Odisha news

ରାସ୍ତା କଡ଼ରୁ କ୍ରାସ ବାରିୟର ଚୋରୀ ଉଦ୍ୟମ

0
ଜମନକିରା,୨୯/୧୦ ଭୋଜପୁର ଠୁ ଜମନକିରା ରାସ୍ତା ମଧ୍ୟରେ ଆର ଆଣ୍ଡ ବି ସଂସ୍ଥା ପକ୍ଷରୁ ୧ ବର୍ଷ ତଳେ ଅନେକ ସ୍ଥାନରେ ଲୁହାର ବାରିକେଟ ଲଗାଯାଇଥିଲା କିନ୍ତୁ ସେ ସମୟରେ ସଂସ୍ଥା ପକ୍ଷରୁ ଖାମଖିଆଲି ମୋନୋଭାବ ନେଇ କାର୍ଯ୍ୟ କରଯାଇଥିବା ବେଳେ ଏବେ ଅନେକ ସ୍ଥାନରେ ଲୁହା ବାରିକେଟ୍ ଗୁଡିକ ଚୋରୀ ହେଇ ଯାଉଥିବା ଅଭିଯୋଗ ହେଉଛି। ଲୁହା ବାରିକେଟ ରେ ଠିକ ଭାବରେ ନଟ କସା ଯାଇନଥିବାରୁ କେତେକ ସ୍ଥାନର ବାରିକେଟ ଚୋରୀ ହେଉଥିବା ବେଳେ କେତେକ ସ୍ଥାନରେ ବରିକେଟ ଗୁଡିକ ପଡ଼ି ରାସ୍ତାକୁ ଚାଲିଆସିଛି। ଯାହା ଫଲର ଲୋକେ ଏହାର ଫାଇଦା ଉଠାଇ ଲୁହା ଚୋରୀ ପାଇଁ ଉଦ୍ୟମ କରୁଛନ୍ତି। ଅନେକ ସମୟରେ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ତଥା ଯାନ ବାହନ ଗୁଡିକ ଲମି ଆସିଥିବା ଲୁହା ବରିକେଟ ରେ ବାଡେଇ ହୋଇ ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଉଛି। ତୁରନ୍ତ ଆର ଆଣ୍ଡ ବି ସଂସ୍ଥା ତୁରନ୍ତ ଠିକ ଭାବରେ ବରିକେଟ ଗୁଡିକ ଲଗାଇବା ପାଇଁ ସାଧାରଣରେ ଦାବୀ ହେଉଛି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନବୀନ ବାଗେଙ୍କୁ ଯୋଗାଯୋଗ କରି ପଚାରିବାରୁ ଥାନାରେ ଏତଲା ଦାୟର କରାଯିବ ବୋଲି କହିଥିଲେ।
Nalco
Leave A Reply