Odisha news

ଅବକାରୀ ଚଢ଼ାଉରେ: ବିପୁଳ ମଦ ଜବତ,୩ ଗିରଫ

ଜଳେଶ୍ୱର- ଜିଲ୍ଲା ଅବକାରୀ ଅଧୀକ୍ଷକ ସେଖ୍ ଆସଫ୍ ଅଲ୍ଲୀଙ୍କ ନିଦେ୍ର୍ଦଶକ୍ରମେ ଜଳେଶ୍ୱର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୫ ଜଣିଆ ଟିମ୍ ଜଳେଶ୍ୱର ଓ ରାଇବଣିଆ ଥାନାଂଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରି ୧୪୬ ଲିଟର ଦେଶୀରନ୍ଧା ମଦ ଜବତ୍ କରିଛନ୍ତି । ଏଥିସହିତ ୩ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଂଚୁଘଣ୍ଟା ଗ୍ରାମର ବିଜୟ ରଣା,ଲକ୍ଷ୍ମଣନାଥ ଗ୍ରାମର ବନମାଳି ସିଂ ଓ ଶ୍ରୀକଣ୍ଠପୁର ଗ୍ରାମର ଭଗବାନ ସୋରେନ ।

ଏମାନଙ୍କ ବିରୁଦ୍ଧରେ ୩ ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗର କନ୍ଷ୍ଟେବଳ ରାମଚନ୍ଦ୍ର ମହାନ୍ତି,ବାବାଜୀ ପଣ୍ଡିତ,ରାଜୀବ ଭଂଜ ଓ ପିଙ୍କି ମାରାଣ୍ଡୀ ପ୍ରମୁଖ ସାମିଲ ଥିଲେ ।ଏଠାରେ ପ୍ରକାଶଥାଉକି, ସଟ୍ଡାଉନ୍ ଓ ଲକ୍ଡାଉନ୍ ସମୟରେ ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ଓ ଖୋଲା ମଦ ଦୋକାନ ଏପରିକି ବାର୍ ମଧ୍ୟ ବନ୍ଦ ରହିବା କଥା । କିନ୍ତୁ, ସହରର ଶାସନବାର୍ଡ଼ ସ୍ଥିତ ଏକ ବାର୍ ନାଁ କୁ ମାତ୍ର ସାମ୍ନା ପଟ ବନ୍ଦ ରଖି ପଛ ପଟେ ମଦ ବିକ୍ରୟ କରୁଥିବା ନଜରକୁ ଆସିଛି । ଉକ୍ତ ବାର୍ ବିରୁଦ୍ଧରେ ଅବକାରୀ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହୋଇଛି ।

IEC 2 years

Comments are closed.