ନୂଆଦିଲ୍ଲୀ: ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ସମ୍ପର୍କ ଦୃଢ଼ କରିବାକୁ ଶନିବାର ଦିନ ଭାରତ ଓ ବ୍ରାଜିଲ ମଧ୍ୟରେ ୧୫ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ବିନିଯୋଗ, କୃଷି ଏବଂ ଶକ୍ତି, ବେସାମରିକ ବିମାନ ଚଳାଚଳ, ଶକ୍ତି, ପରିବେଶ ଏବଂ ସ୍ୱାସ୍ଥ୍ୟ ଓ ଉଦ୍ଭାବନ ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ନିମନ୍ତେ ଦୁଇ ପକ୍ଷ ମିଳିତ ବିବୃତି ଏବଂ ଆକ୍ସନ୍ ପ୍ଲାନ୍ରେ ସ୍ୱାକ୍ଷର କରିଛନ୍ତି। ଆନ୍ତର୍ଜାତିକ ଆତଙ୍କବାଦର ମୁକାବିଲା କରିବା ନିମନ୍ତେ ଏକାଠି ଗୋଟାଏ ରାଜିନାମା କରିବାକୁ ଉଭୟ ଦେଶ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ବୃହତ୍ ଅର୍ଥନୀତି ଆର୍ଥିକ ମାନ୍ଦାବସ୍ଥାର ସରବ୍ୟ ହୋଇଥିବାରୁ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ବିନିଯୋଗ ବୃଦ୍ଧି କରିବା ଉପରେ ଧ୍ୟାନ ଦେଇଛନ୍ତି।

ତୈଳ ଓ ବାଷ୍ପ, ଖଣିଜ ସମ୍ବଳ, ପାରମ୍ପରିକ ଔଷଧ, ପଶୁପାଳନ, ଜୈବ-ଶକ୍ତି ଏବଂ ବାଣିଜ୍ୟ ଓ ବିନିଯୋଗ ଭଳି ବ୍ୟାପକ କ୍ଷେତ୍ରକୁ ଆଧାରକରି ଏହି ୧୫ଟି ରାଜିନାମା ସ୍ୱାକ୍ଷରିତ ହୋଇଛି।
ରବିବାର ଦିନ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ବ୍ରାଜିଲ୍ର ରାଷ୍ଟ୍ରପତି ଜାଇର୍ ବୋଲ୍ଜୋନାରୋ ଭାରତ ଗସ୍ତରେ ଅଛନ୍ତି। ତାଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ଆପଣଙ୍କ ଭାରତ ଗସ୍ତ, ଭାରତ ଓ ବ୍ରାଜିଲ୍ ସମ୍ପର୍କର ନୂଆ ଅଧ୍ୟାୟଟିଏ ଖୋଲିଛି।
ଭାରତ ଲାଟିନ୍ ଆମେରିକୀୟ ଦେଶମାନଙ୍କ ସହ ତା’ର ସମ୍ପର୍କ ଉନ୍ମୁକ୍ତ ରଖିବାକୁ ଚାହୁଁଥିବାରୁ ଦିଲ୍ଲୀ ଲାଗି ବ୍ରାଜିଲ୍ ସେ ମହାଦେଶର ପ୍ରବେଶ ପଥ ହେବ ବୋଲି ଆଶା କରାଯାଉଛି।