Odisha news

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀ ରୁ ପ୍ରଥମ ସମୀକ୍ଷା : ଡିସେମ୍ବର 15 ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ .

0
ଭୁବନେଶ୍ବର  28/10/23 : ମୁଖ୍ୟମନ୍ତ୍ରୀ   ଶ୍ରୀ  ନବୀନ  ପଟନାୟକ  ଙ୍କ  ନିର୍ଦ୍ଦେଶ  କ୍ରମେ  ଶ୍ରୀ  ଭି  କେ  ପାଣ୍ଡିଆନ୍  ଅଧ୍ୟକ୍ଷ 5T ଓ ନବୀନ  ଓଡିଶା    ଆଜି  ବଡିଭୋର  ରୁ  ପୁରୀ  ଯାଇ  ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ର  ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଥିଲେ  .ଭୋର୍  4 ରୁ  6 ପର୍ଯ୍ୟନ୍ତ ଏହି  ସମୀକ୍ଷା  ଚାଲିଥିଲା  l  ନୂଆ  ଦାୟିତ୍ଵ  ଗ୍ରହଣ  ପରେ  5T ଓ  ନବୀନ  ଓଡିଶା   ଅଧ୍ୟକ୍ଷ ଶ୍ରୀ  ପାଣ୍ଡିଆନ୍  ଙ୍କ  ଏହା  ଥିଲା  ପ୍ରଥମ  ସମୀକ୍ଷା l ଶ୍ରୀମନ୍ଦିର ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି ଡିସେମ୍ବର  15 ସୁଦ୍ଧା  ସମ୍ପୂର୍ଣ୍ଣ  କରିବାକୁ  ସେ  ନିର୍ଦ୍ଦେଶ  ଦେଇଥିଲେ.  ଏହା  ନୂଆବର୍ଷ  ରେ  ଭକ୍ତ  ମାନଙ୍କୁ  ନୂଆ  ଅନୁଭବ  ଦେବ  ବୋଲି  ସେ  ମତ  ବ୍ୟକ୍ତ  କରିଥିଲେ l
 ଶ୍ରୀକ୍ଷେତ୍ରରେ  ଥିବା  ବିଭିନ୍ନ  ମଠ  ଗୁଡିକର  ପୁନରୁଦ୍ଧାର  କାମ  ତ୍ୱରାନ୍ୱିତ  କରିବା  ପାଇଁ   ଶ୍ରୀ  ପାଣ୍ଡିଆନ୍ ନିର୍ଦ୍ଦେଶ  ଦେଇଥିଲେ  l ପରିକ୍ରମା  ପ୍ରକଳ୍ପ  landscaping  କାମରେ  ଜଗନ୍ନାଥ  ସଂସ୍କୃତି  ସହ  ଜଡିତ  ବିଭିନ୍ନ  ଦେଶୀୟ   ବୃକ୍ଷ  ଓ  ଗୁଳ୍ମ  ଲଗାଇବାକୁ  ଶ୍ରୀ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ  l ସେ  ଶ୍ରୀମନ୍ଦିର  ଚାରି  ଦ୍ଵାର  କାମ  ମଧ୍ୟ  ବୁଲି  ଦେଖିଥିଲେ l
ସ୍ଥାନୀୟ  ଲୋକଙ୍କ  ସୁବିଧା  ପାଇଁ  ଦୁଇ ଚକିଆ  ଗାଡି ର  ପାର୍କିଂ  ପାଇଁ  ପର୍ଯ୍ୟାପ୍ତ  ବ୍ୟବସ୍ଥା  କରିବାକୁ   ଶ୍ରୀ  ପାଣ୍ଡିଆନ୍ ନିର୍ଦ୍ଦେଶ  ଦେଇଥିଲେ l ଏତଦବ୍ୟତୀତ   ମେଘନାଦ  ପାଚେରୀ  ପାଖରୁ  ବିଭିନ୍ନ  utilities  ଗୁଡିକ  ର  ସ୍ଥାନାନ୍ତର   ,ପରିକ୍ରମା  ପ୍ରକଳ୍ପ  ର  ବିଦ୍ୟୁତ୍  ବ୍ୟବସ୍ଥା  କାମ   ନିର୍ଦ୍ଧାରିତ  ସମୟରେ  ଶେଷ କରିବା  ଉପରେ  ସେ  ଗୁରୁତ୍ଵ  ଆରୋପ  କରିଥିଲେ  l
ଜଗନ୍ନାଥ  ବଲ୍ଳଭ  ପାର୍କିଂ  କାମ  ସହ  ଯାତ୍ରୀ  ମାନଙ୍କ  ପାଇଁ  ସେଠାରେ  କରାଯାଉଥିବା  ବିଭିନ୍ନ  ସୁବିଧା ର  ବିକାଶ ,    ପ୍ରମୋଦ  ଉଦ୍ୟାନ, ଓ ଶ୍ରୀ ସେତୁ  କାମ  ର  ଅଗ୍ରଗତି ଶ୍ରୀ ପାଣ୍ଡିଆନ୍   ସମୀକ୍ଷା  କରିଥିଲେ   ଓ  ନିର୍ଦ୍ଧାରିତ  ସମୟ ରେ  କାମ  ଶେଷ  କରିବାକୁ   ନିର୍ଦେଶ ଦେଇଥିଲେ  . ଏଥି ପାଇଁ  ଅଧିକ  ଲୋକ  ନିୟୋଜିତ  କରିବା ପାଇଁ  5T ଓ  ନବୀନ  ଓଡିଶା  ଅଧ୍ୟକ୍ଷ ପରାମର୍ଶ  ଦେଇଥିଲେ  .
ଏହି  ପରିଦର୍ଶନ  ସମୟରେ  ପୁରୀ  ଜିଲ୍ଲାପାଳ  ,SP OBCC MD ଏବଂ  ବିଭିନ୍ନ  executing  agency ର  ଅଧିକାରୀ  ମାନେ  ଉପସ୍ଥିତ  ଥିଲେ l

Leave A Reply