Odisha news

ଯୁଦ୍ଧର ତାଣ୍ଡବ ଓ ଧ୍ବଂସ ସ୍ତୁପ ମଧ୍ୟରେ ଲୋକଙ୍କ ଓଠରେ ହସ ଫୁଟାଇ ପାରୁଥିବା ଇସ୍ରାଏଲ ଦମ୍ପତିଙ୍କ କାହାଣୀ 

0
ନୂଆଦିଲ୍ଲୀ : ଇସ୍ରାଏଲ ୨୧ ଦିନର ଯୁଦ୍ଧର ରଣଭୂମୀ ରେ ଦଣ୍ଡାୟମାନ l ଅକ୍ଟୋବର ୭ ତାରିଖ ଦିନ ହମାସ ର ଆତଙ୍କବାଦୀ ଇସ୍ରାଏଲ ନାଗରିକ ଙ୍କୁ ଯେଉଁ ଦାଗ  ଦେଇଛନ୍ତି, ତାହା କଦାପି ଶୀଘ୍ର ଲିଭିବ ନାହିଁ l ଏହି ବର୍ବରତା ଓ କ୍ରୁରତାକୁ ସମୁଖୀନ ହୋଇଥିବା ଲୋକେ କିଛି ଜୀବନ ହରାଇଛନ୍ତି ତ ଆଉକିଛି ନିରୁଦ୍ଧିଷ୍ଟ ରହିଛନ୍ତି ଏବଂ ଆଉ କିଛି ହସ୍ପିଟାଲ ବେଡ଼ ରେ ପଡି କରୁଣ ଚିତ୍କାର ଛାଡ଼ୁଛନ୍ତି l ଏବଂ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଗଭୀର ମାନସିକ ପିଡାରେ ରହିଛନ୍ତି l ସେମାନଙ୍କର ଏହି ଅବସାଦ କୁ ଦୂର କରିବା ପାଇଁ ଇସ୍ରାଏଲ ର ଗୋଟିଏ ଦମ୍ପତି ଦିନରାତି ପରିଶ୍ରମ କରୁଛନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ଦମ୍ପତି ହସ୍ପିଟାଲ କୁ ଯାଇ ସେହି ମାନସିକ ଚାପ ଗ୍ରସ୍ତ ବ୍ୟକ୍ତିଙ୍କୁ ହସାଇବାକୁ ଚେଷ୍ଟା କରୁଛନ୍ତି ଯେଉଁ ମାନେ ହମାସ ର ଆକ୍ରମଣ ଯୋଗୁଁ ନିଜ ପରିବାର , ଆତ୍ମୀୟ ସ୍ୱଜନ ଙ୍କୁ ହରାଇ ହସ୍ପିଟାଲ ବେଡ଼ ରେ ଗୋଟିଏ ଦିଗ ହୀନ ବାଟକୁ ଚାହିଁ ରହିଛନ୍ତି l
ସୂଚନା ଯୋଗ୍ୟ ଯେ ଆଜତକ ର ସମ୍ବାଦ ଦାତା  ଏହିଭଳି ଜଣେ ଦମ୍ପତିଙ୍କୁ ଭେଟିଥିଲେ ଯିଏକି ହସ୍ପିଟାଲ ରେ ଆଟେଣ୍ଡାଂଟ ହେବା ସହିତ ଅଜଣା ବ୍ୟକ୍ତିଙ୍କ ଶବ ଅନ୍ତିମ ପ୍ରକ୍ରିୟା ମଧ୍ୟ କରୁଛନ୍ତି l ସେ ହେଉଛନ୍ତି ଇସ୍ରାଏଲ ର ୟେଲେ ଓ ତାଙ୍କ ପତ୍ନୀ ହଦାସ l  ୟେଲେ ଇସ୍ରାଏଲ ସେନା ରେ ବର୍ତମାନ ସିପାହୀ ଅଛନ୍ତି l ଅକ୍ଟୋବର ୭ତାରିଖ ରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଏହା ପୂର୍ବରୁ ସେ ଜଣେ ମେଡିକାଲ କ୍ଲାଉନ ବା ଚିକିତ୍ସା ବିଦୂଷକ ଭାବରେ କାର୍ଯ୍ୟ କରୁଥିଲେ l ଭଲ ଲାଭ ମଧ୍ୟ ହେଉଥିଲା, କିନ୍ତୁ ବର୍ତମାନ ତାଙ୍କର ଆବଶ୍ୟକତା ଦେଶ ପାଇଁ ରହିଛି ବୋଲି କହିଛନ୍ତି l
ୟେଲେ କହିଥିଲେ ମୋର ଡ୍ୟୁଟି ସାରିବା ପରେ ମୋର ପତ୍ନୀ ହଦାସ ସହିତ ହସ୍ପିଟାଲ ଯାଇଥାଏ ଓ ସେଠାରେ ରୋଗୀ ମାନଙ୍କୁ କଷ୍ଟ ମୁକ୍ତ ହେବା ପାଇଁ ହସାଇଥାଏ l କିନ୍ତୁ ବର୍ତମାନ ହମାସ ର ବର୍ବରତା କଥା ଭାବି ଆକ୍ଷିରେ ଲୁହ ଆସି ଯାଉଛି l ଏହି ଦମ୍ପତି ହସ୍ପିଟାଲ ର ପ୍ରତ୍ୟେକ ରୋଗୀଙ୍କ ନିକଟକୁ ଯାଇ ତାଙ୍କ ଓଠରେ ହସ ଟିକେ ଫୁଟାଇବା ପାଇଁ  ପ୍ରୟାସ କରିଥାଆନ୍ତି l
ମେଡିକାଲ କ୍ଲାଉନ ସେହି ବ୍ୟକ୍ତି ହୋଇ ଥାଆନ୍ତି ଯିଏକି ହସ୍ପିଟାଲ କୁ ଯାଇ ଗମ୍ଭୀର ରୋଗରେ ପୀଡିତ କିମ୍ବା ମାନସିକ ଚାପ ରେ ବ୍ୟକ୍ତି ଙ୍କୁ ହସାଇବାକୁ ଚେଷ୍ଟା କରି ଥାଆନ୍ତି l  ଏବଂ ତାଙ୍କ ମନ ପରିବର୍ତନ କରିବାକୁ ଚେଷ୍ଟା କରନ୍ତି ଯାହାଦ୍ୱାରା ସେମାନେ ନିଜ ରୋଗ କୁ ଭୁଲିଯିବେ ଓ ଯନ୍ତ୍ରଣା ରୁ ବାହାରି ସାମାନ୍ୟ ଜୀବନ ବଞ୍ଚିବେ l ପୂର୍ବରୁ ୟେଲେ ଙ୍କ କାର୍ଯ୍ୟ ଥିଲା ମେଡିକାଲ କ୍ଲାଉନ ଭାବରେ , କିନ୍ତୁ ବର୍ତମାନ ସେ ସେନାରେ କାର୍ଯ୍ୟ ରତ l ଯେଉଁ ବ୍ୟକ୍ତିମାନେ ସେନାରେ କିମ୍ବା ଯୁଦ୍ଧ ରେ ମୃତ୍ୟୁ ବରଣ କରି ଥାଆନ୍ତି ସେମାନଙ୍କର ଡକ୍ୟୁମେଣ୍ଟେସନ କରୁଛନ୍ତି ୟେଲେ  l ଏହି ସମୟରେ ଯଦି ସମୟ ମିଳିଯାଉଛି ରୋଗୀ ମାନଙ୍କ ମଝିରେ ପହଞ୍ଚି ସେମାନଙ୍କୁ କିଛି ସମୟ ହସାଇବାକୁ ଚେଷ୍ଟା କରୁଛନ୍ତି l
ୟେଲେ ଙ୍କ ପତ୍ନୀ ହଦାସ ଜଣେ ସମାଜସେବୀ , ଯେଉଁ ପରିବାର ଅସୁବିଧାରେ ରହିଥାଏ ତାକୁ କିଛିଟା ସହଯୋଗ କରିବା ପାଇଁ ସାହାଯ୍ୟ ର ହାତ ବଢ଼ାଇ ଥାଆନ୍ତି l ୟେଲେ କହିଥିଲେ ହମାଶ ଆକ୍ରମଣ ର  ପରଦିନ ମୋ ସାମ୍ନାରେ ୧୦୦ ଟି ଶବ ରହିଥିଲା l ଯାହାଙ୍କ ର ଶେଷ କୃତ୍ୟ ସମ୍ପନ କରିଥିଲେ l ଏବଂ ସେହି ବିଭତ୍ସ ଶବ କୁ ଦେଖି ଅନେକ ଯନ୍ତ୍ରଣା ଅନୁଭବ କରିଥିଲେ l

Leave A Reply