ଇଣ୍ଡିଆନ ପୋଷ୍ଟାଲ ୨୦୨୩ ର ଆବେଦନ ପାଇଁ ନୋଟିସ ଜାରି ହୋଇଛି l ଏହି ପଦବୀ ଗୁଡିକ ପାଇଁ ବିଶେଷତା ଏହାକି ଯେ ଏଥିପାଇଁ ଦଶମ ଓ ଦ୍ୱାଦଶ ପାସ କରିଥିବା ପାର୍ଥି ମାନେ ଆବେଦନ କରିପାରିବେ l ଏହି ପଦବୀ ଗୁଡିକରେ ରହିଛି ଗ୍ରାମୀଣ ଡାକ ସେବକ, ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ପଦବୀ ଗୁଡିକ ରହିଛି l ଏହି ଖାଲି ପଦବୀ ଗୁଡିକ ପାଇଁ କେବଳ ଅନଲାଇନ ରେ ଆବେଦନ କରି ପାରିବେ l ଆବେଦନ କରିବା ପାଇଁ ଇଣ୍ଡିଆନ ପୋଷ୍ଟାଲ ର ୱେବସାଇଟ indiapostgdsonline.gov.in. ରେ ଚେକ କରନ୍ତୁ l ଏହା ମଧ୍ୟ ଜାଣି ରଖନ୍ତୁ ଯେ ରେଜିଷ୍ଟ୍ରେସନ ପ୍ରୋସେସ ଆରମ୍ଭ ହୋଇ ସାରିଛି l ଇଛୁକ ପାର୍ଥୀମାନେ ତୁରନ୍ତ ଫର୍ମ ଭରି ପାରିବେ l
ଇଣ୍ଡିଆନ ପୋଷ୍ଟାଲ ରୀକୃଟମେଣ୍ଟ ୨୦୨୩ ଅନୁସାରେ ଏହି ପଦବୀ ଗୁଡିକ ପାଇଁ ୨୭ ଜାନୁଆରୀ ୨୦୨୩ ରେ ଫର୍ମ ଭରିବା ଆରମ୍ଭ ହୋଇ ସାରିଛି l ଏହି ଆବେଦନ ର ଶେଷ ତାରିଖ ୧୬ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରହିଛି l ଏହାଛଡା ଏହି ଆବେଦନ ଜନିତ ତ୍ରୁଟି କୁ ୧୭ ଫେବୃଆରୀ ରୁ ୧୯ ମାର୍ଚ୍ଚ ମଧ୍ୟରେ କରାଯିବ l
ଆବେଦନ କରିବା ର ନିୟମ -:
– ଏହି ପଦବୀ ଗୁଡିକ ପାଇଁ ଆବେଦନକାରୀ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ ରୁ ଦଶମ ପାସ କରିଥିବା ଆବଶ୍ୟକ l ଦଶମ ରେ ଗଣିତ ଓ ଇଂରାଜୀ କଂପଳସାରୀ ରହିଥିବା ଜରୁରୀ l ଏହାଛଡା ସ୍ଥାନୀୟ ଭାଷାରେ ସେକେଣ୍ଡାରୀ ପାସ କରିଥିବା ଉଚିତ l
– ଆବେଦନକାରୀ ଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ l ଆରଖିଣ ଶ୍ରେଣୀ ଗୁଡିକୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ କୋହଳ ପାଇବେ l
– ଏହି ସବୁ ଖାଲି ସ୍ଥାନ ପାଇଁ ପାର୍ଥି ମାନଙ୍କର ଚୟନ ମେରିଟ ମାଧ୍ୟମରେ କରାଯିବ l
– ଆବେଦନ କେବଳ ଅନଲାଇନ ରେ ସ୍ୱୀକାର କରାଯିବ l ଅନ୍ୟ କୌଣସି ମାଧ୍ୟମରେ ଆବେଦନ କରିବା ଦ୍ୱାରା ଗ୍ରହଣୀୟ ହେବ ନାହିଁ l
– ଏହି ପଦବୀ ଗୁଡିକ ପାଇଁ ଫାଇନାଲ ଜୁନ ୩୦ ତାରିଖ ୨୦୨୩ ରେ ପ୍ରକାଶ ପାଇବ l
– ଏହି ତାରିଖ ପରେ ଆଉ କୌଣସି ସୂଚନା ଦିଆଯିବ ନାହିଁ l
