Odisha news

ଜାପାନର କୋଟିପତି ୮ ଜଣ ଲୋକଙ୍କୁ ଚନ୍ଦ୍ରକୁ ଯିବାପାଇଁ ଆମନ୍ତ୍ରିତ କରିଛନ୍ତି

0

ନୂଆଦିଲ୍ଲୀ : ଜାପାନୀ କୋଟିପି ୟୁସାକୁ ମେଜବା ଏଲୋନ ମସ୍କଙ୍କର ସ୍ପେସ ଏକ୍ସ ଉଡାଇବା ଉପରେ ଚନ୍ଦ୍ରମାର ନିକଟତର ସ୍ଥାନକୁ ଯାତ୍ରା କରିବା ପାଇଁ ୮ଜଣ ସଦସ୍ୟଙ୍କୁ ତାଙ୍କ ସହିତ ସାମିଲ କରିଛନ୍ତି ଓ ଆମନ୍ତ୍ରିତ କରିଛନ୍ତି l

“ମୁଁ ଚାହୁଁଛି ସମସ୍ତ ପ୍ରକାରର ପୃଷ୍ଠଭୁମିର ଲୋକ ଏଥିରେ ସାମିଲ ହୁଅନ୍ତୁ l “ସେ ଟ୍ୱିଟର ମାଧ୍ୟମରେ ଗୋଟିଏ ଭିଡିଓ ଜରିଆରେ ଏହି ସନ୍ଦେଶ ଦେଇଛନ୍ତି l ଆବେଦନ କରିବା ପାଇଁ ଗୋଟିଏ ଲିଙ୍କ ମଧ୍ୟ ଦେଇଛନ୍ତି l

ସେ କହିଛନ୍ତି ଯେ ସମ୍ପୂର୍ଣ ଯାତ୍ରା ପାଇଁ ନିଜେ ସମସ୍ତ ଖର୍ଚ ବହନ କରିବେ ,ସେଥିପାଇଁ ଯେଉଁମାନେ ଏହି ବିମାନକୁ ଆସିବେ ସେମାନେ ବିନା ଦେୟରେ ଉଡି ପାରିବେ l

ପ୍ରିୟ ମୁନ ନାମକ ମିଶନ ୨୦୨୩ ରେ ଉଡିବାକୁ ଅଛି l

ଆବେଦନକାରୀ ମାନଙ୍କୁ ୨ଟି ମାନଦଣ୍ଡ ପୁରା କରିବାର ଆବଶ୍ୟକତା ଅଛି : ସେମାନଙ୍କୁ “କୌଣସି ଗତିବିଧି “କୁ “ଯେମିତି ବି ହେଉ ଅନ୍ୟ ଲୋକମାନଙ୍କୁ ସମାଜରେ ଅଧିକରୁ ଅଧିକ ସାହାଯ୍ୟ କରିବା ପାଇଁ “ଆଗକୁ ଆସିବା ଦରକାର ,ଏବଂ “ଅନ୍ୟ ଚାଳକ ସଦସ୍ୟ ମାନଙ୍କୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଯାହାକି ସମାନ ଆକାଂକ୍ଷାକୁ ବୁଝାଉଥିବା “,ସେ କହିଲେ l

“ମୁଁ ସବୁ ସିଟ ଗୁଡିକ କିଣିଛି ,ସେଥିପାଇଁ ଏହା ଏକ ନିଜସ୍ୱ ଯାତ୍ରା ହେବ “,ସେ କହିଲେ l

ଫେସନ ମୋଗୁଲ ଓ କଳା ସଂଗ୍ରହକାରୀ ଶ୍ରୀ ମେଜବା ପୂର୍ବରୁ କହିଥିଲେ ସେ ଷ୍ଟାରସିପ ରକେଟ ଉପରେ ଯାତ୍ରା କରିବା ପାଇଁ “କଳାକାର ମାନଙ୍କୁ “ଆମନ୍ତ୍ରିତ କରିବାର ଯୋଜନା ପ୍ରସ୍ତୁତ ହୋଇଛି ,କିନ୍ତୁ ସମୟୋଯିତ ପରିଯୋଜନା “ସାରା ଦୁନିଆର ଲୋକମାନଙ୍କୁ ଏହି ଯାତ୍ରାରେ ସାମିଲ ହେବାର ମୌକା ଦେବ l

“ଯଦି ଆପଣ ନିଜକୁ ଗୋଟିଏ କଳାକାର ଭାବରେ ଦେଖୁଛନ୍ତି ,କି ଆପଣ ଗୋଟିଏ କଳାକାର ଅଟନ୍ତି “ସେ କହିଛନ୍ତି l

କୋଟିପତି ଯିଏ ଚନ୍ଦ୍ରମାଙ୍କୁ ଯାତ୍ରା କରିବାକୁ ଚାହୁଁଛନ୍ତି –
ଗତ ବର୍ଷ ସେ “ମିଶ୍ରିତ ଭାବନା କାରଣରୁ ରଦ୍ଧ କରିବା “ପୂର୍ବରୁ ,ଯାତ୍ରାରେ ସାମିଲ ହେବାପାଇଁ ଗୋଟିଏ ନୂଆ ପ୍ରେମିକା ପାଇଁ ଏକ ବୃତ୍ତଚିତ୍ର ଖୋଜ ମଧ୍ୟ ଆରମ୍ଭ କରିଛନ୍ତି l

୨୦୧୮ ରେ ,ଏଲନ ମସ୍କଙ୍କର ସ୍ୱମୀତ୍ୱ କମ୍ପାନୀ ସ୍ପେସଏକ୍ସ ଦ୍ୱାରା ଚନ୍ଦ୍ରମାଙ୍କ ଚାରି ପାଖରେ ଉଡିବାକୁ ଥିବା ଶ୍ରୀ ମେଜବାଙ୍କୁ ପୂର୍ବରୁ ନିଜର ଯାତ୍ରୀ ଭାବରେ ନାମିତ କରାଯାଇଥିଲା l
ଶ୍ରୀ ମେଜବା ଅନ୍ତରୀକ୍ଷ ପାଇଁ ନିଜର ଟିକଟ ପାଇଁ ଦେୟ ଦେବାକୁ ସହମତି ବ୍ୟକ୍ତ କରିଛନ୍ତି ,କିନ୍ତୁ ଶ୍ରୀ ମସ୍କ ଅନୁସାରେ ଏହା “ବହୁତ ଅଧିକ ପଇସା “ଥିଲା l
୨୦୨୩ ପାଇଁ ଯୋଜନା ପ୍ରସ୍ତୁତ କଲେ ,ମିଶନ ୧୯୭୨ ପରେ ମନୁଷ୍ୟ ମାନଙ୍କ ଦ୍ୱାରା ପ୍ରଥମ ଚନ୍ଦ୍ର ଯାତ୍ରା ହେବ l

Nalco
Leave A Reply