ନୂଆଦିଲ୍ଲୀ : ଆଫଗାନିସ୍ତାନ ଜେଲ ରୁ ଗୋଟିଏ ରୋଚକ ଘଟଣା ସାମ୍ନା କୁ ଆସିଛି l ଏଠାକାର ଜେଲର ଙ୍କର ଦିଲ ସେହି ଜେଲ ରେ ବନ୍ଦ ଥିବା ଜଣେ ସୁନ୍ଦରୀ ପାକିସ୍ତାନୀ କଏଦୀ ଙ୍କୁ ଏଭଳି ହୃଦୟ ଦେଇଛନ୍ତି ଯେ ବିବାହ କରିବା ପାଇଁ ପାଗଳ ହୋଇ ଯାଇଛନ୍ତି l ବର୍ତମାନ ଆଫଗାନିସ୍ତାନ ରେ ଏହି ଜେଲର ଙ୍କ ର ଖୁବ ନିନ୍ଦା ହେଉଛି l ଜେଲର ଓ କଏଦୀ ଙ୍କର ୱାନ ସାଇଡେଡ଼ ଲଭ ଷ୍ଟୋରୀ କୌଣସି ଚଳଚିତ୍ର ର ପ୍ରେମ କାହାଣୀ ଠାରୁ କମ ନୁହେଁ l
ପାକିସ୍ତାନ ର ୨୧ ବର୍ଷୀୟା ଝିଅ ଟି ନିଜ ପ୍ରେମିକ ସହିତ ଘରୁ ପଳାଇ ଆସି ଆଫଗାନିସ୍ତାନ ରେ ପହଞ୍ଚିଥିଲା l କାହିଁକି ନ ଆଫଗାନିସ୍ତାନ ରେ ନିକହା ନକରି କାହା ସହିତ ରହିବା ବଡ଼ ଅପରାଧ ଅଟେ l ଉଭୟ ପ୍ରେମିକ ଓ ପ୍ରେମିକ ଙ୍କୁ ଧରି ଜେଲ ରେ ରଖାଗଲା l
ଆଫଗାନିସ୍ତାନ ର ନଙ୍ଗାରହାର ପ୍ରଦେଶ ର ଜେଲ ନିର୍ଦେଶକ ମୂକ୍ତଦା ହାଫିଜ ଯେତେବେଳେ ପ୍ରଦେଶ ର ଜେଲ ନିରୀକ୍ଷଣ କରୁଥିଲେ ସେତେବେଳେ ତାଙ୍କ ନଜର ପାକିସ୍ତାନ ର ଏହି ମହିଳା କଏଦୀ ଙ୍କ ଉପରେ ପଡିଥିଲା l ଏବଂ ସେ ତୁରନ୍ତ ବିବାହ କରିବାର ପ୍ରସ୍ତାବ ରଖିଥିଲେ l କିନ୍ତୁ ମହିଳା କଏଦୀ ଜଣଙ୍କ ମନା କରିଦେଇ ଥିଲେ l
ଏହାପରେ ଜେଲର ମହିଳା କଏଦୀ ର ପ୍ରେମିକ କୁ ଖୋଜି ଅନ୍ୟ ଜେଲ ରୁ ବାହାର କଲା, ଏବଂ ତାକୁ ପିଟିପିଟି ଦରମରା କରିଦେଲା l ଏବଂ କହିଲା ଯେ ତୁ ସେହି ଝିଅକୁ ଛାଡି ପଳାଇ ଯା l ଯୁବକ ଟି ଜୀବନ ଭୟ ରେ ପଳାଇଗଲା l ଏହାପରେ ଜେଲର ଜଣଙ୍କ ପାକିସ୍ତାନୀ ଝିଅ ଟିକୁ କହିଲା ଯେ ତୋ ପ୍ରେମିକ ପଳାଇ ଗଲା, ତତେ ଛାଡି, ତୁ ମତେ ବିବାହ କର l
ଯେତେବେଳେ ଝିଅଟି ମାନିଲାନି, ଜେଲର ତାକୁ ଜବରଦସ୍ତି ବିବାହ କରିଥିଲା ଏବଂ ଗୋଟିଏ ଘର ଭଡା ନେଇ ରଖିଲା l ଯେତେବେଳେ ଲୋକ ଲୋଚନ କୁ ଏହି କଥା ଆସିଲା ଜେଲର କୁ ଚାକିରୀ ରୁ ବରଖାସ୍ତ କରାଗଲା ଏବଂ ଝିଅଟିକୁ ଉଦ୍ଧାର କରାଯାଇ ତାର ପ୍ରେମିକ କୁ ଖୋଜି ଦିଆଗଲା l