Odisha news

ନୂତନ ଡିଆର୍ଏମ୍ଙ୍କ ଜଳେଶ୍ୱର ଷ୍ଟେସନ ପରିଦର୍ଶନ ପ୍ରଶାସନିକ ଅଧିକାରୀଙ୍କ ସହ ବିଷଦ ଆଲୋଚନା

0

ଜଳେଶ୍ୱର-୧୬/୧୦: ଖଡଗପୁର ରେଳ ଡିଭିଜନ୍ରେ ନୂତନ ଡିଆର୍ଏମ୍ ଯୋଗ ଦେଲାପରେ ଜଳେଶ୍ୱର ରେଳ ଷ୍ଟେସନକୁ ପ୍ରଥମ ପରିଦର୍ଶନରେ ଆସି ଏହାର ବିକାଶ ଲାଗି ପ୍ରଶାସନିକ ଅଧିକାରୀଙ୍କ ସହ ବିଷଦ ଆଲୋଚନା କରିଛନ୍ତି । ଜଳେଶ୍ୱର ରେଳ ଷ୍ଟେସନରୁ ବର୍ଷକୁ ୧୧ କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଥିବା ବେଳେ ରେଳ ଷ୍ଟେସନର ବିକାଶ ଓ ଉକôଳ ଏକ୍ସପ୍ରେସର ଡାଉନ୍ ଟ୍ରେନ୍ ରହଣି ଲାଗି ଦାବି କରାଯାଇଥିଲା । ଦକ୍ଷିଣପୂର୍ବ ରେଳ ପଥର ଖଡଗପୁର ରେଳ ଡିଭିଜନ୍ ଅଧିନରେ ଓଡିଶାର ଲକ୍ଷ୍ମଣନାଥ ଠାରୁ ରାଣିତାଲ ଓ ରୂପ୍ସା ଠାରୁ ବାଙ୍ଗିରିପୋଷି ରେଳ ଷ୍ଟେସନ ରହିଥିବା ବେଳେ ଏଗୁଡିକର ଅଗ୍ରଗତି ବିଶେଷ ହୋଇ ପାରିନଥିବାରୁ ପୂର୍ବତନ ଡିଆର୍ଏମ୍ ମନୋରଂଜନ ପ୍ରଧାନ ଗୁରୁତ୍ୱ ଦେଇ ଆସିଥିଲୋ ଗତ ୧୩ ତାରିଖରେ ମହମ୍ମଦ ସୁଜତ୍ ହାସିମ୍ ଡିଆର୍ଏମ୍ ଭାବେ ଖଡଗପୁରରେ ଯୋଗ ଦେବାପରେ ଗତ ସଂଖ୍ୟାରେ ଜଳେଶ୍ୱର ରେଳ ଷ୍ଟେସନରେ ପହଞ୍ଚି ଏହାର ଉନ୍ନତି ଲାଗି ପ୍ରଶାସନିକ ସ୍ତରରେ ଆଲୋଚନା କରିଛନ୍ତି । ରିଷିକେଶରୁ ପୁରି ଯାଉଥିବା କଳିଙ୍ଗ ଉକôଳ ଏକ୍ସପ୍ରେସ୍ର ଜଳେଶ୍ୱର ଠାରେ ରହଣି ଥିବା ବେଳେ ପୁର-ରିଷିକେଶ ଡାଉନ୍ ଟ୍ରେନ୍ ଛିଡା ହେଉନଥିବାରୁ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ସେହିପରି କେତେକ ପାସେଞ୍ଜର ଟ୍ରେନ୍ର ଚଳାଚଳ, ପୂର୍ବ ସମୟ ସାରଣୀରେ ଚାଲିବା ନେଇ ମଧ୍ୟ ଆଲୋଚନା ହୋଇଥିଲାା ପ୍ରକାଶଯୋଗ୍ୟ ଜଳେଶ୍ୱର ରେଳ ଷ୍ଟେସନରୁ ବାର୍ଷିକ ୧୧ କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳୁଥିବା ବେଳେ ଏଠାରୁ ଦୀଘା ସୁନ୍ଦରୀ, ତାଳସାରୀ ସମୁଦ୍ରକୂଳ ସାଇଲେଣ୍ଟ ଜୋନ୍ ଓ ସୁବର୍ଣ୍ଣ ଦ୍ୱୀପ, ଏସିଆ ପ୍ରସିଦ୍ଧ ଭୁଷଣ୍ଡେଶ୍ୱର, ଚନ୍ଦନେଶ୍ୱର, ରାଇବଣିଆ ଦୁର୍ଗ, ରାୟ ମହାଶୟ ଗଡ ଓ ବାସୁଳିଦେବି ଇତ୍ୟାଦି ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକ ଓ ଯାତ୍ରୀ ଯାତାୟାତ କରିଥାନ୍ତି । ଖଡଗପୁରରୁ ଭଦ୍ରକ ତୃତୀୟ ରେଳ ଲାଇନ୍ ନିର୍ମାଣ, ଜଳେଶ୍ୱର ୪ନଂ ପ୍ଲାଟଫର୍ମରେ ପ୍ରଶାସନୀକ ଭବନ ନିର୍ମାଣ, ୧ନଂ ପା୍ଲଟଫର୍ମରେ ନୂତନ ଗୃହର ଭିତ୍ତିସ୍ଥାପନ, ଲିଫ୍ଟର ବ୍ୟବସ୍ଥା ସଂପର୍କରେ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସାଧାରଣ ଯାତ୍ରୀଙ୍କ ଲାଗି ଅନ୍ୟଏକ ୨ୟଶ୍ରେଣୀ ବିଶ୍ରାମାଗାର ସଂପର୍କରେ ଆଲୋଚନା ହୋଇଛିା ଏଥିରେ ସିନିୟର ଡିଓଏମ୍ ସଚେନ୍ଦ୍ର ବର୍ମା, ସିନିୟର ସିଇଓ ଏସ୍ କେ ସୌରଭ, ସିନିୟର ଡିସିଏମ୍ ରାଜେଶ କୁମାର, କମର୍ସିଆଲ ଇନିସ୍ପେକ୍ଟର ଶୁଭଙ୍କର ରାଉଳ, ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ରାଉଳ, କମଳ ଲୋଚନ ପାତ୍ର, ଜିଆର୍ପି ସବ୍ଇନିସ୍ପେକ୍ଟର ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ଏହି ଗସ୍ତବେଳେ ଡିଆର୍ଏମ୍ ହାସିମ ବେଲଦା, ନେକୁଡସୁନି, ରୁପ୍ସା ଷ୍ଟେସନ ପରିଦର୍ଶନ କରିଥିବା କୁହାଯାଇଛି ।

Nalco
Leave A Reply