Odisha news

ଆରମ୍ଭ ହେବ ହେଲା IPL ୨୦୨୬ : ପ୍ରାରମ୍ଭିକ ମ୍ୟାଚ ରେ ଦେଖାଯିବେ ନାହିଁ କ୍ୟାପଟେନ କୁଲ ଏମ.ଏସ. ଧୋନୀ

0

ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ପ୍ରେମୀଙ୍କ ପାଇଁ କୌଣସି ପର୍ବ ଠାରୁ କମ ନୁହେଁ, ଯାହାକି ୨୦୦୮ ରେ ଯାତ୍ରା ଆରମ୍ଭ କରିଥିଲା, ଯାହାକୁ ନେଇ କ୍ରିକେଟ ପ୍ରେମୀ ଉତ୍ସାହିତ ହୋଇ ରହି ଥାଆନ୍ତି, ଚଳିତ ଥର ଏହାର ୧୯ ତମ ସିଜନ ଆରମ୍ଭ ହେବ l ଏହା ଦୁନିଆର ସବୁଠୁ ବଡ଼ ଲିଗ ଅଟେ l ଆଜିଠାରୁ IPL ୨୦୨୬ ଆରମ୍ଭ ହେବାକୁ ଯାଉଛି, ପ୍ରଥମ ମ୍ୟାଚ ଗତବର୍ଷର ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ l ସବୁଠୁ ଦୁଖଦ ଖବର ହେଉଛି ପ୍ରାରମ୍ଭିକ ମ୍ୟାଚ ରେ CSK ର ଏମ.ଏସ.ଧୋନି ଙ୍କୁ ଦେଖିବାକୁ ମିଳିବନାହିଁ l

ଚେନାଇ ସୁପର କିଙ୍ଗ ର ଷ୍ଟାର ଖେଳାଳି ଧୋନି ଆଘାତ ଲାଗିଥିବା କାରଣରୁ ଖେଳି ପାରିବେ ନାହିଁ, ରୁତୁ ରାଜ ଗାଇକ ୱାର୍ଡ ଚେନାଇ ସୁପରକିଙ୍ଗ ର ଅଧିନାୟକ ଅଟନ୍ତି, କିନ୍ତୁ ଖେଳର ରଣନୀତି ଧୋନି ହିଁ ପ୍ରସ୍ତୁତ କରି ଥାଆନ୍ତି l

ଟି-20 ଇଣ୍ଟରନେଶନାଲ ରୁ ଅବସର ନେଇଥିବା ବିରାଟ କୋହଲି ଓ ରୋହିତ ଶର୍ମା IPL ୨୦୨୬ ରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି, ଆଇପିଏଲ ଆରମ୍ଭରୁ କିଙ୍ଗ କୋହଲି ଆରସିବି ସହିତ ରହି ଆସିଛନ୍ତି, ଆଇପିଏଲ ୭ଜଣ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳି ଅଟନ୍ତି, ଏବଂ ହିଟ ମ୍ୟାନ ରୋହିତ ଶର୍ମା ମଧ୍ୟ ଧମାକା କରିବେ ବୋଲି ତାଙ୍କ ପ୍ରଶଂସକଙ୍କର ଅପେକ୍ଷା ରହିଛି l

ଆଜିର ପ୍ରଥମ ମ୍ୟାଚ ବେଙ୍ଗାଳୁରୁ ର ଏମ. ଚିନାସ୍ୱାମୀ ଷ୍ଟାଡିୟମ ରେ RCB ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ l ଏବଂ ମ୍ୟାଚ ସନ୍ଧ୍ୟା ସାଢେ ୭ଟା ରୁ ଆରମ୍ଭ ହେବାକୁ ଯାଉଛି l ଆଜିର ମ୍ୟାଚ ରେ ଇସନ କିସାନ ହାଇଦ୍ରାବାଦ ଅଧିନାୟକ ରହିଛନ୍ତି, ବର୍ତମାନ ସୁଧା IPL ୨୦୨୬ ର ୭୦ ଟି ମ୍ୟାଚ ର ସିଡ୍ୟୁଲ ବିସିସିଆଇ ଜାରି କରିଛି l

Leave A Reply