ଆଶ୍ରା ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ରାଜ୍ୟ By Sakala Khabar On Dec 3, 2023 0 Share ଜଗତସିଂହପୁର୦୩/୧୧ : ଜଗତସିଂହପୁର ଜିଲ୍ଲା ପ୍ରଶାସନ ଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଶ୍ରା ଅନୁଷ୍ଠାନ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତଜାର୍ତିୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ କହିଲେ ଯେ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।ସରକାରୀ ସ୍ତର,ବେସରକାରୀ ସ୍ତରରେ କିମ୍ବା ବ୍ୟକ୍ତିଗତ ସ୍ତରରେ ହେଉ ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ହେଉଛି ସେହି ଦିବ୍ୟାଙ୍ଗ ଶିଶୁମାନଙ୍କ ମଧ୍ୟରେ ଥିବା ଦିବ୍ୟ ଗୁଣକୁ ପରିପ୍ରକାଶ କରିବାରେ ସାହାର୍ଯ୍ୟ କରିବା ,ସହଯୋଗ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ।ଏ ଦୁନିଆ ହେଉଛି ଭଗବାନଙ୍କର ଅମୃତମୟ ସୃଷ୍ଟି ।ଦିବ୍ବ୍ୟାଙ୍ଗମାନେ ଆମେ ଭିତରୁ ଜଣେ ।ଅଷ୍ଟବକ୍ର ରୁଷିଙ୍କ ଠାରୁ ଆରମ୍ଭ କରି ହେନେରୀକିଲରଙ୍କ ପର୍ଯ୍ୟନ୍ତ ସମସ୍ତେ ଦିବ୍ୟଗୁଣରେ ଭରପୁର ଥିଲେ। ଦିବ୍ୟାଙ୍ଗମାନଙ୍କ ପାଇଁ ପରିବେଶ ଓ ପୋତ୍ସାହନର ଆବଶ୍ୟକତା ରହିଛି ।ଆଶ୍ରା ଅନୁଷ୍ଠାନ ସେହିପରି ଗୋଟିଏ ପୃଷ୍ଟ ପୋଷକତା ଓ ପୋତ୍ସାହନ ଅନୁଷ୍ଠାନ ।ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗ ଦେଇ ଆନ୍ତଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏହି ଦିବସ ପାଳନର ଉଦେଶ୍ୟ ହେଉଛି ସମାଜରେ ସଚେତନତା ଜାଗ୍ରତ କରିବା,ଗ୍ରହଣ କରିବା, ସେମାନଙ୍କର ସଫଳତା ଓ ଯୋଗଦାନକୁ ମାନିବା,ସେମାନଙ୍କର ଆତ୍ମବଳ ଓ ଆତ୍ମ ବିଶ୍ୱାସ ବୃଦ୍ଧି କରିବା ।ଆଶ୍ରା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉତ୍ସାହର ସହିତ ପାଠ ପଢାଉଛନ୍ତି ।ଅଭିଭାବକମାନେ କେବି ବି ତାଙ୍କୁ କମ ଭାବନ୍ତୁ ନାହିଁ ।ସେମାନେ ବହୁତ ଦକ୍ଷ ଓ ବୁଦ୍ଧିମାନ ।ଭଲ ପରିବେଶ ପାଇଲେ ସେମାନେ ବହୁତ ଆଗକୁ ଯିବେ ଆଶ୍ରାର ସଭାପତି ଶିଶିର ଦାସ ଆନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଶ୍ରା ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।ପ୍ରାରମ୍ଭରେ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ଜିଲ୍ଲାରେ ୧୪୮୬୭ଜଣ ଭିନ୍ନକ୍ଷମଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ ।ଏହି ଅବସରରେ ୨୦୨୨-୨୩ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ୧୦୧ ଟି ଟ୍ରାଇ ସାଇକେଲ,୫୬ଟି ହୁଇଲ ଚେୟାର,୫ଟି ଆଶାବାଡି,୩ଟି ବ୍ଲାଇଣ୍ଡ ଷ୍ଟିକ,୨୬ଟି ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି ।ଏହା ସହିତ ୧୧ଜଣଙ୍କୁ ବିବାହ ସହାୟତା ରାଶି ୨ଲକ୍ଷ ୫୦ ହଜାର ହିସାବରେ ପ୍ରଦାନ କରାଯାଇଛି ।ଏହା ସହିତ ଭିନ୍ନକ୍ଷମ ପିତାମାତାଙ୍କ ସନ୍ତାନ ନିମନ୍ତେ ୧୧ଜଣ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରଦାନ କରାଯାଇଛି ।ଏତଦବ୍ୟତୀତ ୮୬୭ ଜଣଙ୍କୁ ବାଣୀଶ୍ରୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ଆଜି ୫ଜଣଙ୍କୁ ବିବାହ ସହାୟତା ରାଶି ୨ଲକ୍ଷ ୫୦ହଜାର ଲେଖାଏଁ ଚେକ ପ୍ରଦାନ କରାଯାଇଛି ।ଜଣେ ଭିନ୍ନକ୍ଷମ ଜଣେ ସକ୍ଷମ ଲୋକଙ୍କୁ ବିବାହ କଲେ ଏହି ରାଶି ପ୍ରଦାନ କରାଯାଇଥାଏ ।ଏହି ଅବସରରେ ଆୟୋଜିତ ପ୍ରବନ୍ଧ,ବକୃତା ଇ ଚିତ୍ରାଙ୍କନର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ସକାଳ ସମୟରେ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ଉଦ୍ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମରେ ଆଶ୍ରା ସ୍କୁଲର ସେକ୍ରେଟାରୀ ଅଜୟ କୁମାର ଖୁଣ୍ଟିଆ, ଆଶ୍ରା ସ୍କୁଲର ଅରୁଣ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।ସାମାଜିକ ସୁରକ୍ଷା ବିଭାଗର ସ୍ୱାଗତ ଦାସ,ରଶ୍ମିରେଖା ସାହୁ, ସାଗର ବେହେରା,ବିଜୟ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିବା ବେଳେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ସଦସ୍ୟ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 0 Share