Odisha news

ପରୀକ୍ଷା ଖାତାରେ ଯଦି ଲେଖିବି ‘ଜୟ ଶ୍ରୀରାମ ‘ ତେବେ ମିଳିବ ୫୦ ପ୍ରତିଶତ ନମ୍ବର

0

ନୂଆଦିଲ୍ଲୀ : ବର୍ତମାନ ଦେଶରେ ଚାଲିଛି ରାଜନୀତି ମାହୋଲ, ଗ୍ରସ୍ମ ପ୍ରବାହ ମଧ୍ୟ ଅଟକାଇ ପାରୁନି ରାଜନୀତି ର ମାହୋଲ କୁ, AIMIM ପ୍ରମୁଖ ଅସାଧୁଧିନ ଅଵେଶୀ ସବୁବେଳେ ନିଜ ତିକ୍ତ ମନ୍ତବ୍ୟ କୁ ନେଇ ସବୁବେଳେ ଚର୍ଚା ରେ ରହି ଥାଆନ୍ତି l ପୁଣି ସେ ଆଉ ଥରେ ନିଜର ତିକ୍ତ  ମନ୍ତବ୍ୟ କୁ ନେଇ ଚର୍ଚାରେ l ସେ ନିଜ ମନ୍ତବ୍ୟ ରେ ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଙ୍କ ଉପରେ କଟାକ୍ଷ କରି ଲୋକ ଲୋଚନ କୁ ଆସି ଥାଆନ୍ତି l ସେ ନିଜ ମନ୍ତବ୍ୟ ରେ କହିଛନ୍ତି ଯେ ୪ଜଣ ପିଲା ନିଜ ପରୀକ୍ଷା ଖାତାରେ ଜୟ ଶ୍ରୀ ରାମ ଲେଖି ଦେଇଥିଲେ, ଏହାପରେ ପରୀକ୍ଷକ ତାଙ୍କୁ ୫୦ ପ୍ରତିଶତ ନମ୍ବର ଦେଇଦେଲେ l

‘ଏହାପରେ ଅଵେଶୀ କହିଥିଲେ ଯେ ମୁଁ ସେହି ୪ଜଣ ଙ୍କ ନାମ ଜାଣିଚି, ସେଥିରୁ ପ୍ରଥମ ନାମ ହେଉଛି ନରେନ୍ଦ୍ର ମୋଦୀ, ଦ୍ଵିତୀୟ ନାଁ ହେଉଛି ଅମିତ ସାହା , ତୃତୀୟ ନାମ ହେଉଛି ଯୋଗୀ ଆଦିତ୍ୟ ନାଥ, ଏବଂ ଚତୁର୍ଥ ନାମ ହେଉଛି ଜେପି ନଡା l ଏମାନେ ଦେଶ ପାଇଁ କିଛି ବି କରିନାହାନ୍ତି , କିନ୍ତୁ ତମେ ତାଙ୍କୁ ଭୋଟ ଦେଉଛ l ଏମାନେ ପରୀକ୍ଷା ଖାତାରେ ଜୟ ଶ୍ରୀରାମ ଲେଖି ପଚାଶ ପ୍ରତିଶତ ନମ୍ବର ରଖିଛନ୍ତି l କିନ୍ତୁ ଯଦି ଆମ ଝିଅ ମାନେ ହ୍ୱିଜାଵ ପିନ୍ଧି ପଢିବାକୁ ଯିବେ ତେବେ ଯାଇ ପାରିବେ ନାହିଁ l ‘

ଘଟଣାଟି ଏହିପରି –
ଉତ୍ତରପ୍ରଦେଶ ର ଗୋଟିଏ ବିଶ୍ୱବିଦ୍ୟାଳୟ ରେ ଫlର୍ମାସୀ ର ପ୍ରଥମ ବର୍ଷ ଚାରିଜଣ ଛାତ୍ର ପରୀକ୍ଷା ସମୟ ରେ ଉତର ଖାତା ରେ ଜୟ ଶ୍ରୀରାମ ଲେଖିବା ସହିତ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ନ୍କ ନାମ ଲେଖିଥିଲେ l ଏବଂ ପରୀକ୍ଷକ ମଧ୍ୟ ତାଙ୍କୁ ପାସ କରାଇ ଦେଇଥିଲେ l ସେହି ଛାତ୍ର ମାନେ ୫୬ ପ୍ରତିଶତ ନମ୍ବର ରଖି ମଧ୍ୟ ପରୀକ୍ଷାରେ ପାସ କରିଥିଲେ l

Leave A Reply