ଲୋକପ୍ରିୟ ଜିଓ ଏୟାରଫାଇବର ସହ ଓଡ଼ିଶାରେ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ସୁଦୃଢ଼ କରିଛି ରିଲାଏନ୍ସ ଜିଓ
– ରାଜ୍ୟରେ ୩.୫୬ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କୁ ସର୍ବାଧୁନିକ ଗୃହ ମନୋରଞ୍ଜନ, ଅସୀମିତ ୱାଇଫାଇ ଓ ନିରବଛିନ୍ନ ହାଇ–ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଉଛି ଜିଓ
ଭୁବନେଶ୍ୱର: ଓଡ଼ିଶାରେ ଜିଓର ଲୋକପ୍ରିୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଏୟାରଫାଇବରର ବଢୁଥିବା ଚାହିଦା ସହିତ ଓୟାରଲାଇନ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥିତିକୁ ସୁଦୃଢ କରିଛି ରିଲାଏନ୍ସ ଜିଓ। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ହୋଇଥିବା ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୪ ସେପ୍ଟେମ୍ବର ମାସରେ ଜିଓ ରାଜ୍ୟରେ ସର୍ବାଧିକ ୧୫୮୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୫୬ ଲକ୍ଷରେ ପହଞ୍ଚିଛି। ଏଥିସହିତ ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବରେ ୩.୫ ଲକ୍ଷରୁ ଅଧିକ ଓୟାରଲାଇନ ଗ୍ରାହକ ହାସଲ କରିଛି । ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ଅସୀମିତ ୱାଇଫାଇ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି। ରାଜ୍ୟର ସମସ୍ତ ଛୋଟ ବଡ ସହର ଓ ନଗର ସହିତ ହଜାର ହଜାର ଗ୍ରାମଗୁଡିକରେ ଭରସାଯୋଗ୍ୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜରିଆରେ ଡିଜିଟାଲ ଲାଇଫଲାଇନ ପାଲଟିଛି ଜିଓ ଏୟାରଫାଇବର। ଜିଓ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବା ମାଧ୍ୟମରେ ଶହ ଶହ ଦୁର୍ଗମ ଗାଁରେ ନିର୍ଭରଯୋଗ୍ୟ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇଛି।
ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ତ୍ୱରାନ୍ୱିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ୱାଇଫାଇ ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି । ସାରା ଓଡ଼ିଶାରେ ଏବେ ୩.୫୬ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଉପଭୋକ୍ତା ରହିଛନ୍ତି।
ସୂଚନାଯୋଗ୍ୟ ଯେ, ଜିଓ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ରହିଆସିଛି । ଓଡିଶା ଟେଲିକମ କ୍ଷେତ୍ରରେ ୪୫ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨ ପ୍ରତିଶତ ରାଜସ୍ବ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ଜିଓର ରାଜ୍ୟରେ ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ରହିଛି। ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ରିଲାଏନ୍ସ ଜିଓ ଏହାର ୪ଜି / ୫ଜି ନେଟୱାର୍କ ସହିତ ଓଡିଶାର ହଜାର ହଜାର ଦୁର୍ଗମ ଗ୍ରାମଗୁଡିକୁ ଡିଜିଟାଲ ସେବା ସହିତ ସଂଯୁକ୍ତ କରିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ପ୍ରୟାସ ମାଧ୍ୟମରେ ଜିଓ ଓଡ଼ିଶାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଏହାର ହାଇ ସ୍ପିଡ୍ ଡାଟା ନେଟୱାର୍କ ସ୍ଥାପନ କାର୍ଯ୍ୟ ଜାରି ରଖିଛି। ଜିଓର ନିର୍ଭରଯୋଗ୍ୟ ଡାଟା ନେଟୱାର୍କ ଅନେକ ଦୁର୍ଗମ ଅଂଚଳର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କର ତ୍ୱରିତ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ପଥ ପରିଷ୍କାର କରିଛି।