Odisha news

8 ଦିନ ପରେ ପାରାଦୀପ୍ ଫେରିଲେ 13 ନିଖୋଜ ମସ୍ଥ୍ୟଜୀବି

0

ପାରାଦୀପ୍ – ଦୀର୍ଘ 8 ଦିନ ପରେ ସମୁଦ୍ର ମଧ୍ୟରେ  ନିଖୋଜ ଥିବା 13 ମତ୍ସ୍ୟଜୀବୀ ଫେରିଛନ୍ତି ପାରାଦୀପ୍ | ଗତ 8 ତାରିଖ ରୁ  ପାରାଦୀପ୍ ମାଛଧରା ବନ୍ଦର ରୁ ଦେବୀଲକ୍ଷ୍ମି ଓ କିନ୍ନରା  ବୋଟ୍ ଦୂର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ତାଙ୍କର ଖୋଜ୍ ଖବର୍ ମିଳୁନିଲା ଓ ତାଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ପକ୍ଷ୍ୟରୁ ଖୋଜାଖୋଜି କରାଯାଉଥିଲା  | ଆଜି ସେମାନଙ୍କୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡା ଟେଲିଫୋନ୍ ରେ ଯୋଗାଯୋଗ କରିବା ପରେ ସେମାନେ ସୁରକ୍ଷିତ ଅବସ୍ତାରେ ଫେରିଥିଲେ | ସେ ଦୁଇ ବୋଟ୍ ସହ ଗତ 10 ତାରିଖ ରୁ କୌଣଷି ଯୋଗାଯୋଗ ହୋଇପାରୁନିଲା  ବେଳେ ଭାରତୀୟ ତଟରକ୍ଷୀ ବାହିନୀର ର ସହାୟତା ମଗାଯାଇଥିଲା ଓ ତଟରକ୍ଷୀ ବାହିନୀ ଖୋଜାଖୋଜି କରିଥିଲା | ଆଜି ସେମାନେ ସୁରକ୍ଷିତ ଅବସ୍ତାରେ ପାରାଦୀପ୍ ମାଛ ଧରା ଜେଟୀ ରେ ପହଁଞ୍ଚିବା ପରେ ସେମାନଙ୍କୁ ମେରାଇନ ଅଧିକ ପଚରାଉଚରା ଚଳାଇଛି  | ଏକ ଜାହାଜ ର କରେଣ୍ଟ ସର୍ଭେ କାର୍ଯ୍ୟରେ ସେମାନେ ବଙ୍ଗଳାଦେଶ ସୀମା ପାଖାପାଖି ଯାଇଥିଲେ ବୋଲି କହୁଥିବା ବେଳେ ସେଠାରେ ସମ୍ପୃକ୍ତ ଜାହାଜ୍ କିମ୍ବା କାହା ସହ ଯୋଗାଯୋଗ ନ ହୋଇ ପାରିବାରୁ ସେମାନେ ସେହିଠାରେ 4 ଦିନ ସେହିଭଳି ସ୍ଥିର ଅବସ୍ତାରେ ଥିବା ଓ ଗତକାଲି ତଟରକ୍ଷୀ ବାହିନୀ ର ଜାହାଜ୍ ଓ ଏୟାରକ୍ରାଫ୍ଟ ସେମାନଙ୍କୁ ସୂଚନା ଦେବା ପରେ ସେମାନେ ପାରାଦୀପ୍ ଫେରିଲେ   ପ୍ରକାଶ କରିଛନ୍ତି  |

Nalco
Leave A Reply