ନୂଆଦିଲ୍ଲୀ/ ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଗୋଆ, ଦକ୍ଷିଣ ଗୁଜୁରାଟ, କେରଳ, ପଶ୍ଚିମ ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିଦର୍ଭ, ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଭଳି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ସମୟରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ।
ଆଗାମୀ ଦୁଇ ଦିନ, ଅର୍ଥାତ୍ ଆସନ୍ତା ୪୮ ଘଣ୍ଟା ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ଆଜି ଅପରାହ୍ଣରେ ଏକ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
Thunderstorm/Rainfall/Strong winds warning for next two days
ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସତର୍କ ଘଣ୍ଟି ସହ ଆସନ୍ତା ୨ ଦିନ ଯାଏଁ କାଳବୈଶାଖୀ ଓ ତଦ୍ଜନିତ ପ୍ରବଳ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏପରିକି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବା ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ସହ ବଜ୍ରପାତ ବିପଦ ଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ।