Odisha news

ଯାଜପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କୁ ଦାବୀପତ୍ର ପ୍ରଦାନ

0

ଯାଜପୁର  : ଚଳିତ ପ୍ରଳୟଙ୍କରୀ ବନ୍ୟା ଯାଜପୁର ଜିଲ୍ଲାକୁ ସଂପୂର୍ଣ୍ଣ ପ୍ରଭାବିତ କରିବା ସହ ଭୟଙ୍କର ବିଭିଷୀକା ଓ କ୍ଷୟକ୍ଷତି ସୃଷ୍ଟି କରିଛି । ଜିଲ୍ଲାର ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ବୁଢ଼ା, କାଣୀ, କେଲୁଅ ଓ ଗେଙ୍ଗୁଟି ପ୍ରମୁଖ ନଦୀ ଗୁଡ଼ିକର ଜଳସ୍ତର ଅହେତୁକ ବୃଦ୍ଧି ପାଇବା ଫଳରେ ବହୁ ଜାଗାରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଧନଜୀବନ ହାନି ହେବା ସହ ଗୃହପାଳିତ ପଶୁଙ୍କ ମୃତୁ୍ୟ, ଧାନ ତଥା ପନିପରିବା ଫସଳ ନଷ୍ଟ ହୋଇଯାଇଛି । ବନ୍ୟାର ପୂର୍ବବର୍ତ୍ତୀ ସମୟରେ ସଠିକ ଭାବେ ଜନସାଧାରଣଙ୍କୁ ସତର୍କ କିମ୍ବା ସଚେତନ କରାଯାଇନଥିଲା । ତତ୍ସହିତ ମହାନଦୀ, ଓ ବ୍ରାହ୍ମଣୀ ନଦୀରେ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ବୋଲି ଗଣମାଧ୍ୟମରେ ଜଳସଂପଦ ବିଭାଗର ସର୍ବୋଚ୍ଚଯନ୍ତ୍ରୀ କହିଥିଲେ । ପ୍ରଶାସନ ସଠିକ୍ ଢ଼ଙ୍ଗରେ ବନ୍ୟା ମୁକାବିଲା କରିପାରି ନାହିଁ ଏବଂ ବନ୍ୟାପରବର୍ତ୍ତୀ ବ୍ୟବସ୍ଥାରେ ଲୋକମାନଙ୍କ ସମସ୍ୟାକୁ ସମାଧାନ ନିମନ୍ତେ ତତ୍ପରତା ପ୍ରକାଶ ଦେଖାରେ ନାହିଁ ।

ଏହିପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲାପାଳଙ୍କୁ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ୬ ଦଫା ଦାବି ଗୁଡ଼ିକ ହେଲା – ସରକାରୀ ରିଲିଫ୍ ବଣ୍ଟନ ଦଳୀୟ ଭିତ୍ତିରେ କରାନଯାଇ ସରକାରୀ କର୍ମ·ରୀଙ୍କ ଦ୍ୱାରା ନିରପେକ୍ଷ ଭାବେ ରିଲିଫ ବଣ୍ଟନ କରାଯାଉ । ସେହିଭଳି ପଲିଥିନ ବଣ୍ଟନସହ ଘରଭଙ୍ଗା ତଦନ୍ତ ଏବଂ ସହାୟତା ନିରପେକ୍ଷଭାବେ କରାଯାଇ ଅବିଳମ୍ବେ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଉ । ·ଷୀଙ୍କ ଫସଲର କ୍ଷୟକ୍ଷତି ଆକଳନ କରାଯାଇ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରାଯାଉ ।

ସେହିପରି ଶତପ୍ରତିଶତ ଶସ୍ୟ ହାନି ହୋଇଥିବାରୁ କୃଷି ଋଣ ସଂପୂର୍ଣ୍ର ଛାଡ଼ କରିବା ସହ କୃଷି ବୀମା ପ୍ରଦାନ କରାଯାଉ । ଦଶରଥପୁର ନୂଆ ଶାସନ ଏବଂ ଧର୍ମଶାଳା ବ୍ଲକର ରମାପୁର ଠାରେ ଘାଇ ଭାଙ୍ଗିଥିବା ଦୁର୍ବୁତଙ୍କୁ ତଦନ୍ତ କରାଯାଇ ଅବିଳମ୍ବେ ଗିରଫ କରିବା ସହ ସଂପୂର୍ଣ୍ଣ ଯନ୍ତ୍ରୀଙ୍କ ଗିରଫ ଓ ନିଲମ୍ବନ କରାଯାଉ । ଘାଇ ହୋଇଥିବା ନଦୀ ବନ୍ଧରେ ବିଗତ ୫ ବର୍ଷ ମଧ୍ୟରେ ସୁଦୃଢ଼ୀକରଣ ନାମରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି । ତାହାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଏହି ଦଫାରେ ଉପସ୍ଥାପନା କରାଯାଇଛି । ଏହି ସମସ୍ତ ସମସ୍ୟାଗୁଡ଼ିକ ସମାଧାନ ନହେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଆସିବ ବୋଲି କହିଛି । ଏହି ପ୍ରତିନିଧି ମଣ୍ଡଳୀରେ ଅଜୟ କୁମାର ସାମଲ, ସନ୍ତୋଷ କୁମାର ନନ୍ଦ, ଦୁର୍ଯେ୍ୟାଧନ ବେହେରା, ଅନୀଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଳାପାଳ ଦାବିପତ୍ରକୁ ଗୁରୁତ୍ୱ ଦେଇ ସମସ୍ୟାଗୁଡ଼ିକୁ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବା ନିମନ୍ତେ ପ୍ରତିଶୃତି ଦେଇଥିଲେ

Ad2
Leave A Reply