ଇଟାଲୀ ଇଉରୋପ ମହାଦେଶର ଦକ୍ଷିଣ ଦିଗସ୍ଥିତ ଏକ ଦେଶ । ଏହାର ଉତ୍ତର ଦିଗରେ ଆଲ୍ପସ୍ ପର୍ବତମାଳା ଅବସ୍ଥିତ । ଏହି ଦେଶର ସୀମା ସହିତ ସ୍ୱିଜରଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ସ୍ଲୋବେନିୟା ପ୍ରଭୃତି ଦେଶର ସୀମା ଲାଗିକି ରହିଛି । ଆଜିର ଏହି ଅନୁଚ୍ଛେଦଟିରେ ଆମେ ‘ଇଟାଲୀ’ ବିଷୟରେ ୨୫ଟି ରୋଚକ ତଥ୍ୟ ଆପଣମାନଙ୍କୁ କହୁଛୁ ।
୧) ଇଟାଲୀର ରାଜଧାନୀ ରୋମ ଅଟେ । ଯାହାକି ଇଟାଲୀର ଏକ ବଡ଼ ସହର ଅଟେ ।
୨) ପୃଥିବୀର ସବୁଠାରୁ ଛୋଟ ସହର ଭାଟିକାନ୍ ସିଟି ଅଟେ, ଯାହାକି ଇଟାଲୀରେ ଅନ୍ତର୍ଭୁକ୍ତ ଅଟେ । ଏହା ଏକ ସ୍ୱତନ୍ତ୍ର ଦେଶ ଅଟେ । ଯାହାର ସୀମା ରକ୍ଷା କରିଥାଏ ଇଟାଲୀ ।
୩) ଗ୍ରୀସ୍ ବ୍ୟତିରେକ ଇଟାଲୀ ୟୁରୋପ ମହାଦେଶର ସବୁଠାରୁ ପୁରାତନ ଦେଶ ଅଟେ ।
୪) ପୂରା ବିଶ୍ୱରେ ୟୁନେସ୍କୋରେ ଇଟାଲୀରେ ସର୍ବାଧିକ । ଏହିଠାରେ ୫୦ଟି ଏପରି ଐତିହାସିକ ସ୍ଥଳୀ ଅଛି, ଯାହାକୁ କି ୟୁନେସ୍କୋ ଏହି ମାନ୍ୟତା ଦେଇଛି ।
୫) ଅର୍ଥ ବ୍ୟବସ୍ଥା ଦୃଷ୍ଟିରୁ ଦେଖିବାକୁ ଗଲେ ଇଟାଲୀର ସ୍ତାନ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ୮ମ ସ୍ଥାନରେ ରହିଛି ।
୬) ଇଟାଲୀ ଅନ୍ତର୍ଗତ ୨ଟି ସ୍ୱତନ୍ତ୍ର ଦେଶ ରହିଛି । ଗୋଟିଏ ହେଲା ଭାଟିକାନ୍ ସିଟି ଓ ଅନ୍ୟଟି ସେନ୍ ମରିନୋ ।
୭) ସେନ୍ ମାରିନୋ ଇଟାଲୀର ସବୁଠାରୁ ପ୍ରାଚୀନ ଗଣରାଜ୍ୟ ଅଟେ । ଏଠାରେ ମାତ୍ର ୩୦,୦୦୦ ଲୋକ ବାସ କରନ୍ତି ।
୮) ଇଟାଲୀରେ ପ୍ରାୟତଃ ୮୦% ସ୍ଥାନ ଜଙ୍ଗଲ, ପର୍ବତ ଓ ପାହାଡ଼ରେ ପରିବେଷ୍ଟିତ ଅଟେ ।
୯) ଇଟାଲୀକୁ ସବୁବର୍ଷ ପ୍ରାୟତଃ ୫ କୋଟି ଲୋକରୁ ଅଧିକ ଲୋକ ବୁଲିବାକୁ ଯାଆନ୍ତି ।
୧୦) ଗୋଟିଏ ବର୍ଷରେ ପ୍ରାୟତଃ ଇଟାଲୀର ସରକାରଙ୍କ ଅର୍ଥକୋଷକୁ ୬୪% ପ୍ରତିଶତ ଆୟ ପର୍ଯ୍ୟଟକଙ୍କ ଦ୍ୱାରା ହୋଇଥାଏ ।
୧୧) ଇଟାଲୀରେ ପ୍ରାୟତଃ ୮୫ ପ୍ରତିଶତ ଲୋକ ରୋମାନ୍ କ୍ୟାଥୋଲିକ୍ ଧର୍ମକୁ ପାଳନ କରନ୍ତି ।
୧୨) ଇଟାଲୀର ମିଲାନ୍ ସହରରେ ଏପରି ନିୟମ ଅଛି ଯେ, ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କ ସହିତ ଦେଖା କଲାବେଳେ ହସିବା ନିହାତି ଜରୁରୀ ଅଟେ ।
୧୩) ଇଟାଲୀରେ ବିଶ୍ୱର ସବୁଠାରୁ ବଡ଼ ସୁଡ଼ଙ୍ଗ ଅଛି । ଯାହାକି ୫୭ କିଲୋମିଟର ଅଟେ । ଏହି ସୁଡ଼ଙ୍ଗରେ ଅଣ୍ଡରଗ୍ରାଉଣ୍ଡ ରେଳଯାତ୍ରାର ସୁବିଧା ଅଛି । ଏହି ରାସ୍ତାରେ ଆପଣମାନେ ସ୍ୱିଜରଲ୍ୟାଣ୍ଡ ପର୍ଯ୍ୟନ୍ତ ଯାଇପାରିବେ, ଏହି ସୁଡ଼ଙ୍ଗକୁ ତିଆରି କରିବା ପାଇଁ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
୧୪) ଇଉରୋପ୍ ମହାଦେଶରେ ସବୁଠାରୁ ଅଧିକା ଜ୍ୱାଳାମୁଖି ଇଟାଲୀରେ ଅଛି । ଆଉ ଅଧିକା ଭୂମିକମ୍ପ ମଧ୍ୟ ଇଉରୋପ୍ ମହାଦେଶର ଇଟାଲୀରେ ହୁଏ ।
୧୫) ଇଉରୋପ ମହାଦେଶରେ ଇଟାଲୀର ସ୍ଥାନ ୫ମରେ ଥାଇ ବୃହତ୍ ଦେଶ ଭାବରେ ବିବେଚନା କରାଯାଏ ।
୧୬) ବିଶ୍ୱରେ ଇଟାଲୀ ୮ମ ଧନୀ ରାଷ୍ଟ୍ର ଅଟେ ।
୧୭) ବିଶ୍ୱରେ ସବୁଠାରୁ ଅଧିକା ଆଲକୋହଲ୍ ଇଟାଲୀରେ ଉତ୍ପାଦନ ହୁଏ । ଯାହା ସବୁଠାରୁ ଅଧିକ ଆଲ୍କୋହଲ୍ ଆମେରିକାବାସୀ ପିଅନ୍ତି ।
୧୮) ଇଟାଲୀସ୍ଥିତ ବୋନିସ୍ ସହରକୁ ପାଣି ଉପରେ ତିଆରି କରାଯାଇଛି । ଯେଉଁଠାରେ ଲୋକମାନେ ଗୋଣ୍ଡାଲା ନୌକାରେ ଯାତାୟାତ କରନ୍ତି । ଆଉ ଗୋଟିଏ ନିୟମ ମଧ୍ୟ ଅଛି ଯେ, ଏହି ଗୋଣ୍ଡାଲା ନୌକାର ରଙ୍ଗ ସର୍ବଦା କଳା ରଙ୍ଗ ହିଁ ରହିବ ।
୧୯) ଇଟାଲୀରେ ପ୍ରାୟତଃ ୫୫୦ଟି ଛୋଟ ବଡ଼ ଦ୍ୱୀପ ଅଛି । ସେହି ଦ୍ୱୀପଗୁଡ଼ିକୁ ପୋବେଗ୍ଲିୟା ଦ୍ୱୀପଟି ଅତି ଭୟଙ୍କର ଅଟେ । ଯାହାକୁକି ମୃତୁ୍ୟର ଦ୍ୱୀପ କୁହାଯାଏ । ଏହି ପୋବେଗ୍ଲିୟା ଦ୍ୱୀପକୁ ଯେଉଁ ବ୍ୟକ୍ତି ଯାଇଥାଏ ସେ ଆଉ ଫେରି ନଥାଏ । ତେଣୁ ଏଠାକୁ ଯିବାକୁ ଲୋକାମାନଙ୍କୁ ମନା କରାଯାଏ ।
୨୦) ଇଟାଲୀ ସହରରେ ଫଲ୍ସିୟାନୋ ଡେଲ ମାକ୍ସିକୋ ଏକ ଅଦ୍ଭୁତ ନିୟମ ଅଛି । ଏହି ନିୟମ ଅନୁସାରେ କୌଣସି ଲୋକ ଏହିଠାରେ ମୃତୁ୍ୟବରଣ କରିପାରିବ ନାହିଁ, କାହିଁକି ନା ଏଠାରେ ସମସ୍ତ କବର ସ୍ଥାନଗୁଡ଼ିକ ଭର୍ତ୍ତି ହୋଇସାରିଲାଣି ।
୨୧) ଇଟାଲୀ ସରକାର ଏଠାକାର ପୋଲିସ୍ଙ୍କୁ ଲାମ୍ବରଘିନି ପରି ଗାଡ଼ି ଦେଇଛନ୍ତି । ଯାହା ଦ୍ୱାରା କି ବାଇକ୍ରେ ଆସି ଯେଉଁ ଚୋରମାନେ ଚୋରି କରନ୍ତି, ସେମାନଙ୍କୁ ଅତି ଶୀଘ୍ର ଧରାଯାଇ ପାରିବ ।
୨୨) ଇଟାଲୀ ପ୍ରସିଦ୍ଧ ଖେଳ ‘ସୋସେର’ ଅଟେ । ଏହି ଖେଳରେ ଇଟାଲୀ ୪ଥର ବିଶ୍ୱକପ୍ ବିଜୟଲାଭ କରିଛି ।
୨୩) ବିଶ୍ୱର ସର୍ବପ୍ରଥମ ମହିଳା ଯିଏକି ପିଏଚ୍ଡି ଲାଭ କରିଥିଲେ, ସେ ଜଣେ ଇଟାଲୀୟ ନାଗରିକ । ତାଙ୍କର ନାମ ଥିଲା ଏଲିନା ଲୁକ୍ରେଜିୟା ପିକୋପିୟା । ସେ ତାଙ୍କର ଶିକ୍ଷାକୁ ୧୬୭୮ ମସିହାରେ ସମ୍ପୂର୍ଣ୍ଣ କରିଥିଲେ ।
୨୪) ପୃଥିବୀ ପ୍ରଥମ ବାଦ୍ୟଯନ୍ତ୍ର ପିଆନୋ ଇଟାଲୀରେ ତିଆରି ହୋଇଥିଲା ।
୨୫) ଇଟାଲୀର ପ୍ରାଚୀନ ରାଜଧାନୀ ରୋମ୍ରେ ଜଳଦେବତାଙ୍କୁ ଖୁସି କରିବା ପାଇଁ ପାଣି ଭିତରେ ପଇସା ପକାଯାଇଥାଏ । ଆଉ ଏହି ପରମ୍ପରା ଆଜି ବି ଚାଲୁଛି । ଇଟାଲୀରେ ଆଉ ଗୋଟିଏ ପର୍ବତ ଅଛି ଯେଉଁଠିକି ଲୋକମାନେ ପ୍ରତ୍ୟେକ ଦିନ ପ୍ରାୟ ୩୦୦୦ ୟୁରୋ ଅଧିକା କଏନ୍ ପକାଇଥାନ୍ତି ।