Odisha news

କାଜୁ ବଗିଚା ରୁ ଉଦ୍ଧାର ଆହତ ହରିଣ ମୃତ

ଠାକୁରମୁଣ୍ଡା ତା ୧୮/୦୫ କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଜାମୁନାଳିଆ ଗ୍ରାମରେ ଥିବା ଏକ କାଜୁ ବଗିଚା ବାଡ଼ ରେ ଲାଗି ରହିଥିବା ଏକ ହରିଣ କୁ ମଙ୍ଗଳବାର ସକାଳେ ବନ ବିଭାଗ ଆହତ ଅବସ୍ଥାରେ ଉଦ୍ଧାର କରିଛି। ପଶୁ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରିବା ପରେ ହରିଣ ର ମୃତ୍ୟୁ ହୋଇଯାଇଛି। ମହୁଲଡିହା ଫୋରେଷ୍ଟ ବିଟ ଅନ୍ତର୍ଗତ ଜମୁନାଳିଆ ଗ୍ରାମରେ ଜୈନେକ ବ୍ୟକ୍ତି ଲଗାଇଥିବା କଜୁ ଗଛ ର ଏକ ବଗିଚା କୁ ପ୍ଲାଷ୍ଟିକ ଦୌଡ଼ି ର ଜାଲ ରେ ବାଡ଼ କରି ଘେରାଉ କରି ଥିଲେ।କେତେ ବେଳେ ଜଙ୍ଗଲ ରୁ ଏକ ହରିଣ  ଚାଲିଆସି ଏହି ଜାଲରେ ଗୋଡ଼ାଇ ହୋଈ ଯାଇଥିଲା।ସକାଳେ ହରିଣ ଟି ଜାଲରେ ପଡିଯାଇଥିବା ର ଦେଖି ଗ୍ରାମବାସୀ ମାନେ ବନବିଭାଗ କୁ ଖବର ଦେଇଥିଲେ।ଖବର ପାଇ ସାତକୋଶିଆ ରେଞ୍ଜ ଅଧିକାରୀ ପିତାମ୍ବର ସେଠୀ,ଫୋରେଷ୍ଟର ବିଶ୍ୱଜିତ ମହାନ୍ତ, ଫୋରେଷ୍ଟ ଗାର୍ଡ ସନାତନ ମହାନ୍ତ ଓ ଟିପିଏଫ କର୍ମୀ ମାନେ ପହଞ୍ଚି ହରିଣକୁ ଉଦ୍ଧାର କରି ଠାକୁରମୁଣ୍ଡା ପଶୁ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରି ଥିଲେ।କିନ୍ତୁ ଚିକିତ୍ସା କରିବା ର କିଛି ସମୟ ପରେ ହରିଣ ର ମୃତ୍ୟୁ ହୋଇଯାଇଥିଲା ।ପରେ ମୃତ ହରିଣ ର ଶବ ବ୍ୟବଚ୍ଛେଦ କରି ବନବିଭାଗ ହରିଣ କୁ ପୋତି ଦେଇଛି।
Nalco

Comments are closed.