Odisha news

ଇନ୍ଦ୍ରଦେବ ମହିଳା ମାନଙ୍କୁ ମାସିକ ଧର୍ମର ଅଭିଶାପ କାହିଁକି ଦେଇଥିଲେ ?

0

ପୁରାଣ ଅନୁସାରେ ଏକଦା ବୃହସ୍ପତି ଯିଏକି ଦେବତାଙ୍କର ଗୁରୁ ଥିଲେ, ସେ ଏକଦା ଦେବରାଜ ଇନ୍ଦ୍ରଙ୍କ ଉପରେ ଖୁବ ଅସନ୍ତୁଷ୍ଟ ହୋଇଗଲେ, ଏହି ସମୟ ରେ ଅସୁର ମାନେ ଦେବ ଲୋକ ଉପରେ ଆକ୍ରମଣ କରିଦେଲେ ଏବଂ ଇନ୍ଦ୍ରଙ୍କୁ ଇନ୍ଦ୍ରଲୋକ ଛାଡି ଯିବାକୁ ପଡିଲା l ସେହି ସମୟ ରେ ଦେବରାଜ ଇନ୍ଦ୍ର ବ୍ରହ୍ମାଙ୍କ ନିକଟରେ ପହଁଚିଲେ ଏବଂ ତାଙ୍କୁ ସାହାଯ୍ୟ ମାଗିଲେ l ଏବଂ ବ୍ରହ୍ମା ତାଙ୍କୁ କହିଲେ ହେ ଦେବରାଜ ଇନ୍ଦ୍ର ତୁମକୁ କୌଣସି ବ୍ରହ୍ମଜ୍ଞାନୀ ର ସେବା କରିବା ଜରୁରୀ l ଆପଣଙ୍କ ଦୁଃଖର ନିବାରଣ ହେବ l ଏବଂ ସେ ଜଣେ ବ୍ରହ୍ମଜ୍ଞାନୀ ର ସେବା କରିବାକୁ ଲାଗିଲେ , କିନ୍ତୁ ସେ ଏହି କଥାରେ ଅଜଣା ଥିଲେ ଯେ ସେହି ବ୍ରହ୍ମଜ୍ଞାନୀ ର ମାତା ଜଣେ ରାକ୍ଷସୀ ଥିଲା l

ତାର ମାତାଙ୍କର ଅସୁର ମାନଙ୍କ ପ୍ରତି ବିଶେଷ ସ୍ନେହ ଥିଲା, ଏପରି ସ୍ଥିତିରେ ଇନ୍ଦ୍ର ଦେବଙ୍କ ଦ୍ୱାରା ଅର୍ପଣ ହେଉଥିବା ସମସ୍ତ ହବନ ସାମଗ୍ରୀ ଯାହାକି ଦେବତା ଙ୍କୁ ଅର୍ପଣ କରାଯାଉ ଥିଲା , ତେହା ତାର ମା ଅସୁର ମାନଙ୍କୁ ଅର୍ପଣ କରୁଥିଲା l ଏହାଦ୍ୱାରା ଇନ୍ଦ୍ରଙ୍କ ସେବା ଭଙ୍ଗ ହୋଇଗଲା ଏବଂ ସେ କ୍ରୋଧରେ ବ୍ରହ୍ମଜ୍ଞାନୀ ର ହତ୍ୟା କରିଦେଲେ l ଯେହେତୁ ଇନ୍ଦ୍ର ବ୍ରହ୍ମଜ୍ଞାନୀ ଙ୍କୁ ଗୁରୁ ଭାବୁଥିଲେ ତେଣୁ ତାଙ୍କୁ ବ୍ରହ୍ମ ହତ୍ୟାର ଦୋଷ ଲାଗିଗଲା l ଏବଂ ଏହି ପାପ ଗୋଟିଏ ଭୟାନକ ଦାନଵ ଭାବରେ ତାଙ୍କର ପିଛା କଲା, ଏବଂ ଇନ୍ଦ୍ର ନିଜକୁ ଗୋଟିଏ ଫୁଲ ମଧ୍ୟରେ ଲୁଚାଇ ନେଇ ଅନେକ ବର୍ଷ ପର୍ଯ୍ୟନ୍ତ ସେ ମଧ୍ୟରେ ଲୁଚି ଭଗବାନ ବିଷ୍ଣୁ ଙ୍କ ତପସ୍ୟା କଲେ l ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ଇନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ରୁ ଉଦ୍ଧାର କଲେ ଏବଂ ଏହି ପାପରୁ ମୁକ୍ତି ପାଇଁ ଗୋଟିଏ ଉପାୟ ଦେଲେ l

ଉପାୟତି ହେଲା ଇନ୍ଦ୍ର ନିଜ ବ୍ରହ୍ମ ହତ୍ୟାର କିଛି ଇଛି ଅଂଶ ଭୂମି, ଜଳ, ବୃକ୍ଷ ଓ ନାରୀଙ୍କୁ ଦେଇ ଦିଅନ୍ତୁ l ଏହାପରେ ଇନ୍ଦ୍ର ଏହି ଚାରିଙ୍କୁ କିଛି ପାପ ଦେବା ସହିତ ବରଦାନ ଦେବା ପାଇଁ ମଧ୍ୟ ରାଜି କରାଇଲେ l ଇନ୍ଦ୍ରଙ୍କ କଥା ଶୁଣି ସମସ୍ତେ ରାଜି ହୋଇଗଲେ l
– ସର୍ବ ପ୍ରଥମେ ନିଜ ଏକ ଚତୁର୍ଥାଂଶ ଗଛକୁ ଦେଇ କହିଲେ ଯେ ଯେତେବେଳେ ଗଛ ମାରି ଯାଉଥିବ ବୃଷ୍ଟି ଦ୍ୱାରା ନିଜ ଜୀବନ ନିଜେ ବଞ୍ଚାଇ ପାରିବ l
– ଏହାପରେ ଜଳକୁ ଏକ ଭାଗ ପାପ ଦେଇ କହିଲେ ଯେତେ ଅପବିତ୍ର ବସ୍ତୁ ହେଲେ ମଧ୍ୟ ଜଳ ତାହାକୁ ପବିତ୍ର କରିବାରେ ସକ୍ଷମ ହେବ l
– ଏହାପରେ ଭୂମି ଙ୍କୁ ବ୍ରହ୍ମ ହତ୍ୟାର ଭାଗିଦାର କରାଇ କହିଥିଲେ ଯେ ଭୂମି ଉପରେ ଲାଗୁଥିବା କୌଣସି ଚୋଟ ତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ l
– ଶେଷରେ ସ୍ତ୍ରୀ ଙ୍କୁ ଅଧା ପାପ ଦେଇ କହିଲେ ପ୍ରତ୍ୟେକ ମାସରେ ନାରୀ ମାନଙ୍କର ମାସିକ ଧର୍ମ ହେବ ଏବଂ ସେମାନେ ଏହି ସମୟରେ ପୁରୁଷ ମାନଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିବା ପାଇଁ ଶକ୍ତି ପାଇବେ l

Leave A Reply