ଜମନକିରା,୨୩/୧୧: ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡରମା ରେଞ୍ଜ ଡିମିରୀମୁଣ୍ଡା ଗନ୍ତାବ ରାସ୍ତାରେ ଗତକାଲି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ୪୦୭ ପିକଅପ ( ଓଡ଼ି ୨୮ ୦୮୧୧)ଟ୍ରକ ରେ ୩୦ ଗୋଟି (୩୫.୮୮ ସି ଏଫ୍ ଟି)ଶାଳ ଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ଗାଡ଼ି ଏବଂ ଗଣ୍ଡି ଗୁଡ଼ିକ ଜବତ କରି ବଡାରମା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି। ତେବେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ନେଇ ବନ ବିଭାଗ ପ୍ରକାଶ କରିଛି।
ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ଼ ୧୨ଟା ସମୟ ପାଖାପାଖି ବଡ଼ରମା ରେଞ୍ଜ ଅଧିକାରୀ ସୁବାସ ନାୟକ କୌଣସି ବିଶେଷ ସୂତ୍ରରୁ ଖବର ପାଇ ସଦଳ ବଳ ଗନ୍ତାବ ରାସ୍ତାରେ ଛକି ବସି ଥିଲେ। ଠିକ ରାତି ପ୍ରାୟ ସାଢେ଼ ୧୨ଟା ସମୟରେ ଏକ ୪୦୭ ଟ୍ରକ୍ ଆସୁଥିବା ଦେଖିଥିଲେ। ତେବେ ଅଭିଯୁକ୍ତ ମାନେ ଏହା ଜାଣି ପାରି ବିଭାଗ ଅଧିକାରୀ ଜଗିଥିବା କିଛି ରାସ୍ତା ପୂର୍ବରୁ ଗାଡ଼ି ଠିଆ କରି ଜଙ୍ଗଲ ଭିତରକୁ ଫେରାର ମାରିଥିଲେ। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି। ଚଢ଼ାଉରେ ରେଞ୍ଜର ଙ୍କ ସମେତ ଫରେଷ୍ଟର ରଞ୍ଜନ କୁମାର ଜିତ, ଫରେଷ୍ଟ ଗାର୍ଡ ଖିରୋଡିନୀ ରଣା, ସତ୍ୟବାନ୍ ମାଝୀ, ଅଜିତାଭ ପଟେଲ, ଭେଙ୍କଟେଶ୍ୱର ପିଙ୍ଗ ପ୍ରମୁଖ ସାମିଲ ଥିଲେ।
