Odisha news

ଦୁର୍ନୀତିର ଗନ୍ତାଘର ପାଲଟିଛି ଭଉଁରିଆବାଡ଼ ପଞ୍ଚାୟତ

0

ନୀଳଗିରି :   ନୀଳଗିରି  ବ୍ଲକ ଅନ୍ତର୍ଗତ ଭଉଁରିଆବାଡ଼ ଗା୍ର.ପ. ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ହୋଇଛି  । କୋଭିଡ଼୍ -୧୯ ପାଇଁ ସମସ୍ତ ଶ୍ରମିକମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସାମିଲ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଥିବା ବେଳେ ଏହି ପଞ୍ଚାୟତରେ ହେଉଥିବା ଅନେକ କାର୍ଯ୍ୟ ଶ୍ରମିକମାନଙ୍କ ଦ୍ୱାରା କରାନଯାଇ ଜେସିବି ଓ ଅନ୍ୟ ମେସିନ ଦ୍ୱାରା କରାଯାଉଥିବା ଅଭିଯୋଗ ହେଉଛି  । ଅନ୍ୟପକ୍ଷରେ ଠିକାଦାରମାନେ ରାତିରେ ଜେସିବି ଲଗାଇ କାର୍ଯ୍ୟ କରୁଥିବାବେଳେ ଉକ୍ତ ପଞ୍ଚାୟତରେ ଥିବା ଜଙ୍ଗଲ ଜମିରୁ ମାଟି ଉଠାଇ ରାସ୍ତା କାମ କରୁଥିବାର ଦେଖିବାକୁ ମିଳୁଛି  ।

ଏବାବଦରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ କାମ ହେଉଥିବା ସମ୍ପର୍କରେ ତାଙ୍କ ନିକଟରେ କିଛି ଖବର ନାହିଁ ବୋଲି କହିଛନ୍ତି  । ଏପରିକି ପଞ୍ଚାୟତର ଜିଆର୍ଏସ୍ ମଧ୍ୟ କାର୍ଯ୍ୟ ହେଉଥିବା ନେଇ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି  ।  ଏହି ପଞ୍ଚାୟତରେ ଇନ୍ଦିରାଆବାସ ଗୃହ ନିର୍ମାଣରେ ମଧ୍ୟ ଦୁର୍ନୀତି ହେଉଥିବାର ଆଲୋଚନା ହେଉଛି  । ଘଟଣା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ହେଲେ ବହୁ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି  ।

IEC 2 years
Leave A Reply