ଏମିତି ଏକ ଦେଶ ଯେଉଁଠାରେ ଭଡାରେ ମିଳିଥାଆନ୍ତି ସୁନ୍ଦର ସ୍ତ୍ରୀ, ଅଧିକ ପସନ୍ଦ ଆସିଲେ ବିବାହ କରିବା ପାଇଁ ମଧ୍ୟ ମିଳିଥାଏ ସୁଯୋଗ
ଏସିଆର ଦକ୍ଷିଣ-ପୂର୍ବ ଦୀପ ଦେଶ ଥାଇଲ୍ୟାଣ୍ଡ ଦୁନିଆର ଗୋଟିଏ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ, ଏବଂ ଦୁନିଆରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ଯାଇଥାଆନ୍ତି ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ l ଦେଶର ଚତୁର୍ପାର୍ଶ୍ୱରେ ସମୁଦ୍ର ରହିଥିବା କାରଣରୁ ବର୍ଷ ସାରା ଏଠାରେ ପର୍ଯ୍ୟଟକ ଙ୍କ ଭିଡ଼ ଲାଗିଥାଏ l ଏହି ଦେଶରେ ଆୟର ମୁଖ୍ୟ ଟୁରିଜିମ ବା ପର୍ଯ୍ୟଟନ l ନିକଟରେ ଗୋଟିଏ ପୁସ୍ତକ ଚର୍ଚା ସାଉଁଟି ଥିଲା ଯେଉଁଥିରେ ରେଣ୍ଟାଲ ୱାଇଫ ବା ଭଡାରେ ସ୍ତ୍ରୀ ଚଳନ କୁ ଅନେକ ଆଲୋଚନା କରାଯାଇ ଥିଲା l ଏଠାକାର ଲୋକେ ଭଡାରେ ସ୍ତ୍ରୀ ନେଇଥାଆନ୍ତି, ଏହାକୁ ୱାଇଫ ଅନ ହାୟର ଏବଂ ବ୍ଲାକ ପର୍ଲ ମଧ୍ୟ କୁହାଯାଇଥାଏ l
ଏହା ଗୋଟିଏ ପ୍ରକାରର ଅସ୍ଥାୟୀ ବିବାହ ଅଟେ, ଯେଉଁଥିରେ କୌଣସି ଯୁବତୀ ଙ୍କୁ ପଇସା ଦେଇ ଅଳ୍ପ ସମୟ ପାଇଁ ସ୍ତ୍ରୀ କରାଯାଇ ଥାଏ l ନିର୍ଧାରିତ ସମୟ ପର୍ଯ୍ୟନ୍ତ ଉକ୍ତ ଯୁବତୀ ପତ୍ନୀର ସମସ୍ତ କର୍ତବ୍ୟ କରିଥାଏ l ଏହା ପୂର୍ବରୁ ଗୋଟିଏ ପ୍ରଥା ଥିଲା ଯାହା ଆଜି ଗୋଟିଏ ବ୍ୟବସାୟ ହୋଇସାରିଛି l ଆସନ୍ତୁ ଜାଣିବା କାହିଁକି ଥାଇଲ୍ୟାଣ୍ଡ ରେ ଦ୍ରୁତ ବେଗରେ ବୃଦ୍ଧି ପାଉଛି ରେଣ୍ଟାଲ ୱାଇଫ ବ୍ୟବସ୍ଥା l
ପର୍ଯ୍ୟଟକ ନେଇ ଥାଆନ୍ତି ଭଡାରେ –
ଥାଇଲ୍ୟାଣ୍ଡ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଯାଇ ଥାଆନ୍ତି, ଦେଶର ଗ୍ରାମୀଣ ଇଲାକାର ଯୁବତୀ ମାନେ ପର୍ଯ୍ୟଟକ ମାନଙ୍କର ରେଣ୍ଟାଲ ୱାଇଫ ହୋଇଥାଆନ୍ତି l ଏହି ଟ୍ରେଣ୍ଡ ଥାଇଲ୍ୟାଣ୍ଡ ର ପଟାୟା ର ରେଡ ଲାଇଟ ଅଂଚଳ, ବାର ଓ ନାଇଟ କ୍ଲବ ରୁ ଏହି ବ୍ୟବସ୍ଥା ପରିଚାଳନା ହୋଇଥାଏ l
ଥାଇଲ୍ୟାଣ୍ଡ ରେ ରେଣ୍ଟାଲ ୱାଇଫ ଗୋଟିଏ ବିବାଦସ୍ପଦ ପ୍ରଥା ଅଟେ, ଗରିବ ପୃଷ୍ଠଭୂମି ର ମହିଳା ନିଜର ଅସୁବିଧା ମେଣ୍ଟାଇବା ପାଇଁ ପର୍ଯ୍ୟଟକ ଙ୍କ ପତ୍ନୀ ହୋଇ ରହିବା ଆରମ୍ଭ କରିଦିଅନ୍ତି l ଏହି ବ୍ୟବସ୍ଥା ଗୋଟିଏ ଔପଚାରିକ ବିବାହ ନୁହେଁ, ଏହା କିଛି ଦିନରୁ ନେଇ କିଛି ମାସ ପର୍ଯ୍ୟନ୍ତ କରାଯାଇ ଥାଏ l ମହିଳା ମାନେ ରୋଜଗାର କରି ପରିବାର ଚଳାଇବା ପାଇଁ ଏହାକୁ ଗ୍ରହଣ କରିଥାଆନ୍ତି l ଭଡା ର ଅର୍ଥ ମହିଳା ଙ୍କ ବୟସ, ସୌନ୍ଦର୍ଯ୍ୟ ଓ ଶିକ୍ଷା ଏବଂ ସମୟ ଅନୁସାରେ ହୋଇଥାଏ l ମୂଲ୍ୟ ୧୬୦୦ ରୁ ଡଲାର ରୁ ନେଇ ୧୧୬୦୦୦ ଡଲାର ପର୍ଯ୍ୟନ୍ତ ରହିଥାଏ l ଏହାକୁ ନେଇ ଥାଇଲ୍ୟାଣ୍ଡ ରେ କୌଣସି ନିୟମ ତିଆରି ହୋଇନାହିଁ l
ଥାଇଲ୍ୟାଣ୍ଡ ପୂର୍ବରୁ ଏହା ଜାପାନ ଓ କୋରିଆରେ ପ୍ରଥମେ ଆରମ୍ଭ ହୋଇଥିଲା l ଥାଇଲ୍ୟାଣ୍ଡ ରେ ଏହାର ଦ୍ରୁତ ଭାବରେ ବଢିବାର ଅନେକ କାରଣ ରହିଛି, ସହରୀକରଣ ଓ ବିଜି ଲାଇଫ ରେ ଲୋକେ ଏକାକୀ ଅନୁଭବ ଅଧିକ କରୁଛନ୍ତି , ଏପରି ସ୍ଥିତି ରେ ଲୋକେ ସ୍ଥାଇ ସମ୍ପର୍କ ବଦଳରେ ଅସ୍ଥାୟୀ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି l