Odisha news

ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ।

0

ବୋରିଗୁମ୍ମା( K.sakil Dora) : ବୋରିଗୁମ୍ମା ବ୍ଲକରେ ଦିନ କୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ପହଞ୍ଚୁ ନାହିଁ। ତେଣୁ ଅକାଳରେ ଲୋକ ଙ୍କ ମୃତୁ ହେବା ସହ ଅନେକ ଲୋକ ଦୁର୍ଘଟଣା ରେ ପଙ୍ଗୁ ପାଲଟୁଛନ୍ତି। ବୋରିଗୁମ୍ମା ବ୍ଲକ ବିଜେପି ତରଫରୁ ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ରେ ବିଜେପି ଉଲ୍ଲେଖ କରିଛି ଯେ ଗତ ୦୩.୦୫.୨୦ ତାରିଖରେ ବି ସିଂହପୁର ଥାନା ଅନ୍ତର୍ଗତ ଗୁରୁମାଇଗୁଡା ଠାରେ ବରଯାତ୍ରୀ ଭ୍ୟାନ ଓଲଟି ଥିଲା। ସେହି ଭ୍ୟାନ ରେ ୫୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଥିଲେ। ଦୁର୍ଘଟଣା ପରେ ଆମ୍ବୁଲାନ୍ସ କୁ ତୁରନ୍ତ ଡକାଯାଇଥିଲା। କିନ୍ତୁ ଦୁଇ ଘଣ୍ଟା ପରେ ଆମ୍ବୁଲାନ୍ସ ଆସିଲା।

ଏହା ପୂର୍ବରୁ ପଡୋଶୀ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ରୁ ଆମ୍ବୁଲାନ୍ସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। କୁମୁଲି ମେଡ଼ିକାଲ ରେ ଦୁଇ ମହିଳା ଙ୍କ ମୃତ୍ୟୁ ହୋଇଥିଲା। କୁମୁଲି ଓ ବି ସିଂହପୁର ମେଡ଼ିକାଲ ରେ ଆବଶ୍ୟକୀୟ ଡାକ୍ତର ଓ ଅନ୍ୟ କର୍ମଚାରୀ ଅଭାବ ରୁ ଆହତ ମାନଙ୍କୁ ଜୟପୁର ମେଡ଼ିକାଲ କୁ ନିଆଯାଇଥିଲା। ଏଣୁ ରାଜ୍ୟ ସରକାରଙ୍କ ୫ ଟି ଓ ଅନ୍ୟାନ୍ୟ ଯୋଜନା ଫେଲ ମାରିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ବୋରିଗୁମ୍ମା ବ୍ଲକ କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଦାବୀ କରିଛି ବିଜେପି। ସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଦେବାକୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି। ଏଥିସହ ମୃତକ ଙ୍କ ପରିବାର ଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ବୋରିଗୁମ୍ମା ବିଜେପି ମଣ୍ଡଳ ସଭାପତି ରାଜ ସିଂ, କୁମୁଲି ବିଜେପି ମଣ୍ଡଳ ସଭାପତି ସନ୍ତୋଷ ଷଡ଼ଙ୍ଗୀ, ନିହାର ରଂଜନ ଶତପଥୀ, ବିଘନେଶ୍ୱର ଷଡଙ୍ଗୀ, ତୁଳସିରାମ ପାଣିଗ୍ରାହୀ, ସୁଦର୍ଶନ ପ୍ରଧାନ, ପ୍ରହ୍ଲାଦ ଷଡଙ୍ଗୀ, ତ୍ରିନାଥ ନାୟକ, ପିଣ୍ଟୁ ପଟନାୟକ, ଗୌରୀ ଶଙ୍କର ଦାସ,ଆନନ୍ଦ କୁମାର ପଣ୍ଡା,ପ୍ରଶାନ୍ତ କୁମାର ନାୟକ,ଅସିତ କୁମାର ମହାକୁଡ଼, ଗୌରୀ ଶଙ୍କର ଷଡଙ୍ଗୀପ୍ରମୁଖ ଉପସ୍ଥିତ ଥିଲେ।

Leave A Reply