ଜମନକିରା : ଜମନକିରା ଥାନା ବଡ଼ମାଳ ପଂଚାୟତ ଅନ୍ତର୍ଗତ ସୁଦବଳଣ୍ଡା ଗାଁ ରାଉତପଡାର ଯୁବକ ବିଜୟ ବାଡିଙ୍ଗ (୩୫) ଆଜି ଅପରାହ୍ନ ୩ ଟା ସମୟରେ ଗଛରେ ଚଢ଼ ଆମ୍ବ ତୋଲୁଥିବା ବେଳେ ଅଂଶୁଘାତ ଯୋଗୁଁ ତଳେ ଖସି ପଡ଼ି ମୃତ୍ୟୁ ଘଟିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି।
ସୂଚନା ଯୋଗ୍ୟ ଯେ, ବିଜୟ ଆଜି ଅପରାହ୍ନ ୩ଟା ବେଲେ ଆମ୍ବ ତୋଳିବା ପାଇଁ ନିଜ ଘର ପାଖରେ ଥିବା ଆମ୍ବ ଗଛକୁ ଚଢିଥିଲେ ହେଲେ ଆମ୍ବ ତୋଳି ଗଛରୁ ଓହଳାଇବା ସମୟରେ ଆମ୍ବ ଝୁଲର ବୋଝ ସହ ପ୍ରଚଣ୍ଡ ଖରାରେ ଅଂଶୁଘାତ ହେବା ଯୋଗୁଁ ସେ ଗଛରୁ ପଡି ଯାଇ ମୃତ୍ୟୁ ବରଣ କରି ଥାଇପାରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ସନ୍ଧେହ ହେଉଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଜୟଙ୍କ ଘରେ ବୁଢ଼ୀ ମା ଓ ଦି ଭାଇ ଅଛନ୍ତି ହେଲେ ସେ ଏବେ ଅଲଗା ରହୁଥିବା ବେଳେ ବିଜୟ ଏକା ରହୁଥିବା ଜଣାପଡିଛି। ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନଥିବା ଲୋକେ କହିଛନ୍ତି।
ଏ ସଂକ୍ରାନ୍ତରେ ଥାନା ଆଆଇସି ପ୍ରେମଜୀତ ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ସ୍ଥଳକୁ ଅଧିକାରୀ ପଠେଇଛନ୍ତି, ବ୍ୟବଚ୍ଛେଦ ହେଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଥିଲେ।
