ଜମନକିରା,୧୭/୧: ଜମନକିରା ଥାନା ଭୋଜପୁର ରାସ୍ତା ତୁଲୁବ ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୬ଟା ସମୟରେ ଏକ ଘରୋଇ ବସ ସହ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବିଶାଳପାଲି ଗ୍ରାମର ଯୋଗେଶ ସିଂ (୨୬) ମୃତ୍ରୁ ବରଣ କରିଛି।
ସୂଚନା ଅନୁଯାୟୀ, ଯୋଗେଶ ଏକ ଶୁଦ୍ଧି ଘର ପାଇଁ ବଡ଼ମାଳ ଗାଁରୁ ବାଇକ ଯୋଗେ ଫେରୁଥିବା ବେଳେ ରୁଲୁବ ଘାଟିରେ ନିୟନ୍ତ୍ରଣ ହରାଇ ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଯୋଗେଶ ହେଲମେଟ ପିନ୍ଧି ଥିବା ସତ୍ତ୍ବେ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଯୋଗେଶ କୁ ଉଦ୍ଧାର କରିବା ସହ କୁଚିଣ୍ଡା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ତେବେ ଡାକ୍ତର ଖାନା ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ବସ କୁ ଥାନାରେ ଆଣି ରଖାଯାଇଛି।
