ତୁ ବୋଲି ସଚିବ କହିଥିଲେ.ଗ୍ରାଉଣ୍ଡ କୁ ଯାଇ ବିକାଶ ମୂଳକ କାର୍ଯ୍ୟସମୀକ୍ଷା କଲେ 5T ସଚିବ. ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ମାନେ ଦରଖାସ୍ତ ଦେଇଛନ୍ତି ସାତ ଦିନ ଭିତରେ ପୂରଣ ହେବ, ପାନୀୟ ଜଳ ସମସ୍ୟା ଯେଉଁଠି ଅଛି ଆଜି ସନ୍ଧ୍ୟା କୁ କାଲି ସକାଳ ସୁଦ୍ଧା ଗାଁ କୁ ଯନ୍ତ୍ରୀ ଯିବେ ଦୁଇ ଦିନ ଭିତରେ ପିଇବା ପାଣିର ସମସ୍ୟା ସମାଧାନ ହେବ, ବାକି ଦରଖାସ୍ତ ସବୁ ଖୁବ ଶୀଘ୍ର ସମାଧାନ ହେବ, ମିଶନ ଶକ୍ତି ଅଧିକ ମା ସାମିଲ ହୋଇଛନ୍ତି, BSKY କାର୍ଡ ଅନେକ ଲୋକ ଉପକୃତ, ଚାଷୀ ମାନଙ୍କ ପାଇଁ ଏକ ଲକ୍ଷ ଯାଏଁ ବିନା ସୁଧରେ ଋଣ, ଫସଲ ବୀମା ରେ ପ୍ରିମିୟମ ରାଜ୍ୟ ସରକାର ବହନ କରିବେ, ପାନ ଚାଷୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି ୫ ଟି ସଚିବ ଭି କେ ପାଣ୍ଡିୟାନ.
କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ବିକାଶ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ୫ ଟି ସଚିବ. କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ମନ୍ଦିର ରୂପାନ୍ତିକରଣ ପାଇଁ DPR ପ୍ରସ୍ତୁତ ହୋଇ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ରୂପାନ୍ତର ହେବ ଏଥି ପାଇଁ ଖର୍ଚ୍ଚ ହେବ 10କୋଟି ଟଙ୍କା,210କୋଟି କୋଣାର୍କ ବିକାଶ ପାଇଁ ଖର୍ଚ୍ଚ ହେବ, ଆନ୍ତରଜାତୀୟ ସ୍ତରର ହେବ ଚନ୍ଦ୍ରଭାଗା, କୋଣାର୍କ ଏଥି ପାଇଁ ମୁଖ୍ୟମନ୍ତ୍ରୀ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି. ପାନୀୟ ଜଳ ପାଇଁ କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକର 50ଟି ଗାଁ, କାକଟପୁର ବ୍ଲକ ର 47ଟି ଗାଁ, ଗୋପ ବ୍ଲକର 50ଟି ଗାଁ ପାଇଁ 235କୋଟି ଟଙ୍କା ଖର୍ଚ୍ଚ ହୋଇ ପାନୀୟ ଜଳ ବ୍ୟବସ୍ଥା କରାଯିବ, ପ୍ରାଚୀ ନଦୀ ଉପରେ ଦୁଇ ଟି, ଦେବୀ ନଦୀ ଓ କାଦୁଅ ନଦୀ ଉପରେ ଗୋଟିଏ ସେତୁ ନିର୍ମାଣ ହେବ, ଅସ୍ତରଙ୍ଗ ଗୋଷ୍ଟି କେନ୍ଦ୍ର ପାଇଁ 12କୋଟି ଟଙ୍କା ଅନୁମୋଦନ କରିଛନ୍ତି, ପ୍ରାଚୀ ନଦୀ ଉର୍ନ୍ନତି କରଣ 15କୋଟି ଖର୍ଚ୍ଚ ହେବ, ନିମାପଡା କାକଟପୁର ଯାଏଁ ବିଦ୍ୟୁତ ପାଇଁ ଆଠ କୋଟି ଖର୍ଚ୍ଚ ହେବ, ଚିଙ୍ଗୁଡା ରୁ ଇତିପୁର ଗୋପ ରାସ୍ତା ଉର୍ନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ 15କୋଟି ଖର୍ଚ୍ଚ ହେବ ବୋଲି 5T ସଚିବ କହିଛନ୍ତି. ଯାହାକି କାକଟପୁର ବିକାଶ ନୂଆ ଫର୍ଦ ଯୋଡି ହେବ. ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ.
Nalco
Leave A Reply