ଜଳେଶ୍ୱର-ଜଳେଶ୍ୱର ର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍ ସଦଳବଳେ ପୁଲିସ ଫୋର୍ସ ସହାୟତାରେ ଗତକାଲି ରାତିରେ ୬୦ ନଂ. ଜାତୀୟ ରାଜପଥ,ଜଳେଶ୍ୱର ସହରର ଓଟି ରୋଡ଼, ୫୭ ନଂ.ରାଜ୍ୟ ରାଜପଥର ଆମ୍ବିଳିଅଠା ଛକ ଓ ନାମ୍ପୋ ଠାରେ କଡ଼ାକଡ଼ି ଯାଂଚ କରି ୩ ଟି ଚୋରା ବାଲି ଓ ଗୋଟିଏ ମେଟାଲ ବୋଝେଇ ଡମ୍ପରକୁ ଜବତ୍ କରିଛନ୍ତି । ଜବତ୍ ଡମ୍ପର ଗୁଡ଼ିକର ନମ୍ବର ହେଲା ଓଆର୦୧ୟୁ-୨୧୦୪, ଡବ୍ଲୁ୍ୟବି ୩୩ଡି-୧୯୨୫,ଓଡି୦୧ଟି୫୯୮୫ ଏବଂ ଓଡି୦୧ଜେ-୬୨୨୬ ।
ଜବତ୍ ହୋଇଥିବା ଗାଡ଼ି ଗୁଡ଼ିକରୁ ଅଦ୍ୟାବଧି ଜରିମାନା ଆଦାୟ ହୋଇନଥିବା ଜଣାପଡ଼ିଛି । ସଟ୍ଡାଉନ୍ ଓ ଲକ୍ଡାଉନ୍ ସମୟରେ ଚୋରା ବାଲି ,ମେଟାଲ,ଚିପ୍ସ,ମାଟି,ମୋରମ ଇତ୍ୟାଦିର ବେଆଇନ୍ ଚାଲାଣ ବୃଦ୍ଧି ପାଇଥିବାର ଦେଖାଦେଇଛି । ବିଶେଷକରି କ୍ଷମତାଠାରୁ ଅଧିକ ପରିମାଣର ବାଲି ଓ ଅନ୍ୟ ଲଘୁଖଣିଜ ଦ୍ରବ୍ୟ ବେଆଇନ୍ ଭାବେ ବୋଝେଇ କରି ଚାଲାଣ ହେବାଫଳରେ ଧନଜୀବନ ପ୍ରତି ବିପଦ ଦେଖାଦେଇଛି ।
ଏପରିକି ୬୦ ନଂ. ଜାତୀୟ ରାଜପଥ ନିର୍ମାଣ ପରେ ଜଳେଶ୍ୱର ସହର ମଧ୍ୟଦେଇ ଭାରି ଯାନବାହନ ଚଳାଚଳ ନିଷିଦ୍ଧ ଥିବା ବେଳେ କେମିତି ଓଭରଲୋଡିଂ ଗାଡ଼ି ଗୁଡ଼ିକ ସହର ମଧ୍ୟଦେଇ ଯିବା ଆସିବା କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ସଡ଼କ ଓ ପରିବହନ ବିଭାଗ,ପ୍ରଶାସନ ଓ ପୁଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Comments are closed.