ବ୍ୟାସନଗର : ଜିନ୍ଦଲ ଗୃପ୍ର ପ୍ରତିଷ୍ଠାତା ଓ.ପି.ଜିନ୍ଦଲଙ୍କ ୯୦ତମ ଜୟନ୍ତୀ ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ କଳିଙ୍ଗନଗର କାରଖାନା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ସମାରୋହ ଅବସରରେ ଜିନ୍ଦଲ କମ୍ପାନୀର ଚେୟାରମ୍ୟାନ ଶ୍ରୀଯୁକ୍ତ ରତନ ଜିନ୍ଦଲ, ସି.ଓ.ଓ. ଶ୍ରୀଯୁକ୍ତ ଜଗମୋହନ ସୁଦ, କାରଖାନା ମୁଖ୍ୟ ଶ୍ରୀଯୁକ୍ତ ଆର.ଏସ. ବୈଦ୍ୟ, ଆବାସିକ ନିଦେ୍ର୍ଦଶକ ଶ୍ରୀଯୁକ୍ତ ଶଶୀଭୁଷଣ ଉପାଧ୍ୟାୟ, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ରାକେଶ ପାଠକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ କାରଖାନାର ଶହ ଶହ କର୍ମଚାରୀ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି ସାମାଜିକ ଦୁରତା ରକ୍ଷା କରି କାରଖାନା ପରିସରରେ ଥିବା ଓ.ପି.ଜିନ୍ଦଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହି ଉସôବରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ କମ୍ପାନୀର ଚେୟାରମ୍ୟାନ ଶ୍ରୀଯୁକ୍ତ ରତନ ଜିନ୍ଦଲ ଉଦବୋଧନ ଦେଇ କହିଥିଲେ ଯେ ଏହି କରୋନା ମହାମାରୀ କବଳରୁ ବଞ୍ଚିବାକୁ ହେଲେ ନିଜେ ସତର୍କ ରହିବାପାଇଁ ପଡିବ । ଯଦି ଆମେ ସମସ୍ତେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରିବା ତାହେଲେ ଏ ପୃଥିବୀ କରୋନା ମହାମାରୀ କବଳରୁ ମୁକ୍ତି ପାଇବ । ଏହି ଅବସରରେ ଯାଜପୁର ରୋଡ ଠାରେ ଥିବା ଶାନ୍ତି ନିବାସରେ ରହୁଥିବା ବିକଳାଙ୍ଗ ଓ ଅକର୍ମଣ୍ୟମାନଙ୍କୁ ବେଡସିଟ ଓ ମଧ୍ୟାହ୍ନ ଭୋଜନ, କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ, ଦାନଗଦୀ ଠାରେ ଥିବା ଅନାଥାଶ୍ରମର ଅନ୍ତେବାସୀମାନଙ୍କୁ ରାତ୍ରୀ ଭୋଜନ ଓ ବେଡସିଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କାରଖାନାର ମାନବ ସମ୍ବଳ, ପ୍ରଶାସନିକ, ସିଏସଆର ଓ ବାହ୍ୟ ସଂମ୍ପର୍କ ବିଭାଗ ପରିଚାଳନା କରିଥିଲେ ।
