ଜଳେଶ୍ୱର-୦୭/୦୪ : ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଆମ୍ବଳିଅଠା ଗାଁର ନିର୍ମାଣାଧିନ ବସୁଧା ଯୋଜନାରେ ପାଣିଟାଙ୍କିର ପିଲର ଗୁଡିକ ଧସି ଯାଇଛି । ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପିଲର ଗୁଡିକ ଶୁକ୍ରବାର ଅପରାହ୍ନରେ ଧସି ପଡିବାରୁ ଗାଁ ଲୋକେ କାର୍ଯ୍ୟ ବନ୍ଦ ରଖିଛନ୍ତି । ୫୭ ରାଜ୍ୟ ରାଜପଥ ନିକଟ ଆମ୍ବଳିଅଠା ଗାଁରେ ବିଶୁଦ୍ଧ ପିଇବାପାଣି ଯୋଗାଣ ଲାଗି ଖନନ ହୋଇଥିବା ପ୍ରକଳ୍ପର ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଥିଲା । ବସୁଧା ଯୋଜନାରେ ନିର୍ମାଣ ହେଉଥିବା ଏହି ପାଣି ଟାଙ୍କିର ପିଲର ଗୁଡିକ ଗତ ଗୁରୁବାର ନିର୍ମାଣ ସରିଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ସବୁ ପିଲର ଗୁଡିକ ଝଡି ଯାଇଛି । ଫଳରେ ଲୁହ ରଡ ଗୁଡିକ କେବଳ ଛିଡା ହୋଇଛି । ଠିକାଦାର ନିମ୍ନ ମାନର ବାଲି, ପଥର ଓ କମ୍ଦାମର ସିମେଣ୍ଟବ୍ୟବହାର କରିଥିବା ଯୋଗୁଁ ଏପରି ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ଉତ୍ତମ କର, ସନ୍ତୋଷ କରଙ୍କ ନେତୃତ୍ୱରେ ବହୁ ଯୁବକ ଅଭିଯୋଗ କରିଛନ୍ତି । ନିର୍ମାଣାଧିନ ପିଲର ନିକଟରେ ସୂଚନା ଫଳକ ନ ରହିବା କିମ୍ବା କାର୍ଯ୍ୟବେଳେ ସରକାରୀ କର୍ମଚାରୀ ରହୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି
