ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଇସ୍ରାଏଲ ନାଗରିକ ମାନେ ବର୍ତମାନ ଆତଙ୍କ ମଧ୍ୟରେ ରହିଛନ୍ତି , କାହିଁକି ନା ଇରାନ ରେ ହାମସ ଚିଫ ଇସ୍ମାଇଲ ହାନିୟାଙ୍କ ହତ୍ୟା ପରେ ଇରାନ ଇସ୍ରାଏଲ କୁ ଟାର୍ଗେଟ ରେ ରଖିଛି l ବର୍ତମାନ କେଉଁ ସମୟ ରେ ଇରାନ ଇସ୍ରାଏଲ ଉପରକୁ ଆକ୍ରମଣ କରିବ ତାର କିଛି ସଠିକ ସମୟ ନାହିଁ l ଇରାନ ପକ୍ଷରୁ ଇସ୍ରାଏଲ ର ଏହି କାର୍ଯ୍ୟ କୁ ନେଇ ଘୋର ନିନ୍ଦା କରାଯିବା ସହିତ ଧମକ ମଧ୍ୟ ମିଳିଛି ଯେ ହମାସ ଚିଫ ଙ୍କର ହତ୍ୟା ର ପ୍ରତିଶୋଧ ନିଶ୍ଚିନ୍ତ ଇରାନ ନେବ ଏବଂ ଯାହାକୁ ଇସ୍ରାଏଲ ୭ ପିଢ଼ି ଧରି ମନେରଖିବ l
ଏପରି ସ୍ଥିତିରେ ଇସ୍ରାଏଲ ନାଗରିକ ଆମେରିକାର ସୈନ୍ୟ ସମର୍ଥନ କୁ ନେଇ ମଧ୍ୟ ଚିନ୍ତାରେ ରହିଛନ୍ତି l ଏହାଛଡା ଇସ୍ରାଏଲ ମହିଳାମାନେ ମଧ୍ୟ ଗୋଟିଏ ଅଲଗା ପ୍ରକାରର ଚିନ୍ତାରେ ରହିଛନ୍ତି l ସେମାନଙ୍କ ଚିନ୍ତାର କାରଣ ଯୁଦ୍ଧ ସହିତ ମଧ୍ୟ ଆଉ କିଛି ରହିଛି l
ଇସ୍ରାଏଲ ମହିଳାଙ୍କ ଚିନ୍ତାର କାରଣ କଣ ?
ଯେଉଁ ଲୋକମାନେ ଶତ୍ରୁ ର ମିଶଇଳ କିମ୍ବା ରକେଟ ଆକ୍ରମଣ ସମୟରେ ଯେଉଁ ସାଇରନ ବାଜିଥାଏ ଓ ତୁରନ୍ତ ସେମାନେ ବମ ସେଲଟର ଆଡକୁ ଦୌଡ଼ିବାର ଅଭିଜ୍ଞତା ନାହିଁ ସେମାନଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ଇସ୍ରାଏଲ ରେ ଆପଣଙ୍କୁ ଗୋଟିଏ ସୁରକ୍ଷିତ ସ୍ଥାନରେ ପହଂଚିବା ପାଇଁ ୯ -୧୫ ସେକେଣ୍ଡ ସମୟ ଭିତରେ ସମୟ ରହିଥାଏ l ଏହା ଏହିକଥା ଉପରେ ନିର୍ଭର କରିଥାଏ ଯେ ଆପଣ କେଉଁଠି ଅଛନ୍ତି ,ଏପରି ସ୍ଥିତିରେ ନିଜକୁ ସଜାଇ ରଖିବା ସବୁଠୁ ଜରୁରୀ l ଚିନ୍ତାର କାରଣଟି ହେଉଛି ରାତି ସମୟ ରେ ଅଧିକାଂଶ ମହିଳା ଢିଲା ପୋଷାକ ପିନ୍ଧି ଶୋଇ ଥାଆନ୍ତି, ତେଣୁ ଅଧିକାଂଶ ମହିଳା ଅନ୍ତବସ୍ତ୍ର ବା ବ୍ରା ଖୋଲି ଶୁଅନ୍ତି l ଏପରି ସ୍ଥିତିରେ ଆକ୍ରମଣ ସମୟ ରେ ନିଜକୁ ସୁରକ୍ଷିତ ଅବସ୍ଥାରେ ସେଲଟର କୁ ନେବା ସବୁଠୁ ଜରୁରୀ ଅଟେ l ଏହି ବିଷୟକୁ ନେଇ ଇସ୍ରାଏଲ ସୋସିଆଲ ରେ ଚର୍ଚା ଜୋର ଧରିଛି, ଯେଉଁଥିରେ ଇସ୍ରାଏଲ ମହିଳା ମାନଙ୍କର ଏହି ବ୍ରା ପିନ୍ଧିବା ଚର୍ଚା ଚାଲିଛି l
