Odisha news

ବୁଢାକେନ୍ଦୁଆ ନିୟୁଲକ୍ଷ୍ମୀ ଷ୍ଟିଲ ଆଣ୍ଡ ପାୱାର ସ୍ପଞ୍ଚ୍ ଆଇରନ କାରଖାନାରେ ପୁଣି ଦୁର୍ଘଟଣା : ଆଉଜଣେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ,ଶବ ଗାୟବ

0

ଚଣ୍ଡିଖୋଲ,୨୩/୧୧ :  ଯାଜପୁର ଜିଲ୍ଲାର ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତର ବୁଢା ଢାକେନ୍ଦୁଆ ସ୍ଥିତ ନିୟୁଲକ୍ଷ୍ମୀ ଷ୍ଟିଲ ଆଣ୍ଡ ପାୱାର ସ୍ପଞ୍ଚ୍ ଆଇରନ କାରଖାନାରେ ପୁଣି ଦୁର୍ଘଟଣା ଘଟି ଆଉ ଜଣେ କାର୍ଯ୍ୟରତ ଶ୍ରମିକର ଶୋଚନୀୟ ମୃତ୍ଯୁ ଘଟିଛି! ମୃତ୍ଯୁବରଣ କରିଥିବା ଶ୍ରମିକଙ୍କର ଘର ସୁନ୍ଦରଗଡ ଜିଲ୍ଲା ପାନପୋଷ ଅଞ୍ଚଳରେ ବୋଲି ଜଣାପଡିଛି! ଏହି ଘଟଣା ସୋମବାର ସକାଳୁ ଘଟିଥିବା ଜଣାପଡିଛି!ଏହି ଶ୍ରମିକ ଜଣକ ଅନ୍ୟମାନଙ୍କ ସହିତ କାରଖାନାରେ କରୁଥିବା ବେଳେ ହଠାତ ବିଦ୍ୟୁତ ଆଘାତରେ ତଳକୁ ଖସି ପଡିଥିଲେ! ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ଗୁରୁତର ଆହତ ଦର୍ଶାଇ କାରଖାନା କତ୍ତୃପଖ୍ୟ ଶବ ଗାୟବ ଯୋଜନାକରି ତାଙ୍କୁ କଟକନେଇ ପଳାଇଥିଲେ! ନିକଟରେ ଡାକ୍ତରଖାନା ଥିଲେ ମଧ୍ୟ ସେଠାକୁ ଶ୍ରମିକଙ୍କୁ ନିଆ ନଯାଇ ୫୦ କିମି ଦୂର କଟକ ନେଇଯିବା ଘଟଣାକୁ ଉପସ୍ଥିତ ଶ୍ରମିକ ବିରୋଧ କରିଥିଲେବି ସେମାନଙ୍କ କଥା କାରଖାନା କତ୍ତୃପଖ୍ୟ ସୁଣିନଥିଲେ!

ପରେ ମୃତ ଶ୍ରମିକଙ୍କ ଶବ ମଧ୍ୟ ଏଠାକୁ ନ ଆଣି ତାକୁ ଗାୟବ କରାଯାଇଥିବା ଜଣା ପଡିଛି! ଦୁର୍ଘଟଣା ଘଟିବାର ଇତିମଧ୍ୟରେ ୩୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି!ଏପରିକି ଫ୍ୟାକଟ୍ରି ଆଣ୍ଡ ବଏଲର ବିଭାଗ ମଧ୍ୟ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିନଥିବା ଜଣାପଡିଛି!ଗତ ଜୁଲାଇ ମାସ ୩୧ ତାରିଖରେ ମଧ୍ୟ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଶ୍ରମିକ ଉକ୍ତ କାରଖାନାର ବଏଲରରେ କାକରୁଥିବା ବେଳେ ତରଳଧାତବ ପଦାର୍ଥ ଦ୍ୱାରା ଜଳିଯାଇଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା!

ସେତେବେଳେ ମଧ୍ୟ କମ୍ପାନୀ କତ୍ତୃପଖ୍ୟ ସେହି ଶ୍ରମିକଙ୍କ ମୃତଦେହକୁ ଅଗତ୍ୟା କଟକ ନେଇଯାଇ ଗାୟବ କରିଦେଇଥିଲେ! ସେତେବେଳେ କାରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲେବି ତାଙ୍କୁ ଏତଲା ମିଳିନଥିବା କହି ସ୍ଥାନୀୟ ବୈରୀ ଥାନା ପୋଲିସ ଘଟଣାକୁ ଚପାଇ ଦେଇଥିଲେ! କେତେକ ଦଲାଲ ଓ ଠିକାଦାରଙ୍କ ମାଧ୍ୟମରେ ଏହି କାରଖାନାକୁ ଶ୍ରମିକ ଯୋଗାଣ ହେଉଥିବାରୁ କାରଖାନା କତ୍ତୃପଖ୍ୟ ସପୃକ୍ତ ଶ୍ରମିକ ଯୋଗାଣକାରୀ ଠିକାଦାର ସହ ସଲା ସୁତୁରାକରି ବାରମ୍ବାର ମୃତ ଶ୍ରମିକଙ୍କ ଶବ ଗାୟବ କରୁଥିବା ଓ ଏ ସମ୍ପର୍କରେ ସବୁକଥା ଯାଣି ମଧ୍ୟ ପୋଲିସ ଚୁପହୋଇ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି! ଶ୍ରମିକମାନେ କରୁଥିବା ଏହି ସବୁକାମ ଅତ୍ୟନ୍ତ ବିପଦଜନକ ହୋଇଥିଲେ ମଧ୍ୟ କାରଖାନା ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ କୌଣସି ଶୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡିଛି!

ଏଥିନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ଜିଲ୍ଲା ଫ୍ୟାକଟ୍ରି ଆଣ୍ଡ ବଏଲର ଅଧିକାରୀ କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନ ହେଉଛି! ଏତେସବୁ ଘଟଣା ଘଟିବାପରେ ମଧ୍ୟ ବୈରୀ ଥାନାରେ ଅଦ୍ୟାବଧି କୌଣସି କେଶ ପଞ୍ଜିକୃତ ହୋଇନାହିଁ! ଏ ସମ୍ପର୍କରେ ବୈରୀ ଥାନା ଅଧିକାରୀଙ୍କୁ ପଚାରିବାରେ ଅଦ୍ୟାବଧି କେହି ଏଥିନେଇ ଅଭିଯୋଗ କରିନଥିବା କହିଛନ୍ତି! ଏପରିକି ଏହି କାରଖାନା ବିନା ପରିବେଶିକ ମଞ୍ଜୁରୀ ଓ ଉପଯୁକ୍ତ କାଗଜ ନଥାଇ ଚାଲୁଥିବା ଦୀର୍ଘ ଦିନହେବ ଅଭିଯୋଗ ହୋଇ ଆସୁଛି!ଏପରି ସଙ୍ଘାତିକ ଅଭିଯୋଗ ପରେ ବି ସପୃକ୍ତ କାରଖାନା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ପ୍ରଶାସନର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି!କାରଖାନାରେ ଚାଲିଥିବା ବେଆଇନ କାର୍ଯ୍ୟ ଓ ବାରମ୍ବାର ଶ୍ରମିକଙ୍କ ମୃତ୍ୟୁ ଘଟଣାର ବିଦ୍ଧିବଦ୍ଧ ତଦନ୍ତ କରାଯିବା,ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ କାରଖାନାରେ ଉପଯୁକ୍ତ ଶୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବାକୁ ଦାବି ହୋଇଛି

Nalco
Leave A Reply