Odisha news

ସୁପ୍ରିମକୋର୍ଟଙ୍କର IPS ପତ୍ନୀଙ୍କୁ ନିର୍ଦେଶ, ଜେଲ୍ ରେ ବନ୍ଦ ଥିବା  ସ୍ୱାମୀ ଓ ଶ୍ୱଶୁରଙ୍କୁ କ୍ଷମା ମାଗନ୍ତୁ ଏବଂ ସତ୍ୟାସତ୍ୟକୁ ଖବର କାଗଜରେ ଛାପନ୍ତୁ

0

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜୁଲାଇ ୨୨ ତାରିଖ ରେ ଭାରତୀୟ ପୋଲିସ ସେବା ର ଜଣେ ମହିଳା ଅଫିସର ଙ୍କୁ ନିର୍ଦେଶ ଦେଇଛନ୍ତି ଯେ ସେ ନିଜ ସ୍ୱାମୀ ଓ ଶ୍ୱଶୁର ଙ୍କୁ କ୍ଷମା ମାଗନ୍ତୁ, ଯାହାଙ୍କ ଉପରେ ସେ କେଶ କରିଛନ୍ତି ଏବଂ ଯିଏକି ଜେଲ୍ ରେ ବନ୍ଦୀ ଅଛନ୍ତି l ଏବଂ IPS ପତ୍ନୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ ସେ ନିଜ ପଦବୀ ଓ ପାୱାର ର ଖରାପ ବ୍ୟବହାର କରନ୍ତୁ ନାହିଁ l ଏବଂ କୋର୍ଟ କହିଛନ୍ତି କ୍ଷମା ପ୍ରାର୍ଥନା କୁ ଦୈନିକ ହିନ୍ଦୀ ଖବର କାଗଜ ରେ ପବ୍ଲିସ କରନ୍ତୁ l

ପିଟିଆଇ ର ରିପୋର୍ଟ ଅନୁସାରେ IPS ଅଧିକାରୀ ଜଣଙ୍କ ୨୦୧୮ ରୁ ସ୍ୱାମୀଙ୍କ ନିକଟରୁ ଅଲଗା ହୋଇ ରହି ଆସୁଛନ୍ତି, କୋର୍ଟ ଉଭୟ ପତି -ପତ୍ନୀ ଙ୍କୁ ଅଫିସିଆଲି ଅଲଗା ହେବାର ଅନୁମତି ଦେଇଥିଲେ, ଏବଂ ଉଭୟଙ୍କ ଦ୍ୱାରା ଦାୟର ହୋଇଥିବା ସମସ୍ତ କମ୍ପ୍ଲେନ କୁ ରଧ କରି ଦେଇଛନ୍ତି, ସୁପ୍ରିମ କୋର୍ଟ ହାଇକୋର୍ଟ ଙ୍କର ସେହି ନିଷ୍ପତି କୁ ରଧ କରିଥିଲେ ଯେଉଁଥିରେ ସ୍ୱାମୀଙ୍କୁ ପ୍ରତ୍ୟେକ ମାସରେ ସ୍ତ୍ରୀ ଙ୍କୁ ଦେଢ଼ ଲକ୍ଷ ଟଙ୍କା ଗୁଜୁରାଣ ଭତା ଦେବାକୁ ପଡିବ ବୋଲି ହାଇ କୋର୍ଟ ନିର୍ଦେଶ ଦେଇଥିଲେ l

ଏହାଛଡା କୋର୍ଟ ନିର୍ଦେଶ ଦେଇଛନ୍ତି ବିନା କୌଣସି ସର୍ତ୍ତ ରେ ମହିଳା ଅଧିକାରୀ ନିଜ ଶ୍ୱଶୁର ଘରର ବ୍ୟକ୍ତିଙ୍କୁ କ୍ଷମା ପ୍ରାର୍ଥନା କରିବେ, ଏବଂ ୨୦୧୫ ରେ ହୋଇଥିବା ବିବାହ ପରେ ୨୦୧୮ ରୁ ସ୍ୱାମୀ ସ୍ତ୍ରୀ ଅଲଗା ରହି ଆସୁଥିଲେ ଏବଂ  ବିବାହ ବିଚ୍ଛେଦ ପାଇଁ ଲଢ଼ି ଆସୁଥିଲେ, କିନ୍ତୁ ବର୍ତମାନ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି ଯେ ଏହି ବିବାହ କୁ ସମାପ୍ତ କରାଯାଉ l ଉଭୟଙ୍କ ର ଗୋଟିଏ ଝିଅ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଝିଅର କଷ୍ଟଡି ମା ଙ୍କୁ ଦିଆଯାଉ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି, ପିତା ସପ୍ତାହକୁ ଥରଟିଏ ନିଜ ଝିଅକୁ ସକାଳ ୯ ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଝିଅ ସହିତ ସମୟ ଅତିବାହିତ କରିବେ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି l

Leave A Reply