Odisha news

ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଶୋକସଭା

0
ଜୟପୁର:  ଓଡ଼ିଆ ଭାଷା, ସାହିତ୍ୟର ପ୍ରାଜ୍ଞ ପଣ୍ଡିତ, ବିଶିଷ୍ଟ ସମାଲୋଚକ, ଐତିହାସିକ ତଥା ଭାଷା ଆନ୍ଦୋଳନର ସମର୍ପିତ ମୁକ୍ତିଯୋଦ୍ଧା ପ୍ରଫେସର ଡ଼. ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ କୋରାପୁଟ ଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଥିଲା ।
ଶାଖା ସଭାପତି ମଦନମୋହନ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଉପସଭାପତି ହରିହର କରସୁଧା ପଟ୍ଟନାୟକ, ସଂପାଦକ ରାଜେନ୍ଦ୍ର ଗୌଡ଼, ଦୁର୍ଗା ମାଧବ ଶତପଥି, ସଞ୍ଜୀବ ଗୌଡ଼, ମିନ କେତନ ପରିଛା, ମନୋଜ କୁମାର ଗୌଡ଼ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶତପଥୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଜୟପୁର ଯାଦବ ଭବନରେ ଆୟୋଜିତ ଏହି ସଭାରେ ଅନେକ ଭାଷା ପ୍ରେମି ଯୋଗଦେଇ ଶତପଥୀଙ୍କ ବିଭିନ୍ନ ପୁସ୍ତକ ଏବଂ ରଚନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
IEC 2 years
Leave A Reply