ଜମନକିରା,୧୬/୧: ଜମନକିରା ଥାନା ରାଜରାସ୍ତା ୫୩ ପିଠାମାରେନ ପୋଲ ମଝିରେ ଗତକାଲି ରାତ୍ର ୧୨ଟା ସମୟରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୀର୍ଘ ୧୨ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଜାମ ଯୋଗୁଁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା। ବସରେ ଆସିଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ପୋଲିସ ଓ ଅଗ୍ନିଶ୍ରମ୍ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି କ୍ରେନ୍ ସାହାଯ୍ୟରେ ଟ୍ରକକୁ ବାହାର କରିଥିଲେ। ଆଜି ଅପରାହ୍ନ ସାଢେ଼ ୧୨ଟା ସମୟରେ ଯାତାୟାତ ସ୍ଵାଭାବିକ ହୋଇଥିଲା। ତେବେ ପୋଲ ଉପରେ ବଡ ବଡ ଗାତ ହୋଇଥିବାରୁ ଟ୍ରକ ଟି ଦୁର୍ଘଟଣା ହୋଇଥିଲା। ଏନ୍ ଏଚ୍ ଏ ଆଇ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ଏହି ରାସ୍ତା ଓ ପୋଲରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ତେବେ କର୍ତ୍ତୃପକ୍ଷ ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି।
