Odisha news

ଆଇପିଏଲ୍‌ ୨୦୨୨ : ରାଜସ୍ଥାନ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ ସୁପର୍‌ ଜ୍ୟାଣ୍ଟ୍‌ସକୁ

0

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ୨୦ତମ ମ୍ୟାଚ୍‌ ରବିବାର ରାଜସ୍ଥାନ ରୟାଲ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଲକ୍ଷ୍ନୌ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ର ଅଧିନାୟକ ସଞ୍ଜୁ ସାମ୍‌ସନ୍‌ ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିଛି। ଫଳରେ ଲକ୍ଷ୍ନୌକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୬୬ ରନ୍‌ର ଟାର୍ଗେଟ୍‌ ମିଳିଛି।

ରାଜସ୍ଥାନର ଅଭିଜ୍ଞ ବ୍ୟାଟ୍‌ର ଜୋସ୍‌ ବଟଲର (୧୩ ରନ୍‌) ଓ ଦେବଦୂତ ପଡ୍ଡିକଲ (୨୯ ରନ୍‌) ପାଳି ଆରମ୍ଭ କରିଥିଲେ। ସେମାନେ ପ୍ରଥମ ଓ୍ଵିକେଟ୍‌ ପାଇଁ ୪୩ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ସିମ୍‌ରନ୍‌ ହେଟ୍‌ମେୟର ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଅପରାଜିତ ରହି ୫୯ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ୬ଟି ଛକା ସାମିଲ ଥିଲା। ରବିଚନ୍ଦ୍ରନ ଅଶ୍ୱିନ ୨୮ ରନ୍‌ କରିଥିଲେ। ରାଜସ୍ଥାନ ତରଫରୁ ଜସନ୍‌ ହୋଲ୍‌ଡର ଓ କ୍ରିଷ୍ଣପା ଗୌତମ ୨-୨ ଓ୍ଵିକେଟ୍‌ ନେଇଥିଲା ବେଳେ ଅଭେସ୍‌ ଖାନଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

Ad2
Leave A Reply