ଜଳେଶ୍ୱର : ଜଳେଶ୍ୱରର ଦିଗମ୍ବରୀଦେବୀ ଶିକ୍ଷାନୁଷ୍ଠାନ ସମୂହ ଓ ଶିକ୍ଷକ-ଶ୍ରମିକ -କର୍ମଚାରୀ ସମନ୍ୱୟ ସମିତିର ମିଳିତ ଆନୁକୂଲ୍ୟରେ ବିଶିଷ୍ଠ ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକବାଦୀ ପ୍ରଫେସର ଜୟନ୍ତ କୁମାର ଦାସଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ୱରେ ଓଷ୍ଟାର ଜିଲ୍ଲା ସଂପାଦକ ମନୋରଂଜନ ଦାସ, ଓଷ୍ଟାର ପୂର୍ବତନ ରାଜ୍ୟ ଯୁଗ୍ମ ସଂପାଦକ ଅକ୍ଷୟ କୁମାର ମିଶ୍ର, ବିଶିଷ୍ଟ ସାମ୍ୟବାଦୀ ନେତା ଶିଶିର କୁମାର ହୁଇ, ଦୀପ୍ତିମାନ ଆଚାର୍ଯ୍ୟ, ଅଧ୍ୟାପକ ଦୁର୍ଗେଶ କୁମାର ନାୟକ, ସୁଶାନ୍ତ ଦାସ, ଅକ୍ଷୟ କୁମାର ଜେନା, ଜିତାଂଶୁ ଶେଖର ନନ୍ଦୀ, ସୀତାଂଶୁ ସେଖର ସେନାପତି, ରଂଜନ କୁମାର ଦେ, ଡ. ଅଜିତ୍ କୁମାର ମହାନ୍ତି, ଅଂଶୁମାନ ମହାନ୍ତି, ସୁକୁମାର ରଣା, ଡା, ଶ୍ରୀକୁମାର, ମଧୁଛନ୍ଦା ମହାନ୍ତି, ଅମିତା ଜେନା ପ୍ରମୁଖ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଶେଷରେ ୧ ମିନିଟ୍ ନିରବ ପ୍ରର୍ଥନା କରାଯାଇଥିଲା ।
